ମିଛ ଫଟୋ ଦେଖାଇ ଭୁତେଇଦେଲେ

ଢେଙ୍କାନାଳ,୧୪ା୭(ରତନ ନାୟାର): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ଲାଭ ନେଇଥିବା ଦର୍ଶାଇ ବ୍ୟାନରରେ ଛାପିଲେ ଯୁବକଙ୍କ ନାମ। ସ୍ତ୍ରୀଙ୍କ ଫଟୋ ମଧ୍ୟ ବ୍ୟବହାର କଲେ। ହେଲେ ସମ୍ପୃକ୍ତ ଯୁବକ ଯେ ରାଜ୍ୟ ସରକାରଙ୍କ ଏଭଳି ବହୁମୁଖୀ ସ୍ବାସ୍ଥ୍ୟ ଯୋଜନାର ହିତାଧିକାରୀ ନୁହନ୍ତି, ତାହା ସ୍ପଷ୍ଟ ହୋଇଛି। ‘୫-ଟି’ ସଚିବଙ୍କ ପରିଦର୍ଶନ ବେଳେ ନିଜର ପାରିବାପଣିଆ ଜାହିର କରିବା ଏବଂ ସଚିବଙ୍କୁ ଭୁତାଇବାକୁ ଯାଇ ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦର୍ଶନ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହା ଧରାପଡ଼ିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ମୁଖିଆ ନିଜ ମୁଣ୍ଡରୁ ଦୋଷ ଝାଡ଼ିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ବିଭାଗୀୟ ଅପାରଗତା ଲୁଚାଇବାକୁ ସେ ବ୍ୟାନର ଛାପିଥିବା ଦୋକାନୀଙ୍କ ଉପରକୁ ଦୋଷ ଠେଲିଛନ୍ତି, ଯାହା ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ଘଟଣାରୁ ଜଣାପଡ଼ିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତ ୧୧ ତାରିଖରୁ ଦୁଇଦିନିଆ ଜିଲା ଗସ୍ତରେ ଆସିଥିଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌। ଗତ ବୁଧବାର ପୂର୍ବାହ୍ନ ୮ଟା ୪୫ରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସଚିବଙ୍କ ଗସ୍ତ ପୂର୍ବରୁ ବାହାବା ନେବାକୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲା। ତେବେ ବିଏସ୍‌କଓ୍ବୋଇ ହେଲ୍‌ପ ଡେସ୍କରେ ଲାଗିଥିବା ଏକ ବ୍ୟାନର ପାଇଁ ଏବେ ବିଭାଗର ମୁଣ୍ଡବ୍ୟଥା ବଢ଼ିଯାଇଛି। ଉକ୍ତ ବ୍ୟାନରରେ ବିଏସ୍‌କଓ୍ବୋଇରେ ସାମିଲ ହୋଇ ନ ଥିବା କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳର ଜଣେ ଯୁବକଙ୍କ ନାମ ଲେଖାଯାଇଥିଲା। ଯୁବକଙ୍କ ବଦଳରେ ତାଙ୍କ ସ୍ତ୍ରୀଙ୍କ ଫଟୋ ମଧ୍ୟ ଏଥିରେ ଛପାଯାଇଥିଲା। ହେଲେ ବିଏସ୍‌କଓ୍ବୋଇରେ ଚିକିତ୍ସା ସେବାର ଲାଭ ଉଠାଇବା ତ ଦୂରର କଥା, ସେ କେବେ ଅସ୍ତ୍ରୋପଚାର ହୋଇ ନ ଥିବା କହିଛନ୍ତି। କେବଳ ଏତିକି ନୁହେଁ, ଯେଉଁ ବେସରକାରୀ କ୍ଲିନିକ୍‌ରେ ସେ ଅସ୍ତ୍ରୋପଚାର ହୋଇଛନ୍ତି ବୋଲି ରେକର୍ଡଭୁକ୍ତ କରାଯାଇଥିଲା, ତାହା ମଧ୍ୟ ମିଥ୍ୟା ବୋଲି ଜଣାପଡ଼ିଛି। ଏହାକୁ ସମ୍ପୃକ୍ତ କ୍ଲିନିକ୍‌ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି।
ଏହି ଖବର ପ୍ରଘଟ ହେବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ଜିଲା ସ୍ବାସ୍ଥ୍ୟ ବିଭାଗରେ ଅଡୁଆ ବଢ଼ିଛି। ଉକ୍ତଦିନ ୫-ଟି ସଚିବଙ୍କ ଆଗରେ ଏଭଳି ଆହୁରି ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦର୍ଶନ କରାଯାଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ପ୍ରଦର୍ଶିତ ବ୍ୟାନରଗୁଡ଼ିକୁ ଯାଞ୍ଚ କଲେ ଏହା ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ଘଟଣା ଜଣାପଡ଼ିବା ପରେ ତରବରିଆ ଭାବେ ବ୍ୟାନର ବାହାର କରି ଦିଆଯାଇଛି। ଏପରି କି ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କେତେଜଣ ମୁଷ୍ଟିମେୟ କର୍ମଚାରୀ ଏହାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ନାୟକଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିବା ବେଳେ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ପ୍ରିଣ୍ଟିଂ କରିଥିବା ଦୋକାନୀ ଭୁଲ୍‌ କରିଛି କହି ଫୋନ୍‌ କାଟି ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କହିଲେ, ଏଭଳି ଭୁଲ୍‌ ହେବା କଥା ନୁହେଁ। ଘଟଣା ସମ୍ପର୍କରେ ଶୁଣିବା ପରେ ବିଭିନ୍ନ ଲୋକଙ୍କୁ ସେ ପଚାରିଥିଲେ। ପ୍ରିଣ୍ଟିଂ ସମୟରେ ଭୁଲ୍‌ ହୋଇଥିବା ସେ ଶୁଣିଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ)ଙ୍କୁ ଜଣାଇବେ ବୋଲି ସେ କହିଛନ୍ତି। ‘୫-ଟି’ ସଚିବଙ୍କ ଜିଲା ଚିକିତ୍ସାଳୟ ପରିଦର୍ଶନ ବେଳେ ବିଏସ୍‌କଓ୍ବୋଇ ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଦର୍ଶନ କରାଯିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏହାକୁ ବିଭାଗୀୟ ଅଧିକାରୀ ଏବଂ ଠିକା କର୍ମଚାରୀ ହାଲୁକା ଭାବେ ନେବା ଏହି ଯୋଜନାର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri