Home

ବିରୋଧୀଙ୍କ ସ୍ବର ଚାପିଦେବାକୁ ଚେଷ୍ଟା ଚଳାଇଛି ବିଜେଡି: ଜୁଏଲ

ଭୁବନେଶ୍ବର, ୧୧ା୩(ବ୍ୟୁରୋ): ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯୁବମୋର୍ଚ୍ଚା ଆରମ୍ଭ କରିଥିବା ସଂଗ୍ରାମ ପ୍ରତି ରାଜ୍ୟବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ବିରୋଧୀଙ୍କୁ ଦମନ କରିବାର ଶାସକ ବିଜେଡିର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ। ଏପରିକି ହୀନ ଷଡଯନ୍ତ୍ର ରଚି ବିରୋଧୀଙ୍କ ସ୍ବରକୁ ଚାପି…

ବୋମାଇ କର୍ନାଟକ ଭାଜପା ପ୍ରଚାର କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୧ା୩(ପି.ଟି.): ଚଳିତ ବର୍ଷ ଶେଷ ଭାଗରେ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଭାଜପା ପ୍ରଚାର କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ବୋମାଇଙ୍କୁ ଏହି ଦାୟିତ୍ୱ ପ୍ରଦାନ…

ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ

ଗୁଆହାଟୀ, ୧୧ା୩: ନାଗାଲାଣ୍ଡ ବିଧାନସଭା ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳ ଶୂନ୍ୟ ହୋଇଛି। ଶରଦ ପାଓ୍ବାରଙ୍କ ଏନ୍‌ସିପି ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କୁ ସମର୍ଥନ ଜଣାଇଛନ୍ତି। ସେମାନଙ୍କୁ ସରକାରରେ ସାମିଲ କରାଯିବ କିମ୍ବା ଏହାକୁ…

ଆମେରିକା ଜାହାଜରେ ଅଜଣା ରୋଗ: ୩୦୦ ଆକ୍ରାନ୍ତ

ଓ୍ବାଶିଂଟନ, ୧୧ା୩: ଆମେରିକାର ରୁବି ପ୍ରିନ୍ସେସ୍‌ କ୍ରୁଜ୍‌ ଜାହାଜରେ ଅଜଣା ରୋଗରେ ୩୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଓ ଜାହାଜ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ମଧ୍ୟରେ ଜାହାଜଟି ଟେକ୍ସାସ୍‌ରୁ ମେକ୍ସିକୋ ଯାଉଥିବାବେଳେ ଅଜଣା ରୋଗ ସଂକ୍ରମଣ ହୋଇଥିଲା।…

ଗୁମ୍ଫାରେ ରହି ଚାଷ କରୁଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୧୧ା୩: ୨୦୧୨ରେ ଶି ଜିନ୍‌ପିଙ୍ଗ୍‌ କ୍ଷମତାକୁ ଆସିବା ପରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ନେତା ଭାବେ ସର୍ବାଧିକ ଉଦାରବାଦୀ ହେବେ ବୋଲି କେତେଜଣ ପର୍ଯ୍ୟବେକ୍ଷକ ଭବିଷ୍ୟବାଣୀ କରିଥିଲେ। ସମ୍ଭବତଃ ଜିନ୍‌ପିଙ୍ଗ୍‌ଙ୍କ ଦୁର୍ବଳ ପାରିବାରିକ ପୃଷ୍ଠଭୂମିକୁ ଦେଖି ସେତେବେଳେ ଏପରି ଅନୁମାନ କରାଯାଇଥିଲା।…

ଅଧା ରାତି ପର୍ଯ୍ୟନ୍ତ ଚାଲିଲା ଲାଲୁଙ୍କ ପରିବାର ପରିସରରେ ଇଡିର ଚଢାଉ, ପାଟନାରୁ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ୨୦ ସ୍ଥାନରେ ଚଢାଉ

ପାଟନା/ନୂଆଦିଲ୍ଲୀ,୧୧ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାକିରି ବଦଳରେ ଜମି ‘ଘୋଟାଲା’ ମାମଲାରେ ମନି ଲଣ୍ଡରିଂ ଯାଞ୍ଚ ମାମଲାରେ ଶୁକ୍ରବାର ନୂଆଦିଲ୍ଲୀ, ମୁମ୍ବାଇ ଓ ବିହାରରେ ପ୍ରାୟ ୨୦ଟି ସ୍ଥାନରେ ଚଢାଉ କରିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ…

ଜେହୋଭା ଓ୍ବିଟ୍‌ନେସ୍‌ ହଲ୍‌ରେ ଗୁଳି: ୭ ନିହତ

ହାମ୍‌ବର୍ଗ,୧୧ା୩: ଜର୍ମାନୀର ହାମ୍‌ବର୍ଗସ୍ଥିତ ଏକ ଜେହୋଭା ଓ୍ବିଟ୍‌ନେସ୍‌ ହଲ୍‌ରେ ଜଣେ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୮ ଆହତ ହୋଇଛନ୍ତି, ଯାହାଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ…

ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ହ୍ରାସ ଲାଗି ପ୍ରଯୁକ୍ତି ବ୍ୟବହାର ଉପରେ ମୋଦିଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୧୧ା୩(ପି.ଟି.): ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ପ୍ରତିକ୍ରିୟା ପରିବର୍ତ୍ତେ ସକ୍ରିୟ ଦୃଷ୍ଟିଭଙ୍ଗୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ବିପର୍ଯ୍ୟୟ ପରିଚାଳନାରେ ଭବିଷ୍ୟତ ପ୍ରଯୁକ୍ତିର ବ୍ୟବହାର ଉପରେ ସେ ଜୋର୍‌ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର…

ଗୋମାଂସ ନେବା ସନ୍ଦେହରେ ପିଟି ହତ୍ୟା

ସିଓ୍ବାନ, ୧୧ା୩: ବିହାରର ସରନ୍‌ ଜିଲାରେ ଗୋମାଂସ ନେଉଥିବା ସନ୍ଦେହରେ ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ କେତେଜଣ ପିଟି ମାରିଦେଇଛନ୍ତି। ଗତ ମଙ୍ଗଳବାର ଏହି ଭିଡ଼ହିଂସା ଘଟିଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ସରପଞ୍ଚ ସୁଶୀଲ…

କେନ୍ଦ୍ରର ସିବିଆଇ, ଇଡି ଅସ୍ତ୍ର

ନୂଆଦିଲ୍ଲୀ, ୧୧ା୩: ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧୀଙ୍କୁ ଟାର୍ଗେଟ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଥିବା ଅଭିଯୋଗ ନୂଆ ନୁହେଁ। କିନ୍ତୁ ସମ୍ପ୍ରତି ତିନୋଟି ରାଜ୍ୟରେ କ୍ଷମତାସୀନ ଦଳର…

ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ପରମାଣୁ ବୋମା ବ୍ୟବହାର କରିପାରନ୍ତି ପୁଟିନ: ଆମେରିକା ଗୁଇନ୍ଦା ବିଭାଗର ଦାବି

ୱାଶିଂଟନ,୧୧ ।୩: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯେମିତି ଶେଷ ହେବାର ନାଁ ନେଉନି । ଏହାରି ଭିତରେ ଏବେ ଆମେରିକା ଗୁଇନ୍ଦା ବିଭାଗ ବଡ ଦାବି କରିଛି…

ମୋଦି-ଆଲବାନିସ୍‌ ଆଲୋଚନା: ଉଠିଲା ମନ୍ଦିର ଆକ୍ରମଣ ପ୍ରସଙ୍ଗ

ନୂଆଦିଲ୍ଲୀ, ୧୧ା୩: ଭାରତ ଗସ୍ତରେ ଥିବା ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ଅବସରରେ ମୋଦି ଅଷ୍ଟ୍ରେଲିଆରେ ନିକଟରେ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?