ସମ୍ବଲପୁର ବନଖଣ୍ଡରେ ହାତୀ ଅସୁରକ୍ଷିତ
ସମ୍ବଲପୁର, ୧୮ା୬(ଶୁଭାଶିଷ ପାଢୀ) ବନ୍ୟପ୍ରାଣୀ ବିଶେଷକରି ହାତୀ ସୁରକ୍ଷା ନେଇ ସରକାର ଚିନ୍ତିତ ଥିବା କହୁଛନ୍ତି। ହେଲେ ସମ୍ବଲପୁର ବନଖଣ୍ଡରେ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ହାତୀ ଅସୁରକ୍ଷିତ ଥିବା ମନେହେଉଛି। ବନ ବିଭାଗ ରିପୋର୍ଟ ଅନୁଯାୟୀ ପ୍ରାୟ ୨ବର୍ଷରେ ଏହି ବନଖଣ୍ଡରେ…
ଦର୍ପଦଳନ ରଥରେ ଫାଟ
ପୁରୀ, ୧୮ା୬(ଅଜିତ ମହାନ୍ତି) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇଦିନ ବାକିଥିବାବେଳେ ଶନିବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଫାଟ ଦେଖିବାକୁ ମିଳିଛି। ରଥର ସାନଉଛୁଳା ଚକ ବା ପଛୁଆଣି ଚକର ଅଖରେ ଫାଟ ସୃଷ୍ଟି ହୋଇଛି। ଫଳରେ ଏହାକୁ…
ବଣ୍ଡାଘାଟିରୁ ରାଇସିନା ହିଲ୍
ମାଲକାନଗିରି,(ଦୁର୍ଯ୍ୟୋଧନ ପାତ୍ର)/ ଖଇରପୁଟ, ୧୮ା୬(ହୃଷୀକେଶ ସେଠୀ) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଅଞ୍ଚଳରୁ ୧୭ ବଣ୍ଡା ମହିଳା ଓ ପୁରୁଷ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପିତ ଭବନ ବୁଲିବାକୁ ଦିଲ୍ଲୀ ଯାଇଥିଲେ। ଏମାନେ ଦୁଇଦିନ ପୂର୍ବେ…
ଅମ୍ବାଦଳା ନିକଟରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ
ଅମ୍ବାଦଳା, ୧୮ା୬ (ରବୀନ୍ଦ୍ର ପଣ୍ଡା) ବାଲେଶ୍ୱର ଜିଲା ବାହାନଗାଠାରେ ୩ ଟ୍ରେନ୍ ଦୁର୍ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିବାବେଳେ ଏବେ ବାରମ୍ବାର ରେଳ ଦୁର୍ଘଟଣା ଯାତ୍ରୀଙ୍କୁ ଭୟଭୀତ କରିଛି। ଶନିବାର ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନ ନିକଟରେ ଆଉ…
ବୋରିସ୍ଙ୍କୁ ମିଳିଲା ସ୍ତମ୍ଭକାର ନିଯୁକ୍ତି
ଲଣ୍ଡନ, ୧୮ା୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନଙ୍କୁ ‘ଡେଲି ମେଲ୍’ ଖବରକାଗଜରେ ସ୍ତମ୍ଭକାର ଭାବେ ନିଯୁକ୍ତି ମିଳିଛି। ଦୀର୍ଘଦିନ ପରେ ବୋରିସ୍ ତାଙ୍କ ସାମ୍ବାଦିକତା କ୍ୟାରିୟରକୁ ଫେରିଛନ୍ତି। ସେ ପୂର୍ବରୁ ବିଭିନ୍ନ ଅଗ୍ରଣୀ ବ୍ରିଟିଶ ଖବରକାଗଜ ପାଇଁ ଲେଖୁଥିଲେ। ରାଜନୀତିକୁ…
ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ନୁହେଁ ସହଜ…
ଓ୍ବାଶିଂଟନ,୧୭।୬ : ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ଏମେବ ସହଜ ପରିବର୍ତ୍ତେ କଠିନ ହେବାରେ ଲାଗିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ନାଟୋରେ ସାମିଲ କରିବା ଲାଗି ୟୁକ୍ରେନ ପାଇଁ…
ଯୋଗ ଦିବସରେ ସାମିଲ ହେବେ ୧୮୦ରୁ ଅଧିକ ଦେଶ, ମୋଦି ନେବେ ନେତୃତ୍ୱ…
ନୂଆଦିଲ୍ଲୀ,୧୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜୁନ ୨୧ରେ ଆୟୋଜିତ ହେବାକୁ ଥିବା ଯୋଗ ଦିବସରେ ପୃଥିବପୀର ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ବିଭିନ୍ନ ଦେଶର ରାଜନେତା, ଶିକ୍ଷାବିତ୍, କଳାକାର, ଶିଳ୍ପପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର…
ବିରୋଧୀ ଏକଜୁଟ କହି ଦୁର୍ନୀତିଗ୍ରସ୍ତ,ବଂଶବାଦୀ ଦଳଙ୍କୁ ମିଳିତ କରୁଛନ୍ତି ନୀତୀଶ: ସୁଶୀଲ ମୋଦି…
ପାଟନା,୧୭।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଭାଜପାର ରାଜ୍ୟସଭା ଏମପି ସୁଶୀଲ ମୋଦି ପୁଣି ଥରେ ବିରୋଧୀ ଏକତା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁଶୀଲ ମୋଦି କହିଛନ୍ତି ବିରୋଧୀ ଏକତା ନାମରେ ଦୁର୍ନୀତିଗ୍ରସ୍ତ ବଂଶବାଦୀ…
ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ
ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ ଗଜିନ୍ଦ୍ର ଜାନୀ(୫୫) ଓ ସେ ନିକଟସ୍ଥ ଝାରବନ୍ଦ ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ,…
ମା’ ପାଟଖଣ୍ଡାଙ୍କ ଦର୍ଶନ କଲେ ୫-ଟି ସଚିବ
ବାଲିଗୁଡ଼ା,୧୭ା୬(ସଞ୍ଜୟ ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡ଼ାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।…
ମାସେ ପରେ ଚୋରି କରିଥିବା ସାଇକେଲ ଫେରାଇଲେ ଶିଶୁ, ଚିଠିରେ ଲେଖିରେ ‘ଆ ଆମ ସରି’…
ଭାଗଲପୁର,୧୭।୬ : କୁହାଯାଏ ଛୋଟ ପିଲାମାନଙ୍କ ନୀରିହ ମନରେ ମିଥ୍ୟା ପ୍ରବେଶ କରି ନ ଥାଏ। ସେମାନେ ସତ୍ୟ ହିଁ କହିଥାନ୍ତି। ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନ ଥାଏ। ସମସ୍ତେ ପିଲାମାନଙ୍କର ସଚ୍ଚୋଟତା ଏବଂ ସତ୍ୟତା ଉପରେ ବିଶ୍ୱାସ କରନ୍ତି।…
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି
ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶନିବାର ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାଜ୍ୟର ଏହା ସର୍ବ ପୁରାତନ ଏବଂ ଦେଶର ୧୭ତମ ପୁରାତନ ବିଶ୍ୱବିଦ୍ୟାଳୟ। ଏହା…
Archives


