ରୋଜ କିସମର ପିଆଜରେ ରପ୍ତାନୀ ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ,୩୦।୯: ପିଆଜ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ରୋଜ କିସମର ପିଆଜ ଉପରେ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି ଭାରତ ସରକାର। ଏହି ପଦକ୍ଷେପରେ ଏକ ଲକ୍ଷ ପିଆଜ ଚାଷୀ ଲାଭବାନ ହେବେ। ଏହାଦ୍ୱାରା ପିଆଜର ସଠିକ ଦାମ ଚାଷୀଙ୍କୁ ମିଳିପାରିବ। ତେବେ ଏନେଇ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ବିଜ୍ଞପ୍ତି ଜାରି କରିଛି। କେନ୍ଦ୍ର ସରକାର କେବଳ ବେଙ୍ଗାଲୁରୁକୁ ରପ୍ତାନୀ ହେଉଥିବା ରୋଜ କିସମର ପିଆଜ ଉପରେ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି। ସରକାର ବିଜ୍ଞପ୍ତିରେ କହିଛନ୍ତି ଯେ କିଛି ସର୍ତ୍ତ ସହିତ ରପ୍ତାନି ଅନୁମତି ଦିଆଯାଇଛି।

ପିଆଜର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଗଷ୍ଟ ମାସରେ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ମୁଦ୍ରାସ୍ଫୀତିରେ ରୋକ ଲଗାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପିଆଜ ଦରରେ କିଛି ହ୍ରାସ ଘଟାଇଛି। କିଲୋଗ୍ରାମ ପିଛା ୪୦ ଟଙ୍କାରେ ଉପଲବ୍ଧ ପିଆଜ ବର୍ତ୍ତମାନ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି।
ବେଙ୍ଗାଲୁରୁରେ ଭାରତର ରୋଜ କିସମର ପିଆଜର ଅଧିକ ଚାହିଦା ରହିଛି। ତେବେ ସର୍ବାଧିକ ପିଆଜ ରପ୍ତାନି ହେଉଥିବା ଦେଶ ହେଉଛି ଥାଇଲ୍ୟାଣ୍ଡ, ତାଇୱାନ, ମାଲେସିଆ ଏବଂ ସିଙ୍ଗାପୁର।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମିରୁ ଉଚ୍ଛେଦବେଳେ ପ୍ରବଳ ବିରୋଧ, ତଥାପି ଜାରି ରହିଛି…

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପୁଟୁଳିଆ ମୌଜାର ୭୭୪ ନମ୍ବର ପ୍ଲଟରୁ ସୋମବାର ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି…

ମୋଦିଙ୍କ ବୟାନ ପରେ ସୁନାକୁ ନେଇ ବଢୁଛି ଚର୍ଚ୍ଚା, ଜାଣନ୍ତୁ ଦେଶକୁ କେଉଁଠୁ ଆସୁଛି ସୁନା, ଭାରତୀୟ ସୁନା ନ କିଣିଲେ କ’ଣ ହେବ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ସ୍ବାର୍ଥ ପାଇଁ,…

୧୨ ଘଣ୍ଟା ବିତିଲା: ସ୍ବାଭାବିକ ହୋଇପାରିଲାନାହିଁ ବିଦ୍ୟୁତ୍‌ ସେବା

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ରବିବାର ରାତି ୧୦ଟାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ସହରର ଅନେକ ସ୍ଥାନରେ ଗଛଡାଳ…

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ଭାରତର ଗୁରୁତ୍ୱକୁ ଅନୁଭବ କରୁଛି ବାଂଲାଦେଶ, ଏବେ କରୁଛି ଏମିତି ଚିନ୍ତା

ଢାକା,୧୧।୫: ବାଂଲାଦେଶ ଏବେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ପ୍ରକାଶ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ମୋଦିଙ୍କ ବଡ଼ ଉପଦେଶ, କହିଲେ ଘରୁ ରହି କାମ କରିବାକୁ…

ନୂଆଦିଲ୍ଲୀ,୧୧।୫:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri