Posted inଖେଳ

କ୍ରିକେଟରେ ୟୋ ୟୋ ଟେଷ୍ଟ

ଭାରତୀୟ କ୍ରିକେଟ ଦଳରେ ମୁମ୍ବାଇ କ୍ରିକେଟର ସର୍ଫରାଜ ଖାନ୍‌ଙ୍କୁ ସାମିଲ କରା ନ ଯିବାକୁ ନେଇ ତୁମ୍ବିତୋଫାନ ଉଠିଛି। ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ସର୍ଫରାଜ ୩୭ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୩ ଶତକ ଓ ୭୯.୬୫ର ଆଭରେଜ ସହିତ ସେ ୩୫୦୫ ରନ୍‌ ସ୍କୋର କରିଛନ୍ତି। ବିଗତ ୩ ସିଜନରେ ତାଙ୍କର ଆଭରେଜ ୧୦୦ ଉପରେ ରହିଛି। ତେବେ ସର୍ଫରାଜ ମେଦବହୁଳତା କାରଣରୁ ଦଳରୁ ବାଦ ପଡିଥିବା ନେଇ ମଧ୍ୟ କିଛି ରିପୋର୍ଟ ପ୍ରକାଶ ପାଇଛି। ୟୋ ୟୋ ଟେଷ୍ଟ ପାସ୍‌ କରିବା ପାଇଁ ବିସିସିଆଇ ପକ୍ଷରୁ ୧୬.୧ର ପାଶ ମାର୍କ ରଖାଯାଇଥିବା ବେଳେ ସର୍ଫରାଜ ଏହି ଟେଷ୍ଟ ପାଶ କରି ନ ଥିବା କୁହାଯାଉଛି। ଏହି ଟେଷ୍ଟରେ ବିରାଟ କୋହଲି ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ସ୍କୋର କରିଥିବା ବେଳେ ସୁରେଶ ରାଇନା, ଯୁବରାଜ ସିଂ, ସଞ୍ଜୁ ସାମସନ୍‌ ଅମ୍ବାତି ରାୟୁଡୁ ଓ ବରୁନ୍‌ ଚକ୍ରବର୍ତ୍ତୀଙ୍କ ପରି ଖେଳାଳି ଏହି ଟେଷ୍ଟରେ ଫେଲ୍‌ ହୋଇଛନ୍ତି। ତେବେ ଏହି ଟେଷ୍ଟ କ’ଣ ଅଧିକାଂଶ କ୍ରିକେଟ ଫ୍ୟାନଙ୍କ ପାଇଁ ତାହା ଅଜଣା। ଏହି ଟେଷ୍ଟର ପ୍ରକ୍ରିୟା କ’ଣ ଓ କାହିଁକି ଏହା କରାଯାଏ ତା’ ଉପରେ ଏକ ପ୍ରସ୍ତୁତି….
ୟୋ ୟୋ ଟେଷ୍ଟ କ’ଣ
କ୍ରୀଡାବିତ୍‌ ମାନଙ୍କ ଫିଟନେସର ସ୍ତର ଜାଣିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଯେଉଁ ପଦ୍ଧତି ଆପଣାଯାଏ ତାକୁ ୟୋ ୟୋ ଟେଷ୍ଟ କୁହାଯାଏ। ଏଥିରେ ଖେଳାଳି ମାନଙ୍କ ଶକ୍ତି ଓ ସାମର୍ଥ୍ୟ (ଷ୍ଟ୍ରେନ୍ଥ ଓ ଷ୍ଟାମିନା) ଜଣା ପଡିଥାଏ। ଏହି ଟେଷ୍ଟକୁ ବିପ୍‌ ଟେଷ୍ଟ ବୋଲି ମଧ୍ୟ କୁହାଯାଏ। ଆହତ ସମସ୍ୟାରୁ ଫେରୁଥିବା ତଥା ନୂଆ କରି ଦଳରେ ସାମିଲ ହୋଇଥିବା ଖେଳାଳିମାନେ ଫିଟ୍‌ ଅଛନ୍ତି କି ନାହିଁ ତାହା ଏହି ଟେଷ୍ଟ ମାଧ୍ୟମରେ ନିର୍ଦ୍ଧାରଣ କରାଯାଏ।
କେମିତି ହୁଏ ଟେଷ୍ଟ
ଏହି ଟେଷ୍ଟରେ ଦୁଇଟି କୋନ୍‌ ରଖାଯାଏ। କୋନ୍‌ ଦୁଇଟି ମଧ୍ୟରେ ୨୦ ମିଟରର ଦୂରତା ରହିଥାଏ, ଯାହାକି କ୍ରିକେଟ ପିଚ୍‌ର ଦୂରତା ସହିତ ସମାନ। ବିପ୍‌ ସାଉଣ୍ଡରେ ଖେଳାଳି ଦୌଡିବା ଆରମ୍ଭ କରିଥାନ୍ତି, ଆଉଥରେ ବିପ୍‌ ମଧ୍ୟରେ ଖେଳାଳିଙ୍କୁ ପରବର୍ତ୍ତୀ ପାର୍ଶ୍ୱରେ ପହଞ୍ଚିବାକୁ ପଡିଥାଏ। ଗୋଟିଏ ରାଉଣ୍ଡର ଦୌଡକୁ ଏକ ଶଟଲ୍‌ କୁହାଯାଏ। ଏହି ଭଳି ଭାବରେ ୨୩ଟି ଶଟଲରେ/ରାଉଣ୍ଡରେ ୟୋ ୟୋ ଟେଷ୍ଟ କରାଯାଏ। ପ୍ରତି ଶଟଲ୍‌ ମଧ୍ୟରେ ୭ ସେକେଣ୍ଡର ରିଭାଇଭାଲ୍‌ ଟାଇମ୍‌ ମିଳୁଥିବା ବେଳେ ପୁଣି ଥରେ ଧାଇଁବାକୁ ପଡିଥାଏ। ଧୀରେ ଧୀରେ ଶଟଲ୍‌ ବଢିବା ସହିତ ସମୟ ମଧ୍ୟ ହ୍ରାସ ପାଇଥାଏ। ଏକାଥରେ ଦୁଇଟି ବିପ୍‌ରେ ବିଫଳ ହେଲେ ଟେଷ୍ଟ ରୋକା ଯାଇଥାଏ। ଏହା ପରେ ସ୍କୋର ଅନୁସାରେ ପାଶ୍‌ ଓ ଫେଲ୍‌ ନିର୍ଦ୍ଧାରଣ କରାଯାଏ। ବର୍ତ୍ତମାନ ଭାରତୀୟ ଖେଳାଳିଙ୍କୁ ୟୋ ୟୋ ଟେଷ୍ଟରେ ୧୧୨୦ ମିଟର ଦୌଡିବାକୁ ପଡିଥାଏ।
ଇତିହାସ
୧୯୯୦ ମସିହାରେ ଡେନମାର୍କର ଫୁଟବଲ ଫିଜିଓ ଡ. ଜେନ୍ସ ବାଙ୍ଗ୍ସବା ପ୍ରଥମେ ଏହି ପ୍ରକ୍ରିୟା ବାହାର କରିଥିଲେ। ଫୁଟବଲରେ ଖେଳାଳିଙ୍କ ଶକ୍ତି, ସାମର୍ଥ୍ୟ ଓ ଫିଟନେସ ସମ୍ପର୍କରେ ସୂଚନା ମିଳୁଥିଲା। ପରବର୍ତ୍ତୀ ସମୟରେ ସମସ୍ତ କ୍ରୀଡ଼ାରେ ଏହାକୁ ବ୍ୟବହାର କରାଗଲା। ୨୦୧୧ରୁ ଏହାକୁ କ୍ରିକେଟରେ ବ୍ୟବହାର କରାଯାଇଥିଲା। ନ୍ୟୁଜିଲାଣ୍ଡ କ୍ରିକେଟ ପ୍ରଥମ ଦେଶ ଭାବରେ ଏହାର ବ୍ୟବହାର କରିଥିଲା। ତେବେ ୨୦୧୭ରେ ବିସିସିଆଇ ପକ୍ଷରୁ ଏହି ଟେଷ୍ଟକୁ ବାଧ୍ୟତାମୂଳକ କରାଗଲା। ଶଙ୍କର ବସୁ ଭାରତୀୟ ଦଳର ଟ୍ରେନର ନିଯୁକ୍ତ ହେବା ପରେ ଶ୍ରୀଲଙ୍କା ସିରିଜ ପୂର୍ବରୁ ଏହି ଫିଟନେସ ଟେଷ୍ଟ ଲାଗୁ କରାଯାଇଥିଲା।
ମାପଦଣ୍ଡ
ଭାରତୀୟ ଖେଳାଳିଙ୍କ ପାଇଁ ଏହି ଟେଷ୍ଟରେ ପାଶ୍‌ ମାର୍କ ୧୬.୧ ରହିଥାଏ। ନ୍ୟୁଜିଲାଣ୍ଡରେ ପାଶ୍‌ ମାର୍କ ୨୦.୧ ରହିଛି। ବିରାଟ କୋହଲି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ୧୯ ପଏଣ୍ଟ ସ୍କୋର କରିଥିବା ବେଳେ ମନୀଷ ପାଣ୍ଡେ ୧୯.୨ ଓ ୧୯ ବର୍ଷରୁ କମ୍‌ ଦଳର ଖେଳାଳି ମୟଙ୍ଗ ଡଗର ୧୯.୩ ପଏଣ୍ଟ ସ୍କୋର କରିଥିଲେ।
ଆବଶ୍ୟକତା
ଅନେକ ପୂର୍ବତନ ଖେଳାଳି କ୍ରିକେଟରେ ୟୋ ୟୋ ଟେଷ୍ଟ ସାମିଲ କରାଯିବାକୁ ନା ପସନ୍ଦ କରିଛନ୍ତି। ଫୁଟବଲ ୯୦ ମିନିଟର ଖେଳ ହୋଇଥିବା ବେଳେ ଏଥିପାଇଁ ଆବଶ୍ୟକ ଶାରୀରିକ ଦକ୍ଷତା ଓ ୬-୭ ଘଣ୍ଟାରେ ଖେଳା ଯାଉଥିବା କ୍ରିକେଟରେ ଆବଶ୍ୟକ ଥିବା ଶାରୀରିକ ଦକ୍ଷତା ଭିନ୍ନ। ଲେଗ୍‌ ସ୍ଲିପ୍‌ ଓ ସ୍ଲିପ୍‌ରେ କ୍ଷେତ୍ର ରକ୍ଷଣ ପାଇଁ ଶରୀର ନମନୀୟ ହେବା ଆବଶ୍ୟକ ତେଣୁ କ୍ରିକେଟରେ ଏହାର ଆବଶ୍ୟକତା ନ ଥିବା ଅନେକ କ୍ରିକେଟର କୁହନ୍ତି।
ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?