ବିଳମ୍ବ ହେଉଛି ବ୍ରିଜ୍‌ ନିର୍ମାଣ କାମ

କୁତ୍ରା,୧୧ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଲକ୍ଷ୍ମୀପୋଷରୁ ସମଲାଇମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ବିଜୁ ସଡକ ଯୋଜନା ଅନ୍ତର୍ଗତ ରାସ୍ତା। ଏହି ରାସ୍ତାର କାଣ୍ଟିଝରିଆ ନାଳ ଉପରେ ଏକ ୬୦ ମିଟର ଲମ୍ବର ବ୍ରିଜ ନିର୍ମାଣଧୀନ ଅଛି। ବ୍ରିଜ କାମ ୨୦୨୧ -୨୨ ଆର୍ଥିକ ବର୍ଷରେ ସଂପୂର୍ଣ୍ଣ ହେବା କଥା। ହେଲେ ଏହି ସମୟ ସୀମାରୁ ଏକ ବର୍ଷ ବିତିଯାଇଥିଲେ ହେଁ ନିର୍ମାଣ କାର୍ଯ୍ୟ ଶେଷ ନ ହୋଇ ଅଧପନ୍ତରିଆ ହୋଇ ପଡ଼ି ରହିଛି। ୬୦ ମିଟର ବ୍ରିଜର ୩୦ ମିଟର କାର୍ଯ୍ୟ ସରି ସ୍ଲାବ ପଡିସାରିଥିବା ବେଳେ ବାକି ୩୦ ମିଟର ନିର୍ମାଣଧୀନ ରହିଛି। ଏହି ୩୦ ମିଟର ବ୍ରିଜରେ ସ୍ଲାବ ପଡିବା ପାଇଁ ଅସମୟରେ ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ଢଳାଇ ହୋଇଥିବା ଗାର୍ଡରରେ ସପ୍ତାହକ ତଳେ ହୋଇଥିବା ବର୍ଷା ପରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଏହା ଉପରେ ସ୍ଲାବ ପକାଇବା ପାଇଁ କରାଯାଇଥିବା ସେଣ୍ଟ୍ରୀଂ ବର୍ଷା ପାଣି ସ୍ରୋତରେ ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି। ଗାର୍ଡରେ ଦେଖା ଯାଇଥିବା ଫାଟ ଯୋଗୁଁ ଆଗକୁ ଯଦି ଏହାରି ଉପରେ ସ୍ଲାବ ପଡିବାର ଯୋଜନା କରାଯାଏ ତେବେ ଏହା ବ୍ରିଜର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚି ସୃଷ୍ଟି କରିବ। ଅନ୍ୟ ପକ୍ଷରେ ଧାର୍ଯ୍ୟ ସମୟ ସୀମାରେ କାର୍ଯ୍ୟ ସରି ନ ଥିବା ଯୋଗୁ ଯାତାୟତରେ ଲୋକେ ଅସୁବିଧା ଭୋଗୁଛନ୍ତି। ଖବର ନେବାରୁ ଜଣା ପଡିଲା ଯେ, ଏହି କାର୍ଯ୍ୟ କରାଉଥିବା ଠିକାଦାର ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଯୋଗୁଁ କାର୍ଯ୍ୟ ବିଳମ୍ବିତ ହେଉଛି। ସେ ଦୀର୍ଘ ମାସ ହେଲା ରାଜ୍ୟ ବାହାରେ ରହି ନିର୍ମାଣ ସ୍ଥଳକୁ ଆସୁନାହାନ୍ତି। ଏପରିକି ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ସେମାନଙ୍କ ଟଙ୍କା ୩ ମାସ ହେଲା ପାଇ ନ ଥିବା ଅଭିଯୋଗ କରୁଛନ୍ତି। ବ୍ରିଜ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ସରକାରୀ ବିଭାଗ ଏହି ବ୍ରିଜର ଗାର୍ଡରରେ ସୃଷ୍ଟି ହୋଇଥିବା ଫାଟକୁ ଦୃଷ୍ଟିରେ ରଖି ବ୍ରିଜର ସ୍ଥାୟିତ୍ୱ ପାଇଁ ଆଗକୁ ଏହାର ଯୋଜନା ପ୍ରସ୍ତୁତ କରିବା ସହ ଶ୍ରମିକଙ୍କୁ ମଳିିନଥିବା ପାରିଶ୍ରମିକ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri