Home

ତୁଟିଲା ଦୀର୍ଘଦିନର ଜାଗା ବିବାଦ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନ ବଜାର କଲେଜ ରୋଡ୍‌ ମାଛ ମାର୍କେଟ ପାର୍ଶରେ ଥିବା ଜାଗାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ଉକ୍ତ ଜାଗାକୁ ନେଇ ରାଉଳ ସାହିର ପଣ୍ଡା ପରିବାର ଓ ରାଉଳ ପରିବାର…

ବିହାର ପରେ ଗୁଜରାଟରେ ଭୁଶୁଡିଲା ପୋଲ, ତଦନ୍ତ ନିର୍ଦ୍ଦେଶ…

ଅହମଦାବାଦ,୧୪।୬ : ବିହାରରେ ପୋଲ ଭୁଶୁଡିବା ପରେ ଏବେ ଗୁଜରାଟର ତାପି ଜିଲାର ମାୟାପୁର ଏବଂ ଦେଗାମା ଗ୍ରାମକୁ ସଂଯୋଗ କରୁଥିବା ମାଣ୍ଡୋଲା ନଦୀ ଉପରେ ଥିବା ପୋଲ ଭୁଶୁଡି ପଡିଛି। ଏହି ପୋଲ ଭୁଶୁଡ଼ିବା ଦ୍ୱାରା ପ୍ରାୟ ୧୫ ଟି…

ଜୁନ୍‌ ୧୬ରେ ନୀତୀଶଙ୍କ କ୍ୟାବିନେଟର ତୃତୀୟ ସମ୍ପ୍ରସାରଣ…

ପଟନା,୧୪।୬ : ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରୁ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ମାଂଝୀଙ୍କ ଇସ୍ତଫା ପରେ ଆନୁଷ୍ଠାନିକ ଭାବେ କ୍ୟାବିନେଟ ସମ୍ପ୍ରସାରଣ ଘୋଷଣା କରାଯାଇଛି। ଜନତା ଦଳ ୟୁନାଇଟେଡ (ଜେଡିୟୁ) ବିଧାୟକ ରତ୍ନେଶ ସାଦାଙ୍କୁ ସନ୍ତୋଷ…

ନାବାଳକଙ୍କୁ ଟାଣିନେଲା କୁମ୍ଭୀର, କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ,୧୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କୁ କୁମ୍ଭୀର ଟାଣିନେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଉଛନ୍ତି ଅଶୋକ ଅଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ (୧୦)।…

ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ: ପିସିସି ନିଷ୍ପତ୍ତି ପ୍ରତିବାଦରେ ୧୯ପଦାଧିକାରୀଙ୍କ ଦଳରୁ ଇସ୍ତଫା

ଦେବଗଡ଼,୧୪।୬,(ଶଶାଙ୍କ ଶେଖର ଝାଙ୍କର) :ପବିତ୍ର ରଜ ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ଦେବଗଡ଼ ଜିଲା କଂଗ୍ରେସରେ ହଟଚମଟ ଦେଖାଦେଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତରବରିଆ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ନିଷ୍ପତି ପ୍ରତିବାଦରେ ବୁଧବାର ଜିଲା…

ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

କେସିଙ୍ଗା,୧୪.୬(ତୁମେଶ୍ୱର ସାହୁ) ଓ୍ବାଗନ୍‌ ଛିଣ୍ଡି ଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍‌। ଦାମନଯୋଡି-ନାଲକୋ ଅଭିମୁଖେ ଯାଉଥିବା ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନ ବୁଧବାର ସକାଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଉକ୍ତ ଟ୍ରେନ ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ଷ୍ଟେସନର ଦୁଇ ନମ୍ବର…

ଶକ୍ତିକାନ୍ତଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର…

ନୂଆଦିଲ୍ଲୀ,୧୪।୬ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନରଙ୍କୁ ପ୍ରଦାନ କରାଯାଇଛି। ରିଜର୍ଭ…

ଓଡେଶାକୁ ମିଶାଇଲ ମାଡରେ ୩ମୃତ ୧୩ଆହତ

କିଭ୍‌,୧୪।୬: ଋଷର ରାତିସାରା ମିଶାଇଲ ମାଡରେ ଥରିଉଠିଛି ୟୁକ୍ରେନର ବ୍ଲାକ୍‌ ସି ବନ୍ଦର। ଋଷ ବ୍ଲାକ୍‌ ସି ବନ୍ଦରର ଓଡେଶାରେ କିଛି ଅଟ୍ଟାଳିକାକୁ ଟାର୍ଗେଟ କରି ମିଶାଇଲ୍‌ ମାଡ କରିଛି। ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି।…

ପାଇକାରୀ ମୁଦ୍ରାସ୍ଫୀତି ତିନି ବର୍ଷର ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ,୧୪।୬ : ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ କହିଛି ପାଇକାରୀ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ମେ ମାସରେ ୩.୪୮ ପ୍ରତିଶତ ହ୍ରାସ ପାଇ ଏପ୍ରିଲରେ ୦.୯୨ ପ୍ରତିଶତ ହ୍ରାସ ପାଇଛି। ମେ…

ଗଛରେ ପିଟିହେଲା ଔଷଧ ବୋଝେଇ ଗାଡ଼ି

ଚନ୍ଦ୍ରପୁର,୧୪ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ବୁଧବାର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଔଷଧ ବୋଝେଇ ଓଡି ୩୩ଏଏ ୫୧୨୧ ନମ୍ବର ବିଶିଷ୍ଟ ଗାଡ଼ି ପଙ୍କାଳଗୁଡ଼ି ଗ୍ରାମ ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ…

ରଥଯାତ୍ରା ପାଇଁ କେନ୍ଦୁଝରରେ ପହଞ୍ଚିଲା ଶିଆଳି ଲତାର ରଥ ଦଉଡ଼ି

କେନ୍ଦୁଝର,୧୪ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଏହି ରଥକୁ ଟାଣିବା ପାଇଁ ପାରମ୍ପରିକ ଭାବେ ଶିଆଳି ଲତାରେ ପ୍ରସ୍ତୁତ ଦଉଡ଼ି ବ୍ୟବହାର ହୋଇଥାଏ।…

ଶିନ୍ଦେ-ଫଡନାଭିସ ଫାଟ ବଢ଼ିବା ନେଇ ଚର୍ଚ୍ଚା, ଗୋଟିଏ ମଞ୍ଚରେ ନଜର ଆସୁ ନାହାନ୍ତି ଦୁଇ ନେତା…

ମୁମ୍ବାଇ,୧୪।୬ : ଗତ ଦୁଇ ସପ୍ତାହ ଧରି ଗଣମାଧ୍ୟମ ରିପୋର୍ଟ ଆସୁଛି, ମହାରାଷ୍ଟ୍ର ସରକାରଙ୍କ ଦୁଇ ବଡ ନେତାଙ୍କ ମଧ୍ୟରେ ସବୁ ଠିକ ଚାଲି ନାହିଁ। ଯଦି ଏହି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଭାଜପା ଶିବସେନା ସରକାରଙ୍କ ଦୁଇ ବରିଷ୍ଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri