Home

ଜୟନ୍ତ ପାଟିଲଙ୍କ ଭାଜପାରେ ଯୋଗଦାନକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୮: ପୁଣିଥରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତାର ସମ୍ଭାବନା ରହିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଏନସିପି ନେତା ଶରଦ ପାୱାରଙ୍କ ଘନିଷ୍ଠ ସହଯୋଗୀ ଜୟନ୍ତ ପାଟିଲଙ୍କ ସାକ୍ଷାତ ପରେ ଅନୁମାନ କରାଯାଉଥିଲା ଯେ ଶରଦ ପାୱାର ଦଳର ନେତା…

ଆମ୍ବଗଛରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତର ବେଣାମୁଣ୍ଡା ଗ୍ରାମର ମାଟିଆ ମୁଣ୍ଡା ସାହିରେ ରବିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଏକ ଆମ୍ବ ଗଛରୁ ପୋଲିସ ଜବତ କରିଛି। ତାଙ୍କ ନାମ ମିଲୁ ପୂର୍ତ୍ତି ବୋଲି ଜଣାପଡ଼ିଛି।…

ଲୁଚିଛପି ବିବାହ କରିଛନ୍ତି ରଶ୍ମିକା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗ ଧାଡିର ନାୟିକା ରଶ୍ମିକା ମନ୍ଧାନା ଅଭିନୟରେ ସମସ୍ତଙ୍କ ମନ ପସନ୍ଦର ନାୟିକା ପାଲଟି ଯାଇଛନ୍ତି। କିଛିଦିନ ହେବ ଏହି ନାୟିକା ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ରିଲେସନଶିପରେ ଥିବା ଖବର ଚର୍ଚ୍ଚାରେ ରହିଛି। ଏମାନଙ୍କର କିଛି…

ମେଟଲ୍‌ ମିଟ୍‌-୨୦୨୩: ଜୁନିୟର ଗ୍ରୁପ୍‌ର ସିଡିଏ ଡିଏଭି ପ୍ରଥମ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁଇଜ୍‌ ଇଭେଣ୍ଟ୍‌ ‘ମେଟଲ ମିଟ୍‌-୨୦୨୩’ର ଗ୍ରାଣ୍ଡ୍‌ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାଣ୍ଡ୍‌ ଫିନାଲେରେ ଜୁନିୟର ଗ୍ରୁପ୍‌  କଟକର ସିଡିଏ ଡିଏଭି ସ୍କୁଲ…

ଚାଇନାରେ ପ୍ରଳୟଙ୍କରୀ ବନ୍ୟା, ୧୮ ହଜାରରୁ ଅଧିକ ଲୋକଙ୍କୁ କରାଗଲାଣି ଉଦ୍ଧାର

ବେଜିଂ,୬।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ବହୁ ସମସ୍ୟା ସୃଷ୍ଟି କରିଛି। ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ସହିତ ଡୋକସୁରୀ ଝଡ଼ ଦେଶରେ ପରିସ୍ଥିତିକୁ ଆହୁରି ଖରାପ…

ରାଜ୍ୟ ସଭାରେ ସୋମବାର ଅମିତ ଶାହା ଉପସ୍ଥାପନ କରିବେ ଦିଲ୍ଲୀ ସେବା ବିଲ, ଲୋକ ସଭାରେ ମିଳି ସାରିଛି ମଞ୍ଜୁରୀ

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଅର୍ଥାତ୍‌ ଅଗଷ୍ଟ ୭ ସୋମବାର ରାଜ୍ୟ ସଭାରେ ‘ଦିଲ୍ଲୀର ସରକାରୀ ସଂଶୋଧନ ବିଲ, ୨୦୨୩’ ଉପସ୍ଥାପନ କରିବେ। ଏହାପୂର୍ବରୁ ଅଗଷ୍ଟ ୩ରେ, ରାଜଧାନୀ ଦିଲ୍ଲୀର ଅଧିକାରୀ ନିଯୁକ୍ତି ଏବଂ ସ୍ଥାନାନ୍ତରଣରେ ଲେଫ୍ଟନାଣ୍ଟ…

ଟେଲିଗ୍ରାମ୍‌ ଆପ୍‌ ବନ୍ଦ କଲା ଇରାକ୍‌

ବାଗ୍‌ଦାଦ୍‌,୬ା୮: ଇରାକ୍‌ ଏହାର ଟେଲିଗ୍ରାମ୍‌ ଆପ୍‌କୁ ବନ୍ଦ କରିଦେଇଛି। ‘ବ୍ୟକ୍ତିଗତ ତଥ୍ୟ ଉଲ୍ଲଂଘନ’ ଦର୍ଶାଇ ଇରାକ୍‌ ଏହି ଆପ୍‌କୁ ବନ୍ଦ କରିଥିବା ଇରାକ୍‌ର ଟେଲିକମ୍‌ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ କହିଛି ଯେ, ଜାତୀୟ ସୁରକ୍ଷା ଚିନ୍ତାଧାରା ତଥା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର…

ସ୍ପୋର୍ଟସ ଇଭେଣ୍ଟରେ ବଡ ଦୁର୍ଘଟଣା, ବାଇକ ରେସ ସମୟରେ ୧୩ ବର୍ଷୀୟ ଶ୍ରେୟସଙ୍କ ମୃତ୍ୟୁ

ବେଙ୍ଗାଲୁରୁ,୬।୮: ବେଙ୍ଗାଲୁରୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶନିବାର ଚେନ୍ନାଇର ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଇଣ୍ଡିଆନ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପର ତୃତୀୟ ରାଉଣ୍ଡରେ ସ୍ଥାନୀୟ ଅଞ୍ଚଳର ୧୩ ବର୍ଷିୟ ପ୍ରତିଭା କୋପ୍ପାରାମ ଶ୍ରେୟସ ହରିଶ…

ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି, ୮୦ରୁ ଅଧିକ ଆହତ

ଇସଲାମାବାଦ,୬ା୮: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ରାଓ୍ବଲପିଣ୍ଡି ଅଭିମୁଖେ ହାଜ୍‌ରା ଏକ୍ସପ୍ରେସର ମୋଟ୍‌ ୧୦ଟି ବଗି କରାଚିଠାରୁ ୨୭୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଷ୍ଟେଶନ ନିକଟରେ ଲାଇନଚ୍ୟୁତ୍‌ ହେବାରୁ ପ୍ରାୟ ୨୫ ଜଣଙ୍କର…

ଫ୍ରେଣ୍ଡଶିପ ଡେ’ରେ ନିଜେ ଫୁଡ ଡେଲଭରି ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ,୬।୮: ରେଷ୍ଟୋରେଣ୍ଟ ଏଗ୍ରିଗେଟର ଓ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ରବିବାର କିଛି ଭିନ୍ନ ଢଙ୍ଗରେ ଫ୍ରେଣ୍ଡଶିପ ଡେ’ ବା ବନ୍ଧୁତ୍ୱ ଦିବସକୁ ପାଳନ କରିଛନ୍ତି। ଏହି ଦିନକୁ ପାଳନ କରିବା ଏବଂ ବନ୍ଧୁତ୍ୱର ବାର୍ତ୍ତା ବିସ୍ତାର…

ସୁସ୍ଥ ହେଉଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା,୬।୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (୭୯) ଙ୍କ ସ୍ବାସ୍ଥ୍ୟରେ ଲଗାତାର ଉନ୍ନତି ହେଉଛି। ରବିବାର ଉଡଲ୍ୟାଣ୍ଡସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହୋସରେ ଅଛନ୍ତି ଏବଂ ଡାକ୍ତର ଏବଂ ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ସହ…

ଭର୍ଚୁଆଲ ମୋଡ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବଡ଼ବିଲ ରେଳଷ୍ଟେଶନ ପାଇଁ ୧୬ କୋଟି ଟଙ୍କା ବ୍ୟୟ ବରାଦ

ବଡ଼ବିଲ,୬ା୮(ଦେବପ୍ରିୟ ରଣା): ଅମୃତ ଭାରତ ଷ୍ଟେଶନ ଯୋଜନାରେ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେଶନର ପୁନଃ ବିକାଶ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ୫୭ଟି ଷ୍ଟେଶନକୁ ଅନ୍ତର୍ଭୁକ୍ତ ପାଇଁ ଚିହ୍ନଟ ହୋଇଛି। ରବିବାର ପ୍ରଥମ ପର୍ଯ୍ୟାୟରେ ୫୦୮ଟି ଷ୍ଟେଶନର ପୁନଃ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri