ଶାହାରୁଖଙ୍କୁ ଘୃଣା କରୁଥିଲେ ସ୍ତ୍ରୀ ଗୌରୀଙ୍କ ମା’; ମୁଣ୍ଡରେ ବନ୍ଧୁକ ଲଗାଇ ଭାଇ କହିଥିଲେ…

ବମ୍ବେ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନଙ୍କ ଯୋଡ଼ିକୁ ହିନ୍ଦି ସିନେମାର ସଫଳ ଯୋଡ଼ି ଭାବେ ବିବେଚନା କରାଯାଏ। ଏକ ପାର୍ଟିରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ଗୌରୀଙ୍କୁ ହୃଦୟ ଦେଇ ବସିଥିଲେ ଶାହାରୁଖ। ହେଲେ ପ୍ରେମର ରାସ୍ତା ସେତେଟା ସହଜ ନ ଥିଲା। କାରଣ ଶାହାରୁଖଙ୍କୁ ଗୌରୀଙ୍କ ମା’ ଘୃଣା କରୁଥିଲେ। ଏପରିକି ଗୌରୀଙ୍କ ଭାଇ ଶାହାରୁଖଙ୍କ ମୁଣ୍ଡରେ ବନ୍ଧୁକ ରଖି ଭଉଣୀଙ୍କଠାରୁ ଦୂରେଇ ଯିବାକୁ ଧମକ ମଧ୍ୟ ଦେଇଥିଲେ।

ପ୍ରେମକୁ ପାଇବାକୁ ସଂଘର୍ଷ କରିଥିଲେ ଶାହାରୁଖ। ‘ଫୌଜୀ’ ଧାରାବାହିକ ଜରିଆରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ତାଙ୍କୁ ପରିଚୟ ଦେଇଥିଲା। ହେଲେ ଗୌରୀଙ୍କ ମା’ବାପା ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ଭିନ୍ନ ଧର୍ମର ଥିବା ଯୋଗୁ ଅଡୁଆ ଅଧିକ ବଢ଼ିଥିଲା। ଜ୍ୟୋତିଷଙ୍କୁ ଡକାଇ ସମସ୍ତ ଉପଚାର କରିଥିଲେ ସେମାନେ।

ଅନେକ ବାଧାବିଘ୍ନ ସତ୍ତ୍ୱେ ଗୌରୀଙ୍କ ହାତ ଛାଡ଼ି ନ ଥିଲେ ଶାହାରୁଖ। ସେମାନେ ୧୯୯୧ରେ ବିବାହ କରିଥିଲେ। ଏବେ ଉଭୟଙ୍କ ଦୁଇ ସନ୍ତାନ ରହିଛି। ନିକଟରେ ପୁଅ ଆର୍ୟନ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୀନାଙ୍କ ଏହି ନଣଦ ସମ୍ଭାଳନ୍ତି ପଟୌଦୀ ଖାନ୍‌ଦାନ୍‌ର ସମ୍ପତ୍ତି

ପଟୌଦୀ ଖାନଦାନର ପ୍ରାୟ ସମସ୍ତ ସଦସ୍ୟ ବଲିଉଡ୍‌ରେ ବେଶ୍‌ ପରିଚିତ। ଶର୍ମିଲା ଟାଗୋରଙ୍କଠାରୁ ଆରମ୍ଭ କରି ସୈଫ୍‌ ଅଲ୍ଲୀ ଖାନ୍‌, ସୋହା ଅଲ୍ଲୀ ଖାନ୍‌, କରୀନା...

ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ...

ମାମଲା ରୁଜୁ ପରେ କଙ୍ଗନା କହିଲେ…

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ମୋଦି ସରକାର କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ କଙ୍ଗନା...

ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’...

ବିବାହର ୧୧ ବର୍ଷ ପରେ ମା’ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ମା’ ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା...

୧୪ ବର୍ଷ ହେଲା ଏଚଆଇଭି ସଂକ୍ରମିତ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ ଅଭିନେତା ବିଲି ପୋର୍ଟର ୨୦୦୭ରୁ ମସିହାରୁ ଏଚ.ଆଇ.ଭି ସଂକ୍ରମିତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୧୪ ବର୍ଷ ଧରି...

ଗ୍ରାମୀ ଆୱାର୍ଡ ସ୍ଥଗିତ

ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ୬୪ତମ ଗ୍ରାମୀ ଆୱାର୍ଡ ୨୦୨୨କୁ ସ୍ଥଗିତ କରି ଦିଆଯାଇଛି । ସାରା ବିଶ୍ୱରେ କରୋନା ଓ କରୋନାର...

ସୁନା ମୁଦି ବାଣ୍ଟିଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ଆଉ ସେ ବି କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ଦିଅନ୍ତିନି...

Advertisement
Archives

Model This Week