Posted inଜାତୀୟ

କୋଇଲା ସାମ୍ପଲିଂରେ ୧୩୭ କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୭ା୬(ପି.ଟି.): କୋଲ୍‌ ସାମ୍ପଲିଂ ପ୍ରକଳ୍ପ ପାଇଁ ୧୩୭ କୋଟି ଟଙ୍କା ବୌଦ୍ଧିକ ଦେୟ ଆବଣ୍ଟନରେ ଦୁର୍ନୀତିକୁ ନେଇ ସିବିଆଇ ସିଏସ୍‌ଆଇଆର୍‌-କେନ୍ଦ୍ରୀୟ ଖଣି ଓ ଇନ୍ଧନ ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପି.କେ. ସିଂ ଏବଂ ମୁଖ୍ୟ ବୈଜ୍ଞାନିକ ଏ.କେ. ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଭିନ୍ନ କମ୍ପାନୀ ଦ୍ୱାରା ବ୍ୟବହୃତ ହେବାକୁ ଥିବା କୋଇଲାର ମାନ ପରୀକ୍ଷାରେ ଲାଇବ୍ରେରିଆନ୍‌, ଏମ୍‌ବିବିଏସ୍‌ ଡାକ୍ତର, ଟେକ୍‌ନିକାଲ ଅଫିସରମାନଙ୍କର କୌଣସି ଅବଦାନ ନ ଥିଲାବେଳେ ସେମାନଙ୍କୁ ଉକ୍ତ ପ୍ରକଳ୍ପର ବୌଦ୍ଧିକ ଦେୟ ପୈଠ କରାଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି। ସିଏସ୍‌ଆଇଆର୍‌ର ଟେକ୍‌ନୋଲୋଜିକାଲ ଟ୍ରାନ୍ସଫର ଆଣ୍ଡ ନଲେଜ୍‌ ବେସ୍‌, ୨୦୦୫ ଓ ୨୦୧୭ ଗାଇଡ୍‌ଲାଇନର ଉଲ୍ଲଂଘନ କରି ୩୦୪ କୋଇଲା ନମୁନା ପରୀକ୍ଷଣ ପ୍ରକଳ୍ପ ଜରିଆରେ ପି.କେ. ସିଂ ୧୫.୩୬ କୋଟି ଏବଂ ଏ.କେ. ସିଂ ୯.୦୪ କୋଟି ଟଙ୍କା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ କୋଇଲା କମ୍ପାନୀ ଦ୍ୱାରା ବ୍ୟବହୃତ ହେବାକୁ ଥିବା କୋଇଲାର ନମୁନା ପରୀକ୍ଷଣ ଏବଂ ବିଶ୍ଳେଷଣ ପାଇଁ ସିଏସ୍‌ଆଇଆର୍‌-ସିଆଇଏମ୍‌ଏଫ୍‌ଆର୍‌କୁ ଥାର୍ଡ ପାର୍ଟି ଭାବେ ୨୦୧୫ ଅକ୍ଟୋବର ୨୮ ବୈଠକରେ ନିଯୁକ୍ତ କରାଯାଇଥିଲା। ଏହି ବୈଠକରେ କୋଇଲା, ଶକ୍ତି ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଂସ୍ଥା ୧୦ ବର୍ଷ ପାଇଁ କୋଇଲା ଉତ୍ପାଦନକାରୀ ଏବଂ ବିଦ୍ୟୁତ୍‌ କମ୍ପାନୀଗୁଡ଼ିକ ସହ ୪ଟି ବୁଝାମଣାପତ୍ର ସ୍ବାକ୍ଷର କରିଥିଲା, ଯାହାକୁ ମୌଖିକ ସହମତିରେ ଆଉ ୫ ବର୍ଷ ବଢ଼ାଯାଇପାରିବ। ବିଭିନ୍ନ ରାଜିନାମାକୁ ଏକାଠି କରି ସିଏସ୍‌ଆଇଆର୍‌-ସିଆଇଏଫ୍‌ଏମ୍‌ଆର୍‌ ୩୦୪ କୋଇଲା ସାମ୍ପଲିଂ ପ୍ରୋଜେକ୍ଟକୁ ଗୋଟିଏ ପ୍ରୋଜେକ୍ଟ କରିଥିଲା। ପି.କେ. ସିଂ ଏବଂ ଏ.କେ. ସିଂ ଏଥିରେ ଷଡ଼ଯନ୍ତ୍ର କରି ୨୦୧୬ରୁ ୨୦୨୧ ମଧ୍ୟରେ ୧୩୭.୭୯ କୋଟି ଟଙ୍କାର ମାନଦେୟ, ବୌଦ୍ଧିକ ଦେୟ ଏବଂ ପ୍ରକଳ୍ପ ଦେୟ ଆବଣ୍ଟନରେ ଅନିୟମିତତା କରିଥିଲେ। ଉକ୍ତ ଦେୟକୁ ସିଆଇଏଫ୍‌ଏମ୍‌ଆର୍‌ର ବୈଜ୍ଞାନିକ, ଟେକ୍‌ନିକାଲ ଅଫିସର ଓ ପ୍ରଶାସନିକ କର୍ମଚାରୀମାନଙ୍କୁ ଦିଆଯାଇଥିଲା। ସିଏସ୍‌ଆଇଆର୍‌ ଗାଇଡ୍‌ଲାଇନର ଉଲ୍ଲଂଘନ କରାଯାଇ ଏବଂ ଶ୍ରମଶକ୍ତି, ଶ୍ରମଦିବସ ଓ ଫଳାଫଳକୁ ବିଚାରକୁ ନିଆ ନ ଯାଇ ଅଫିସରମାନଙ୍କ ମର୍ଜିରେ ବୌଦ୍ଧିକ ଦେୟକୁ ଆବଣ୍ଟନ କରାଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?