Posted inଜାତୀୟ

ମଧ୍ୟପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ, ୫ ବନ୍ଦେ ଭାରତ ଟ୍ରେନକୁ ଦେଖାଇବେ ସବୁଜ ପତାକା

ନୂଆଦିଲ୍ଲୀ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶ ଗସ୍ତ କରିବେ। ଭୋପାଳରେ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଭାଜପା କର୍ମୀଙ୍କୁ ବୁଥ ବିଜୟର ମନ୍ତ୍ର ଦେବେ। ପୂର୍ବାହ୍ନ ୧୦.୩୦ରେ ପ୍ରଧାନମନ୍ତ୍ରୀ ଭୋପାଳର କମଲାପାତୀ ରେଳ ଷ୍ଟେଶନରେ ପହଞ୍ଚିବେ, ଯେଉଁଠାରୁ ୫ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ। ଏହା ପରେ ଅପରାହ୍ନ ୩ଟାରେ ଶହଡୋଲରେ ପହଞ୍ଚିବା ପରେ ସେ ଏକ ସାଧାରଣ କାର୍ଯ୍ୟକ୍ରମରେ ସାମିଲ ହେବେ।

ସୂଚନାଯୋଗ୍ୟ, ୫ଟି ବନ୍ଦେ ଭାରତ ଟ୍ରେନ ହେଉଛି ରାନୀ କମଲାପତୀ-ଜବଲପୁର ବନ୍ଦେ ଭାରତ ଟ୍ରେନ। ଦ୍ୱିତୀୟଟି ଖଜୁରାହୋରୁ ଭୋପାଳ ଦେଇ ଇନ୍ଦୋର ପର୍ଯ୍ୟନ୍ତ ଚାଲିବ। ତୃତୀୟଟି ଗୋଆର ମାଡଗାଓଁରୁ ମୁମ୍ବାଇ ମଧ୍ୟରେ ଚାଲିବ। ଚତୁର୍ଥ ବନ୍ଦେ ଭାରତ ଟ୍ରେନ ଧାରୱାଡରୁ ବାଙ୍ଗାଲୋର ମଧ୍ୟରେ ଏବଂ ପଞ୍ଚମଟି ଝାଡଖଣ୍ଡର ହାଟିଆରୁ ବିହାରର ପାଟନା ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ସ୍କୁଲରେ ପଶି ଉର୍ଦ୍ଦୁ ଶିକ୍ଷକଙ୍କୁ ପିଟିଲେ BJP କର୍ମୀ

ହାଇଦ୍ରାବାଦ,୨୯।୬: ତେଲଙ୍ଗାନାର ନିଜାମାବାଦରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା କଂଗ୍ରେସ ନେତା ଡକ୍ଟର ଶମା ମହମ୍ମଦଙ୍କୁ ତାଙ୍କ ନିଜ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବାକୁ…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

ପୁରୁଷୋତ୍ତମପୁରରେ ସ୍ନାନଯାତ୍ରା; ସ୍ନାନବେଦିରେ କଳାଠାକୁରଙ୍କୁ ପାଇ ଭାବବିହ୍ବଳ ଭକ୍ତ, ପରିଚାଳନା ତଦାରଖ କଲେ ତହସିଲଦାର

ପୁରୁଷୋତ୍ତମପୁର,୨୯।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି ।ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜୀଉଙ୍କୁ ରତ୍ନବେଦିରୁ ପହଣ୍ଡିକରାଇ ଆଣି ସ୍ନାନବେଦିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri