ଏପ୍ରିଲ-ଫେବୃଆରୀରେ ବିଦ୍ୟୁତ ଚାହିଦାରେ ୧୦ ପ୍ରତିଶତ ବୃଦ୍ଧି: ଛୁଇଁଲା ୧୩୭୫ ବିଲିୟନ ୟୁନିଟ…

ନୂଆଦିଲ୍ଲୀ,୧୯।୩ : ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୧୦ ପ୍ରତିଶତ ବୃଦ୍ଧି ହୋଇ ୧୩୭୫.୫୭ ବିଲିୟନ ୟୁନିଟ ରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ବିଦ୍ୟୁତ୍ ଯୋଗାଣଠାରୁ ଏହି ସଂଖ୍ୟା ଅଧିକ । ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ-ଫେବୃଆରୀ ୨୦୨୧-୨୨ରେ ବିଦ୍ୟୁତ ବ୍ୟବହାର ୧୨୪୫.୫୪ ବିଲିୟନ ୟୁନିଟ ଥିଲା। ସେହିଭଳି, ୨୦୨୧-୨୨ ସମଗ୍ର ଆର୍ଥିକ ବର୍ଷରେ ବିଦ୍ୟୁତ ବ୍ୟବହାର ୧୩୭୪.୦୨ ବିଲିୟନ ୟୁନିଟ ଥିଲା।

ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ମାସଗୁଡ଼ିକରେ ତାତି ବଢ଼ିବାର ଆଶଙ୍କା ଯୋଗୁ ଅପ୍ରତ୍ୟାଶିତ ଭାବେ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ବିଦ୍ୟୁତ ବ୍ୟବହାର ଦୁଇ ଅଙ୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଶକ୍ତି ମନ୍ତ୍ରଣାଳୟ ଚଳିତ ବର୍ଷ ଏପ୍ରିଲରେ ଦେଶରେ ୨୨୯ ଗିଗାଓ୍ବାଟ ର ସର୍ବୋଚ୍ଚ ଶକ୍ତି ଚାହିଦା ଆକଳନ କରିଛି। ଯାହା ଏକ ବର୍ଷ ପୂର୍ବେ ସମାନ ମାସରେ ରେକର୍ଡ ହୋଇଥିବା ୨୧୫.୮୮ ଗିଗା ଓ୍ବାଟ ଠାରୁ ଅଧିକ ଅଟେ।

ଉଚ୍ଚ ବିଦ୍ୟୁତ ଚାହିଦା ପୂରଣ ପାଇଁ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଇଛି ଏବଂ ବିଦ୍ୟୁତ କାଟ କିମ୍ବା ଲୋଡ ସେଡିଙ୍ଗରୁ ଦୂରେଇ ରହିବାକୁ ରାଜ୍ୟ ୟୁନିଟମାନଙ୍କୁ କୁହଯାଇଛି। ମନ୍ତ୍ରଣାଳୟ ସମସ୍ତ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ୧୬ ମାର୍ଚ୍ଚ ୨୦୨୩ରୁ ୧୫ ଜୁନ ୨୦୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ ହେବାକୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରମବୀର: ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ,୨୨।୩: ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ମାମଲାରେ ରାଜ୍ୟ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଛି। ଏହି ମାମଲାରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ସୁପ୍ରିମ୍‌କୋର୍ଟଙ୍କ...

ଇଡ଼ି ପଚରାଉଚରା ଏକ ଛୋଟ ପ୍ରସଙ୍ଗ, ଅଗ୍ନିପଥ-ବେରୋଜଗାରୀ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ରାହୁଲ…

ନୂଆଦିଲ୍ଲୀ, ୨୨।୬ : ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଯାଞ୍ଚର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ଇଡି ଏବଂ...

ଜମି ବିବାଦ: କଲୋନେଲ୍‌ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ

ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍‌ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍‌ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ...

ମାନ୍ଦାବସ୍ଥାରୁ ଘର ବିକ୍ରି ୨୫% କମିଲା

ନୂଆଦିଲ୍ଲୀ,୧୮-୧୦: ମାନ୍ଦାବସ୍ଥା ପ୍ରଭାବରୁ ଦେଶର ୯ ପ୍ରମୁଖ ସହରରେ ଘର ବିକ୍ରି ୨୫% ହ୍ରାସ ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଏହା ୬୫,୭୯୯...

ଅଗଷ୍ଟ ୧୫ ପୂର୍ବରୁ ହୋଇପାରେ ବଡ଼ ନିଷ୍ପତ୍ତି : ଆଶଙ୍କାରେ କଶ୍ମୀରବାସୀ

ଶ୍ରୀନଗର,୩ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସପ୍ତାହକ ମଧ୍ୟରେ ଅତିରିକ୍ତ ୩୮,୦୦୦ ଯବାନଙ୍କୁ ପଠାଯିବା ପରେ ଉପତ୍ୟକାବାସୀ ଆଶଙ୍କାରେ ରହିଛନ୍ତି। କେନ୍ଦ୍ର ସରକାର ଗତ ୨୭ ତାରିଖରେ ୧୦ ହଜାର...

୩ ମାସର ଶିଶୁଙ୍କୁ ଧରି ବିଧାନସଭାରେ ପହଞ୍ଚିଲେ ବିଧାୟିକା

ନାଗପୁର,୧୯।୧୨: ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ସୋମବାର ତାଙ୍କର...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଭାଜପା

ନୂଆଦିଲ୍ଲୀ,୨୮।୧୨; ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଆଖି ଆଗରେ ରଖି ସବୁ ଦଳ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। କିଛିଦିନ...

ଚାଇନା ବିରୋଧରେ ତାତିଲେ ବ୍ୟବସାୟୀ: #ବୟକଟ୍‌ଚାଇନାର ଲଗାଇଲେ ୧୫ ହଜାର ପୋଷ୍ଟର

ଜୟପୁର,୨୨।୬: ଗତ କିଛି ଦିନରୁ ଲଦାଖ ଏଲ୍‌ଏସିରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଛି। ଜୁନ ୧୫ ରାତିରେ ଲଦାଖର ଗଲଓ୍ବାନ ଘାଟିରେ...

Advertisement
Archives

Model This Week