ଦୀପାଳିଙ୍କ ଖଣ୍ଡାବୁଲା ଭିଡିଓ ଭାଇରାଲ
ସମ୍ବଲପୁର, ୧।୪ (ବ୍ୟୁରୋ): ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ଶୁକ୍ରବାର ଏହା ଘୋଷଣା ହେବା ପରେ ଦୀପାଳି ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ…
୨ ଭାଜପା ନେତାଙ୍କ ନାଁରେ ମାମଲା
ନୂଆଦିଲ୍ଲୀ,୧।୪: ଜଣେ ବ୍ୟବସାୟୀଙ୍କୁ ଘର ନିର୍ମାଣ ଲାଗି ସୁଯୋଗ ଦେବା ନିମନ୍ତେ ୧୫ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଦିଲ୍ଲୀର ୨ ଜଣ ଭାଜପା ନେତା ସିୟାରାମ ଶାକ୍ୟ ଏବଂ ଧୀରଜ ପ୍ରଧାନଙ୍କ ନାମରେ ବଟି ଅସୁଲି ମାମଲା ରୁଜୁ…
ବିହାରରେ ଶୋଭାଯାତ୍ରା ବେଳେ ସଂଘର୍ଷ
ସାସାରାମ, ୧।୪: ବିହାରର ସାସାରାମ ଏବଂ ନାଳନ୍ଦାରେ ଶୁକ୍ରବାର ଅପରାହ୍ନରେ ରାମନବମୀ ଶୋଭାଯାତ୍ରାବେଳେ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକାମାଡ଼ କରିବା ସହ ପୋଡ଼ାଜଳା ହୋଇଛି। ସାସାରାମରେ କେତେକ ଘରକୁ ଦୁର୍ବୃତ୍ତମାନେ ପୋଡ଼ିଦେଇଛନ୍ତି। ଉକ୍ତ ସହରରେ ପୋଲିସ ଓ ପ୍ରଶାସନିକ…
ଖବରଦାତାଙ୍କୁ ଛାଡ଼ିବା ପାଇଁ ରୁଷିଆକୁ କହିଲେ ବାଇଡେନ୍
ଓ୍ବାଶିଂଟନ, ୧।୪: ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇଥିବା ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲ(ଡବ୍ଲ୍ୟୁଏସ୍ଜେ) ଖବରଦାତା ଏଭାନ୍ ଗେର୍ଶକୋଭିଚ୍ଙ୍କୁ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ରୁଷିଆକୁ କହିଛନ୍ତି। ରୁଷୀୟ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍ (ଏଫ୍ଏସ୍ବି)…
କରାଚୀରେ ଦଳାଚକଟା: ୧୨ ମୃତ
କରାଚୀ,୧।୪ (ଆଇଏଏନ୍ଏସ୍): ପାକିସ୍ତାନର କରାଚୀ ସହରସ୍ଥିତ ଏସ୍ଆଇଟିଇ ଅଞ୍ଚଳରେ ଶୁକ୍ରବାର ମାଗଣା ରାଶନ ସାମଗ୍ରୀ ବଣ୍ଟନ ବେଳେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଛନ୍ତି। କରାଚୀ ଶିଳ୍ପାଞ୍ଚଳରେ ଥିବା ଏକ ରଙ୍ଗ କାରଖାନା ନିକଟରେ…
ପ୍ୟାରିସ୍ ଜଳୁଛି, ଚାଇନାମୁହାଁ ମାକ୍ରଁ
ପ୍ୟାରିସ୍,୧।୪: ରୋମ୍ ଜଳୁଥିବାବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ। ବିପତ୍ତି ମାଡ଼ିଆସିଲେ ମୁରବୀଙ୍କ ଦାୟିତ୍ୱହୀନତାକୁ ୬୪ ଖ୍ରୀଷ୍ଟାବ୍ଦର ‘ଗ୍ରେଟ୍ ଫାୟାର୍ ଅଫ୍ ରୋମ୍’ ସହ ଏଭଳି ଭାବେ ତୁଳନା କରାଯାଏ, ଯାହାକି ସମ୍ପ୍ରତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କ କ୍ଷେତ୍ରରେ…
ମୌନବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ:ଆମୀ
ଭୁବନେଶ୍ବର, ୧।୪(ବ୍ୟୁରୋ): କେଉଁ ସୂତ୍ରରୁ ଆଦାନୀ କମ୍ପାନୀକୁ ୨୦ ହଜାର କୋଟି ଟଙ୍କା ଆସିଛି। ଆଦାନୀ ମହା କେଳେଙ୍କାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମୌନବ୍ରତ ଅବଲମ୍ବନ କରୁଛନ୍ତି। ତାଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀମାନେ କଂଗ୍ରେସ ଓ ବିରୋଧୀଙ୍କ ତରଫରୁ…
ଅପରାଧ ବିଷୟରେ ପଚାରିଲେ ବିଜେଡି କହୁଛି ରାଜନୀତି କରୁଛୁ: ଧର୍ମେନ୍ଦ୍ର
ଭୁବନେଶ୍ବର, ୧।୪(ବ୍ୟୁରୋ): ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଭାଜପା ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା ଉତ୍ତର ଆସୁଛି। ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି। ଏହାକୁ ଆମେ…
କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ
ବେଙ୍ଗାଲୁରୁ, ୧।୪: ମେ’ ୧୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥିସହିତ ସେଠାରେ ଗାଡ଼ିମୋଟର ଯାଞ୍ଚକୁ ଜୋର୍ଦାର କରାଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଚିକ୍କାବାଲ୍ଲାପୁର ଜିଲାର ଏକ ମନ୍ଦିରକୁ ଯାଉଥିବାବେଳେ ତାଙ୍କ…
ମନ୍ଦିର କୂଅ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୩୬
ଭୋପାଳ, ୧।୪: ରାମନବମୀ ପାଳନ ଅବସରରେ ଗୁରୁବାର ଇନ୍ଦୋର ସହରର ପଟେଲ ନଗର ଅଞ୍ଚଳରେ ଥିବା ବେଲେଶ୍ୱର ଝୁଲେଲାଲ ମହାଦେବ ମନ୍ଦିର କୂଅର ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୬ରେ ପହଞ୍ଚତ୍ଛି। ମନ୍ଦିର ପରିସରରେ ପ୍ରବଳ ଗହଳି…
ଛତିଶଗଡ଼ରେ ଆଜିଠୁ ବେରୋଜଗାରି ଭତ୍ତା
ନୂଆଦିଲ୍ଲୀ,୧।୪: ଛତିଶଗଡ଼ ସରକାର ଏପ୍ରିଲ ୧ରୁ ରାଜ୍ୟରେ ବେରୋଜଗାରି ଭତ୍ତା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ଛତିଶଗଡ଼ର ବେକାର ଯୁବତୀଯୁବକମାନଙ୍କୁ ରାଜ୍ୟ ସରକାର ମାସିକ ୨,୫୦୦ ଟଙ୍କା ଲେଖାଏ ଯୋଗାଇଦେବେ। ଏଥିପାଇଁ ରାଜ୍ୟ ବଜେଟରେ ୨୫୦ କୋଟି ଟଙ୍କା…
ଗିରଫ ନା ଆମତ୍ସମର୍ପଣ
ଓ୍ବାଶିଂଟନ,୧।୪: ୨୦୦୬ ଜୁଲାଇ ମାସର କଥା। ଆମେରିକାର ତତ୍କାଳୀନ ବିଶିଷ୍ଟ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ୬୦ ବର୍ଷ ହେଉଥିଲା। ୨୭ ବର୍ଷୀୟା ପର୍ନ ଆକ୍ଟେସ୍ ଷ୍ଟର୍ମି ଡାନିଏଲ୍ସ (ମୂଳ ନାମ ଷ୍ଟେଫାନି କ୍ଲିଫ୍ଫୋର୍ଡ)ଙ୍କ ସହ ହୋଇଥିଲା ଟ୍ରମ୍ପ୍ଙ୍କ ପ୍ରଥମ ଦେଖା। ଏହି…

