ଛତିଶଗଡ଼ର ୟୁଟ୍ୟୁବରଙ୍କ ଗାଁ: ରହିଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର…

ରାୟପୁର,୩୦।୯ : ସମ୍ପ୍ରତି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଛତିଶଗଡର ଏକ ଗାଁରେ ଜଣେ କିମ୍ବା ଦୁଇ ଅବା ଡଜନେ ୟୁଟ୍ୟୁବର ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର୍‌। ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ତୁଳସୀ ନାମକ ଏହି ଗାଁର ଜନସଂଖ୍ୟା ୬ ହଜାର। ଏହି ଗାଁର ୟୁଟ୍ୟୁବରର ଖ୍ୟାତି ଦେଖି ରାୟପୁର ଜିଲା ପ୍ରଶାସନ ତୁଲସୀ ଗ୍ରାମରେ ଆଧୁନିକ ଉପକରଣ ସହିତ ସଜ୍ଜିତ ଏକ ଷ୍ଟୁଡିଓ ସ୍ଥାପନ କରିଛି। ଯାହାର ନାମ ‘ହମାରା ଫ୍ଲିକ୍ସ’ ରଖାଯାଇଛି। ବର୍ତ୍ତମାନ ଜିଲା ପ୍ରଶାସନ ଅନ୍ୟ ଗ୍ରାମରେ ସମାନ ଷ୍ଟୁଡିଓ ସ୍ଥାପନ କରିବାକୁ ଯୋଜନା କରୁଛି।

ରାୟପୁର କଲେକ୍ଟର ସର୍ଭେଶ୍ୱର ନରେନ୍ଦ୍ର ଭୁରେଙ୍କ ଅନୁଯାୟୀ, ୟୁଟ୍ୟୁବର୍‌ ଗ୍ରାମରେ ବହୁ ସଂଖ୍ୟକ ୟୁଟ୍ୟୁବର୍‌ ବାସ କରୁଛନ୍ତି। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ସକ୍ରିୟ ଅଟନ୍ତି। ଅନେକ ବିଷୟବସ୍ତୁ ସୃଷ୍ଟିକର୍ତ୍ତାଙ୍କର ଏକ ଉଲ୍ଲେଖନୀୟ ଆଧାର। ଯେତେବେଳେ ଗାଁ ପରିଦର୍ଶନ କରାଯାଇଥିଲା ସେଠାରେ ଆଧୁନିକ ସୁବିଧାର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସେଠାରେ ଆଧୁନିକ ଉପକରଣ ସହିତ ଏକ ଷ୍ଟୁଡିଓ ପ୍ରତିଷ୍ଠା କରାଯାଇଥିଲା। ଯାହାର ନାମ ହମାରା ଫ୍ଲିକ୍ସ ରଖାଯାଇଛି।

ସେ କହିଛନ୍ତି ଯେ ଷ୍ଟୁଡିଓ ପ୍ରତିଷ୍ଠା ୟୁଟ୍ୟୁବର୍ସଙ୍କୁ ଲାଭ ଦେଉଛି ଏବଂ ଭିଡିଓ ଏଡିଟ ଓ ଅପଲୋଡ କରିବା ସମୟରେ ନିର୍ମାତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ମଧ୍ୟ କରୁଛନ୍ତି। ଗାଁରେ ୫ ବର୍ଷରୁ ଆରମ୍ଭ କରି ୮୫ ବର୍ଷ ବୟସ୍କ ୟୁଟ୍ୟୁବର ଅଛନ୍ତି।

ଛତିଶଗଡରେ ମାଓବାଦୀ ସକ୍ରିୟ ଅଛନ୍ତି। ତେବେ ରାଜ୍ୟର ତୁଳସୀ ଗାଁର ଲୋକମାନେ ନିଜର ସୃଜନଶୀଳତା ଯୋଗୁ ଖ୍ୟାତି ହାସଲ କରି ପାରିଛନ୍ତି।

ଜୟ ଏବଂ ଜ୍ଞାନେନ୍ଦ୍ର ଗାଁରେ ପ୍ରଥମେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ସେମାନେ ୨୦୧୬ରେ ୟୁଟ୍ୟୁବ ଚ୍ୟାନେଲ କରିଥିଲେ। ଏହାପୂର୍ବରୁ ଜୟ ବର୍ମା ଏକ କୋଚିଂ ସେଣ୍ଟର ଚଳାଉଥିଲେ। ଯେଉଁଠାରେ ସେ ଏକାଦଶରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରୀଛରାତ୍ରମାନଙ୍କୁ କୋଚିଂ ଦେଉଥିଲେ। ସେ ପିଲାଦିନରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ଏହି ହବି ଯୋଗୁଁ ସେ ପଡୋଶୀ ଜ୍ଞାନେନ୍ଦ୍ରଙ୍କ ସହ ୟୁଟ୍ୟୁବରେ କମେଡି ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ।

ଏହା ପରେ ଗାଁର ଅନେକ ଲୋକ ୟୁଟ୍ୟୁବ ଆରମ୍ଭ କଲେ ଏବଂ ଏହି ସଂଖ୍ୟା ଏକ ହଜାର ଅତିକ୍ରମ କଲା। ଏହି ଗାଁରେ ପ୍ରାୟ ୩୫ ରୁ ୪୦ ୟୁଟ୍ୟୁବ ଚ୍ୟାନେଲ ଅଛି। ଏଥିରୁ ଲୋକମାନେ ବହୁତ ଟଙ୍କା ରୋଜଗାର କରିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ପାକିସ୍ତାନ ରାଜନୀତିରେ ହଇଚଇ! ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କ ଦାବି, ଜାଣନ୍ତୁ ସତ

ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri