ଗୀତ ବଜାଇବାରୁ ମହିଳାଙ୍କ ରେଡିଓ ଷ୍ଟେଶନ୍‌ ବନ୍ଦ

କାବୁଲ, ୪।୪: ଆଫଗାନିସ୍ତାନରେ ମହିଳାଙ୍କ ଦ୍ୱାରା ପରିଚାଳିତ ରେଡିଓ ଷ୍ଟେଶନ୍‌କୁ ତାଲିବାନ ଶାସକ ବନ୍ଦ କରିଦେଇଛନ୍ତି। ରମ୍‌ଜାନ୍‌ବେଳେ ଗୀତ ବଜାଇବାରୁ ରେଡିଓ ଷ୍ଟେଶନ୍‌ ଉପରେ ଏପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ୧୦ବର୍ଷ ପୂର୍ବେ ଏହି ରେଡିଓ ଷ୍ଟେଶନ୍‌ ଆରମ୍ଭ କରାଯାଇଥିଲା। ଷ୍ଟେଶନର ନାମ ‘ସଦାଇ ବାନୋଓ୍ବାନ’ ଯାହାର ଅର୍ଥ ମହିଳାଙ୍କ ସ୍ବର। ସେଠାରେ ମୋଟ ୮ ଜଣ କର୍ମଚାରୀଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ମହିଳା। ସରକାରଙ୍କ ନିୟମ ଉଲ୍ଲଂଘନ ଯୋଗୁ ଷ୍ଟେଶନ୍‌ଟିକୁ ବନ୍ଦ କରାଯାଇଛି। ତେବେ ରେଡିଓ ଷ୍ଟେଶନ୍‌ କର୍ତ୍ତୃପକ୍ଷ ନିଜ ଭୁଲ୍‌ ମାନି ଏଭଳି କାର୍ଯ୍ୟ ନ ଦୋହରାଇବା ଲାଗି ପ୍ରତିଶ୍ରୁତି ଦେଲେ କଟକଣା ହଟାଇଦିଆଯିବ ବୋଲି ସୂଚନା ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ମୋଇଜୁଦ୍ଦିନ ଅହମଦି କହିଛନ୍ତି। ଅନ୍ୟପକ୍ଷେ ରମ୍‌ଜାନ୍‌ ସମୟରେ ରେଡିଓରେ କୌଣସି ଗୀତ ବଜାଯାଇ ନାହିଁ। ଷ୍ଟେଶନ୍‌ ବନ୍ଦ କରିବା ପାଇଁ ତାଲିବାନୀ ସରକାର ଷଡ଼ଯନ୍ତ୍ର କରିଥିବା ରେଡିଓ ଷ୍ଟେଶନ୍‌ ମୁଖ୍ୟ ନାଜିଆ ସୋରୋଶ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ବ୍ରିଟେନ୍‌କୁ ଜେଲେନସ୍କିଙ୍କ ଅପିଲ୍‌..

କ୍ୱିଭ୍‌,୧୦।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବ୍ରିଟେନର ସାଂସଦଙ୍କୁ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ଏବଂ ମସ୍କୋ ଉପରେ କଠୋର କଟକଣା ଜାରି...

ଇସ୍ତଫା ଦେଲେ ପାକ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଲାହୋର,୨୮।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍‌ମାନ...

ଭାଇରାଲ ଓ୍ବାର୍ଡ ଗେମ୍‌ ‘ଓ୍ବାର୍ଡଲେ’

ନ୍ୟୁୟର୍କ,୧୩।୧: ମହାମାରୀବେଳେ ଲୋକେ ଅଧିକ ସମୟ ଘରେ ବିତାଉଥିବାବେଳେ ଏକ ମଜାଦାର ଗେମ୍‌ ଅନଲାଇନରେ ବେଶ୍‌ ଲୋକପ୍ରିୟ ହୋଇଛି। ସହଜ ଏବଂ କୌତୁହପୂର୍ଣ୍ଣ ହୋଇଥିବାରୁ ବହୁ...

ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’: ଜଣେ ମୃତ, ୭୦ ଆହତ

ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ...

ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଚାକିରିରୁ ଛଟେଇ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ

ଇସଲାମବାଦ,୧୨।୭: ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନ ପସନ୍ଦ ଆସିଲା ନାହିଁ ବୋଲି ଚାକିରିରୁ କରିଦେଲେ ବିଦା। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ମହଙ୍ଗା...

କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ...

ପିଓକେରେ ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା...

ଆମେରିକାରେ ପାର୍ସପୋର୍ଟ ପାଇଁ ପ୍ରତି ସପ୍ତାହରେ ହେଉଛି ୫ଲକ୍ଷ ଆବେଦନ

ଓ୍ବାଶିଂଟନ୍‌,୪।୭:ଆମେରିକାର ନାଗରିକଙ୍କୁ ପାସପୋର୍ଟ ପାଇବା ପାଇଁୁ ତିନିରୁ ଚାରି ମାସ ସମୟ ଲାଗୁଛି। ପ୍ରତି ସପ୍ତାହରେ ପାଞ୍ଚ ଲକ୍ଷ ଲୋକ ପାର୍ସପୋର୍ଟ ପାଇଁ ଆବେଦନ କରୁଛନ୍ତି।...

Advertisement
Archives

Model This Week