ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା
ଟେନ୍ସା,୨୦ା୨(ଡି.ଏନ୍.ଏ.): ନିକଟସ୍ଥ ରେଙ୍ଗମାଗ୍ରାମରେ ରକ୍ତମୁଖା ଦନ୍ତାହାତୀ ଆତଙ୍କ ଖେଳାଇଛି। ବାଡ଼ିକୁ ଫସଲ ଖାଇବାକୁ ଆସି ଖାଇ ନଷ୍ଟ କରିବା ସହ ଜଣଙ୍କୁ କଚାଡ଼ି ମାରି ଦେଇଛି ଦନ୍ତାହାତୀ। ଏହିପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ…
‘ଚକ ମଡ଼ାଣ ଉଦ୍ୟମ ହେଲେ ପରିସ୍ଥିତି ଜଟିଳ ହେବ’
ଜଗତସିଂହପୁର ଅଫିସ, ୨୦ା୨: ଜଗତ୍ସିଂହପୁର ଜିଲାରେ ଚକ ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ହୋଇଛି । କେତେଜଣ ମୁଷ୍ଟିମେୟ ଜମି ମାଲିକ, ରାଜନେତା ଚଞ୍ଚକତା କରି ମୂଲ୍ୟବାନ ଜମି ହାତେଇ ନେଇଥିବା ବେଳେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚକ ପ୍ରସ୍ତୁତ ପରେ…
ସମୁଦ୍ର ପାଣିରେ ୩୨ ପ୍ରକାର ଲୁଣ ଅଛି
ପାରାଦୀପ,୨୦ା୨ (ସ୍ବ.ପ୍ର.): ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ପାରାଦୀପରେ ଚଳିତବର୍ଷ ଚତୁର୍ଥ ପର୍ଯ୍ୟାୟ ତାଲିମ ୧୩ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଛି। ଏହି ବ୍ୟାଚ୍ରେ ଉପକୂଳ ଓଡ଼ିଶାର ୭ ଜିଲାର ୩୩ ଜଣ ପାରମ୍ପରିକ ମତ୍ସ୍ୟଜୀବୀ ଆବାସିକ ତାଲିମ ନେଉଛନ୍ତି।…
ବନ ବିଭାଗ ଶୋଇଛି, ଜଙ୍ଗଲ ଜଳୁଛି
ନୂଆଗାଁ,୨୦।୨ (ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ ଚୋରି ହେଉଥିବା ବେଳେ ଏଥିପ୍ରତି ବନ ବିଭାଗ କର୍ମଚାରୀଙ୍କ ଭ୍ରୁକ୍ଷେପ ନାହିଁ। ସେହିପରି ସାମାନ୍ୟ ଖରା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ଜଳୁଥିଲେ ମଧ୍ୟ ବନ…
ଗାଁ ଗାଁରେ କାମ: ଶ୍ରମିକ ଭିଟାମାଟି ଛାଡ଼ୁଛନ୍ତି
ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) କାର୍ଯ୍ୟ ପାଇଁ ଶ୍ରମିକ ମିଳୁନାହାନ୍ତି। ସେପଟେ ପେଟ ଚାଖଣ୍ଡକ ପାଇଁ ଶ୍ରମିକ ଭିଟାମାଟି ଛାଡୁଥିବା ଅଭିଯୋଗ ହେଉଛି। କେଉଁଠି ତ୍ରୁଟି ରହିବା କାରଣରୁ…
ଭାରତ ସହ ଆଲୋଚନା ପାଇଁ ଚାହୁଁଛି ପାକିସ୍ତାନ, ଗଣମାଧ୍ୟମ-ବାଣିଜ୍ୟକୁ ଗୁରୁତ୍ୱ ଦେଲେ ପୂର୍ବତନ ସେନା ମୁଖ୍ୟ…
ଇସଲାମାବାଦ,୨୦।୨ : ଖରାପ ଅର୍ଥନୈତିକ ଅବସ୍ଥା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ବର୍ତ୍ତମାନ ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ଚାହୁଁଛି। ପାକିସ୍ତାନର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଭାରତ ସହ କଥା ହେବା ଆବଶ୍ୟକ। ୧୪…
୧୫ ମାସ ବିତିଲା, ମିଳୁନି ଭେଣ୍ଡିଂଜୋନ୍
କବିସୂର୍ଯ୍ୟନଗର,୨୦ା୨(ଡି.ଏନ.ଏ.): ମାତ୍ର ୧୫ଦିନରେ ଭେଣ୍ଡିଂ ଜୋନ୍ ଯୋଗାଇ ଦେବାକୁ କହି ବ୍ଲକ ପାର୍ଶ୍ୱ ଦୋକାନୀମାନଙ୍କୁ ଉଠାଇ ଦିଆଗଲା। କିନ୍ତୁ ୧୫ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡିଂ ଜୋନ୍ ଯୋଗାଇ ଦିଆଯାଇପାରି ନାହିଁ। ଫଳରେ ବ୍ୟବସାୟୀମାନେ ଏବେ ହତାସ ହୋଇ…
ପୁଟିନ ଅସୁସ୍ଥ ନେଇ ପୁଣି ଚର୍ଚ୍ଚା…
ମସ୍କୋ,୨୦।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟ ବିଷୟରେ ଗଣମାଧ୍ୟମରେ ଅନେକ ସମୟରେ କଳ୍ପନାଜଳ୍ପନା ଚାଲିଛି। ପୁଟିନ କିଛି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ଅନେକ ଥର ରିପୋର୍ଟରେ ଦର୍ଶାଯାଇଛି। ଏବେ ପୁଣି ଥରେ ଗଣମାଧ୍ୟମରେ ରୁଷିଆ ରାଷ୍ଟ୍ରପତିଙ୍କ…
ଜୟଶଙ୍କରଙ୍କ ୟୁରୋପୀୟ ମାନସିକତାକୁ ଜର୍ମାନ ଚାନ୍ସଲରଙ୍କ ସମର୍ଥନ…
ମ୍ୟୁନିକ,୨୦।୨ : ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ଜର୍ମାନ ଚାନ୍ସେଲର ଓଲଫ ସ୍କୋଲଜ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭାଇରାଲ “ୟୁରୋପୀୟ ମାନସିକତା” ମନ୍ତବ୍ୟକୁ ଉଲ୍ଲେଖ କରିଛନ୍ତି। ଗତ ବର୍ଷ ସ୍ଲୋଭାକିଆରେ ଗ୍ଳୋବସେକ୍ ବ୍ରାଟିସଲାଭା ଫୋରମର ୧୭ ତମ ସଂସ୍କରଣରେ ରୁଷିଆ-ୟୁକ୍ରେନ…
ନିର୍ବାଚନ ବେଳର ପ୍ରତିଶ୍ରୁତିକୁ ନେଇ ଜୋର୍ ଧରିଲା ବିଜେଡି-ଭାଜପା ରାଜନୀତି
ଭୁବନେଶ୍ବର,୨୦ା୨(ବ୍ୟୁରୋ): ପଦ୍ମପୁରକୁ ଜିଲା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବେ ବି ଘୋଷଣାରେ ସୀମିତ। ଜିଲା ଘୋଷଣା କରିବାର ନିର୍ଦ୍ଧାରିତ ତାରିଖ ନ କହିବା ପଦ୍ମପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ ନୁହେଁ କି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି…
ଚାଷ କରି ଆଳୁଚାଷୀ ଫସିଗଲେ
କେନ୍ଦ୍ରାପଡ଼ା ଅଫିସ, ୨୦ା୨: କେନ୍ଦ୍ରାପଡ଼ା ଜିଲାରେ ୨ ମାସ ପୂର୍ବେ ଆଳୁ କେଜି ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ପ୍ରତି ମାତ୍ର ୪ ଟଙ୍କାରେ ବେପାରୀଙ୍କୁ କ୍ଷେତରୁ ଚାଷୀ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ…
ଗୋବରୀରେ କୁମ୍ଭୀର: ନଦୀକୂଳବାସୀ ଭୟଭୀତ
ପଟ୍ଟାମୁଣ୍ଡାଇ,୨୦ା୨(ସ୍ବ.ପ୍ର.):: ନଦୀକୁ ଛାଡି ରହିପାରନ୍ତିନି ଏହି ନଦୀକୂଳିଆ ଗାଁ ଲୋକେ। ଗାଧୁଆ ପାଧୁଆଠୁ ମାଛମାରିବା ,ଶୌଚହେବା ଯାଏ ସବୁ ଏହି ନଦୀ ଉପରେ ନିର୍ଭର କରନ୍ତି। ହେଲେ ନଦୀରେ ୫ ଦିନ ହେବ କୁମ୍ଭୀର ବୁଲିବା ଦେଖି ଲୋକେ ଛାନିଆ ହୋଇ…
Archives


