ଦଣ୍ଡନାଚ ରେକର୍ଡ ଡାନ୍ସବେଳେ ଗୋଷ୍ଠୀସଂଘର୍ଷ: ୧୦ ଆହତ

ଭଞ୍ଜନଗର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁ ମହୁଲିଆରେ ରବିବାର ବିଳମ୍ବିତ ରାତିରେ ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଗୋଲାପଡ଼ାର ପିକୁନ ପଣ୍ଡା। ତାଙ୍କୁ ଭଞ୍ଜନଗର ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି।
ପ୍ରକାଶ ଯେ, ରାତିରେ ଘୁ .ନୂଆଗାଁର ଦଣ୍ଡନାଚ ଗୋଲାପଡ଼ା ପଞ୍ଚାୟତର ନୂଆଁ ମହୁଲିଆଠାରେ ହେଉଥିଲା। ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିଲା। ଏହି ସମୟରେ କୌଣସି କାରଣକୁ ନେଇ ଦୁଇଗୋଷ୍ଠୀ ମଞ୍ଚ ଉପରେ ଠେଙ୍ଗାରେ ପିଟାପିଟି ହୋଇଥିଲେ। ଗୋଷ୍ଠୀ ସଂଘର୍ଷରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକ ଭୟଭୀତ ହୋଇପଡ଼ିଥିଲେ। ସୋମବାର ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ସେ ଫୋନ ନ ଉଠାଇବାରୁ ମତାମତ ନିଆଯାଇପାରିନାହିଁ।
ଏହାପୂର୍ବରୁ ଭଞ୍ଜନଗର ଥାନା ତୁରୁମୁରେ ଗତ ୩୦ ତାରିଖରେ ଏକ ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଥାନାରେ ସେ ସମୟରେ କୌଣସି ଅଭିଯୋଗ ହୋଇ ନ ଥିଲା। ଅପରପକ୍ଷେ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନ ହେବାପାଇଁ ଆମ ପୋଲିସ ସମିତି ପକ୍ଷରୁ ଦଣ୍ଡନାଚ କମିଟି କର୍ମକର୍ତ୍ତାମାନଙ୍କୁ ଡାକି ସଚେତନତା କରାଯାଇଥିଲା। କିନ୍ତୁ ଅଧିକାଂଶ କମିଟି ପୋଲିସର ନିର୍ଦ୍ଦେଶକୁ ନ ମାନିବାରୁ ରେକର୍ଡ ଡାନ୍ସରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେଉଛି। ଯୁବଗୋଷ୍ଠୀ ଉକ୍ତ ନୃତ୍ୟକୁ ଦେଖିବା ପାଇଁ ପେଲାଠେଲା ହେବାରୁ ତାହା ସଂଘର୍ଷର ରୂପ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମଳା ଶିଶୁ ଭବନ ଗଲେ ଉଦ୍ଧାର ଯୁବତୀ

ବରଗଡ଼ ଅଫିସ,୧୩।୧୦: ବରଗଡ଼ ଜିଲା ଅଞ୍ଚଳରୁ ଦୁଇ ଦିନ ତଳେ ଉଦ୍ଧାର ହୋଇଥିବା ଜଣେ ଅସହାୟ, ମାନସିକ ରୋଗଗ୍ରସ୍ତ ଯୁବତୀଙ୍କୁ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ରଖାଯାଇଥିଲା।...

ପାଣିରେ ବୁଡ଼ି ୩ ଜଣଙ୍କ ସଲିଳ ସମାଧି

ଭଦ୍ରକ ଅଫିସ/ବାସୁଦେବପୁର, ୧୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ସନିଆ ସାବରଙ୍ଗ ଓ ବାସୁଦେବପୁର ବ୍ଲକ ଆର୍ତ୍ତୁଂ ଗ୍ରାମରେ ସୋମବାର ପାଣିରେ ବୁଡ଼ି ୩...

ମା’ଙ୍କ ଲାଗି ବ୍ରହ୍ମପୁର ଉତ୍ସବମୁଖର

ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶାରଦୀୟ ବିଜୟ ଦଶମୀ ପୂର୍ବରୁ ନବରାତ୍ର ଆରମ୍ଭରେ ସୋମବାରଠାରୁ ଧରାପୃଷ୍ଠରେ ମା’ଙ୍କ ଅବତରଣ ହୋଇଛି।...

ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସାରା ଓଡ଼ିଶାର କଳାକାର ଓ ଶିଳ୍ପୀଙ୍କୁ ନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାମ କରିବ। ଏକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମ ବନ୍ଦ...

ନକଲି ଗୁଟ୍‌ଖା କାରଖାନାରେ ଚଢ଼ାଉ

ଭୁବନେଶ୍ୱର(ବ୍ୟୁରୋ)/ କଟକ (ଟାଙ୍ଗୀ) ୨୩ା୧୧ (ଡି.ଏନ.ଏ.):ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବ୍ୟାଗ୍‌ରୁ ୩୦ଲକ୍ଷ ଟଙ୍କା ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ...

ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌

ପୁରୀ ଅଫିସ, ୯।୫: ରଥ ନିର୍ମାଣ କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ରଥ ନିର୍ମାଣକାରୀଙ୍କ...

ବୃତ୍ତିକୁ ନେଇ ବିବାଦ

ବନ୍ତଳା,୮ା୧(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ୨୦୪ ମତ୍ସ୍ୟଜୀବୀ ପରିବାରର କୌଳିକ ବୃତ୍ତିକୁ ନେଇ ବିବାଦ...

ଅପହରଣ, ଲୁଟ୍‌ ମାମଲା: ଜେଲ ଗଲେ ଭାଜପା ନେତ୍ରୀଙ୍କ ପୁଅ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ପୋଲିସ ଏକ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମଦ୍ୱୟ...

Advertisement
Archives

Model This Week