Home

ନଦୀରେ ଗର୍ଭବତୀଙ୍କୁ ବୋହିଲେ ମହିଳା

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.)/ଟିକିରି(ଡି.ଏନ୍‌.ଏ.)୪।୪: ରାୟଗଡା ଜିଲାରେ ଜନନୀ ଯନ୍ତ୍ରଣା ଥମୁନାହିଁ। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିଲାନି। ତେଣୁ ଜଣେ ଗର୍ଭବତୀଙ୍କୁ ମହିଳାମାନେ ନଦୀରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଛନ୍ତି। ସୋମବାର କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା…

ଭାରତ ହେଉଛି ବିଶ୍ୱର ଉଦୀୟମାନ ଶକ୍ତି: ଚାଇନା

ବେଜିଂ,୪।୪: ଭାରତକୁ ନେଇ ଚାଇନା ଏକ ବଡ ବୟାନ ଦେଇଛି। ମଙ୍ଗଳବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଂଗ କହିଛନ୍ତି, ଭାରତ ବିଶ୍ୱର ଉଦୀୟମାନ ଶକ୍ତି। କେବଳ ସେତିକି ନୁହେଁ ଚାଇନା ନୂଆଦିଲ୍ଲୀ ସହ ସମ୍ପର୍କ ବଢାଇବା କଥା ମଧ୍ୟ…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ମାଥିଲି,୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଦୌରାଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୧ବର୍ଷ ଜେଲ୍‌ଦଣ୍ଡ…

ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪।୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌ ପିନ୍ଧା ନବନିର୍ମିତ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ବୋଲି ଅନୁଗୋଳ ପୌର କର୍ତ୍ତୃପକ୍ଷ ସୋମବାର ସ୍ବୀକାର କରିଛନ୍ତି।…

ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୪।୪(ଡି.ଏନ୍‌.ଏ.): ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ଛତିଶଗଡରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି। ସୋମବାର ସିଆରପିଏଫ୍‌ର ଦାନ୍ତଓ୍ବୋଡା ଡେପୁଟି ରେଞ୍ଜର କମଳାଲୋଚନ କଶ୍ୟପ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଅଞ୍ଜାନେୟ ଭର୍ସନିଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ…

ଦଣ୍ଡନାଚ ରେକର୍ଡ ଡାନ୍ସବେଳେ ଗୋଷ୍ଠୀସଂଘର୍ଷ: ୧୦ ଆହତ

ଭଞ୍ଜନଗର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁ ମହୁଲିଆରେ ରବିବାର ବିଳମ୍ବିତ ରାତିରେ ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଜଣେ…

୩ ବିଧାୟକଙ୍କ ପୁତ୍ରଙ୍କୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୪।୪: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ଶାସକ ଓ ବିରୋଧୀ ଦଳ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଚାଲିଛି। ଦଳର ପ୍ରତିଷ୍ଠା ଦିବସ ଏବଂ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଦିବସରେ ବିଜେଡି ପକ୍ଷରୁ ଗଞ୍ଜାମ ଜିଲାର ୧୩ ନିର୍ବାଚନମଣ୍ଡଳୀରେ ବିଭିନ୍ନ…

ବିଜେଡି ନେତା ଆନ୍ଧ୍ର ଭାଷା କହୁଛନ୍ତି: ଭାଜପା

ଭୁବନେଶ୍ୱର,୪।୪(ବ୍ୟୁରୋ): କୋଟିଆ ବିବାଦ ଦୀର୍ଘଦିନ ଧରି ଚାଲିଆସିଛି। ଏହି ମାମଲା ଏବେ ସୁପ୍ରିମ୍‌କୋର୍ଟରେ ରହିଛି। ବାରମ୍ବାର ଏ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ଭାଜପା ଏ…

ଶାହା ବାଉଳା ହେଲେଣି: ଜେଡିୟୁ

ପାଟନା,୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟ ରାଜନୀତି ସରଗରମ। ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ଏବେ ଏହାର ପାଲଟା ଜବାବ ଦେଇଛି ଜେଡିୟୁ। ବିହାର ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ସୋମବାର ଖବରଦାତା…

୧୨୦ ଏସ୍‌ଟି ପ୍ରସ୍ତାବ ସମର୍ଥନରେ ରିପୋର୍ଟ ଆବଶ୍ୟକ: କେନ୍ଦ୍ର

ନୂଆଦିଲ୍ଲୀ, ୪।୪: ରାଜ୍ୟ ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ସାମିଲ ଲାଗି ଓଡ଼ିଶା ସରକାର ଦେଇଥିବା ୧୬୯ଟି ପ୍ରସ୍ତାବକୁ ପ୍ରାରମ୍ଭିକ ଭାବେ ଅନୁଧ୍ୟାନ କରାଯାଇଛି। ୧୨୦ଟି ପ୍ରସ୍ତାବ ଉପରେ ଅଧିକ ସମର୍ଥନ ରିପୋର୍ଟ ଆବଶ୍ୟକ। ରାଜ୍ୟ ସରକାର ୧୨୦ଟି ପ୍ରସ୍ତାବ ଉପରେ…

ଆଧ୍ୟାତ୍ମିକ ଗୁରୁ ଅସୀମାନନ୍ଦ ସରସ୍ବତୀଙ୍କ ପରଲୋକ

କଟକ ଅଫିସ,୪।୪: କଟକ ଚହଟା ସ୍ଥିତ ରାମ ନିଗମେଶ୍ୱର ଆଶୟମରେ ମଙ୍ଗଳବାର ଭୋରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।…

ଗୀତ ବଜାଇବାରୁ ମହିଳାଙ୍କ ରେଡିଓ ଷ୍ଟେଶନ୍‌ ବନ୍ଦ

କାବୁଲ, ୪।୪: ଆଫଗାନିସ୍ତାନରେ ମହିଳାଙ୍କ ଦ୍ୱାରା ପରିଚାଳିତ ରେଡିଓ ଷ୍ଟେଶନ୍‌କୁ ତାଲିବାନ ଶାସକ ବନ୍ଦ କରିଦେଇଛନ୍ତି। ରମ୍‌ଜାନ୍‌ବେଳେ ଗୀତ ବଜାଇବାରୁ ରେଡିଓ ଷ୍ଟେଶନ୍‌ ଉପରେ ଏପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ୧୦ବର୍ଷ ପୂର୍ବେ ଏହି ରେଡିଓ ଷ୍ଟେଶନ୍‌ ଆରମ୍ଭ କରାଯାଇଥିଲା। ଷ୍ଟେଶନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?