Posted inଜାତୀୟ

କେନ୍ଦ୍ରର ସିବିଆଇ, ଇଡି ଅସ୍ତ୍ର

ନୂଆଦିଲ୍ଲୀ, ୧୧ା୩: ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧୀଙ୍କୁ ଟାର୍ଗେଟ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଥିବା ଅଭିଯୋଗ ନୂଆ ନୁହେଁ। କିନ୍ତୁ ସମ୍ପ୍ରତି ତିନୋଟି ରାଜ୍ୟରେ କ୍ଷମତାସୀନ ଦଳର ନେତାମାନଙ୍କ ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ ଲାଗିପଡ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାରର ଦୁଇ ପୂର୍ବତନ ପ୍ରଭାବଶାଳୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଡିଆ ଏବେ ତିହାର ଜେଲରେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଗିରଫ ହୋଇଥିବା ସିସୋଡିଆଙ୍କୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଛି। ଏହି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଝିଅ କେ. କବିତା ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଥିବାବେଳେ ତାଙ୍କୁ ଇଡି ଶନିବାର ଗିରଫ କରିପାରେ। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ସ୍ତ୍ରୀ ରାବ୍ରୀ ଦେବୀଙ୍କୁ ନିଯୁକ୍ତି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଜେରା କରିବା ପରେ ଶନିବାର ଇଡି ତତ୍ପରତା ଦେଖାଇଛି। ଲାଲୁଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ଇଡି ଚଢ଼ାଉ କରିଛି। ଏସବୁକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଛି। କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦଳଗୁଡ଼ିକ ଭାଜପାର ବଡ଼ ଚ୍ୟାଲେଞ୍ଜର ଭାବେ ଉଭା ହେବା ସମ୍ଭାବନା ରହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଡିଆଙ୍କୁ ଶୁକ୍ରବାର ଏକ ସ୍ଥାନୀୟ ସ୍ବତନ୍ତ୍ର କୋର୍ଟରେ ହାଜର କରାଇଥିଲା। ସିସୋଡିଆ ଅବକାରୀ ବିଭାଗ ଦାୟିତ୍ୱରେ ଥିବାବେଳେ ୨୯୨.୮ କୋଟି ଟଙ୍କାର ଅବକାରୀ ଦୁର୍ନୀତି ହୋଇଥିବା ଏବଂ ସେ ସାଉଥ୍‌ ଗ୍ରୁପ୍‌ ଲିକର କାର୍ଟେଲଠାରୁ ୧୦୦ କୋଟି ଲାଞ୍ଚ ନେଇଥିବା ଇଡି ଦର୍ଶାଇଛି। ୨୦୨୧-୨୨ ଏକ୍ସାଇଜ୍‌ ପଲିସି ଦୁର୍ନୀତି ମାମଲାର ଷଡ଼ଯନ୍ତ୍ରକାରୀ ସିସୋଡିଆଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲା। ଜାତୀୟ ରାଜନୀତିରେ କେସିଆର୍‌ଙ୍କ ଭୂମିକା ବଢ଼ୁଥିବାବେଳେ ତାଙ୍କ ଝିଅ କେ. କବିତାଙ୍କୁ ମଧ୍ୟ ଇଡି ଏହି ମାମଲାରେ ସମନ କରିଛି। ଶନିବାର ତାଙ୍କ ବୟାନ ରେକର୍ଡ କରିବାକୁ ଡକାଯାଇଥିବା କୁହାଯାଇଛି। ତେବେ ଇଡି ତାଙ୍କୁ ମଧ୍ୟ ଗିରଫ କରିପାରେ ବୋଲି ବିଆର୍‌ଏସ୍‌ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଏଥିପାଇଁ କେସିଆର୍‌ଙ୍କ ପୁଅ ତଥା ତେଲଙ୍ଗାନା ମନ୍ତ୍ରୀ କେ.ଟି. ରାମାରାଓ (କେଟିଆର୍‌) ଜେରାବେଳେ ନିଜ ଭଉଣୀଙ୍କ ସହ ଉପସ୍ଥିତ ରହିବା ଲାଗି ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଦିଲ୍ଲୀ, ଏନ୍‌ସିଆର୍‌ ଏବଂ ବିହାରରେ ଥିବା ଲାଲୁ, ରାବ୍ରୀଙ୍କ ଝିଅପୁଅମାନଙ୍କ ୧୫ଟି ସ୍ଥାନରେ ଇଡି ଏକକାଳୀନ ତନାଘନା କରିଛି। ପୁଅ ତେଜସ୍ବୀ, ଦୁଇଝିଅ ରୋହିଣୀ ଆଚାର୍ଯ୍ୟ ଓ ମିସା ଭାରତୀ (ରାଜ୍ୟ ସଭା ସଦସ୍ୟା)ଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ତେଜସ୍ବୀ କହିଛନ୍ତି, ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏପରି କରାଉଥିବେ। କିନ୍ତୁ ଏହା ତାଙ୍କୁ କିମ୍ବା ତାଙ୍କ ଦଳକୁ କିଛି ପ୍ରଭାବ ପକାଇବ ନାହିଁ। ରୋହିଣୀ କହିଛନ୍ତି, ଅସୁସ୍ଥ ବାପାଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ରର ପଦକ୍ଷେପ ଯୋଗୁ ସେମାନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଉଲ୍ଲେଖଯୋଗ୍ୟ, ଲାଲୁ ରେଳମନ୍ତ୍ରୀ ଥିବାବେଳେ ଆଶାୟୀଙ୍କୁ ନିଯୁକ୍ତି ଦେବା ପାଇଁ ସେମାନଙ୍କଠାରୁ ଜମି ନେଇଥିବା ଅଭିଯୋଗ ରହିଛି। ଲାଲୁ, ରାବ୍ରୀ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ସିବିଆଇ ମାର୍ଚ୍ଚ ୧୫ରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଗତବର୍ଷ ସିଙ୍ଗାପୁରରେ ଲାଲୁଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ଭାଜପା ବିରୋଧୀ ଦଳର ନେତାମାନଙ୍କୁ ଜାଣିଶୁଣି ଟାର୍ଗେଟ କରୁଛି। ଯେଉଁମାନେ ଭାଜପାରେ ସାମିଲ ହେଉଛନ୍ତି, ସେମାନଙ୍କ ମାମଲା ରଫାଦଫା କରିଦିଆଯାଉଛି। ହିମନ୍ତ ବିଶ୍ୱଶର୍ମା, ନାରାୟଣ ରାଣେ, ମୁକୁଲ ରୟ, ଶୁଭେନ୍ଦୁ ଅଧିକାରୀ ଏହାର ଉଦାହରଣ ବୋଲି ସେ କହିଛନ୍ତି। ପ୍ରକାଶ ଯେ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବିରୋଧୀଙ୍କ ବିପକ୍ଷରେ ନ ଲଗାଇବା ପାଇଁ ଗତ ସପ୍ତାହରେ ୮ ରାଜନୈତିକ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?