ଜାପାନ ପୁଣି ଛାଡିବ ଫୁକୁଶିମା ଆଣବିକ କାରଖାନା ବର୍ଜ୍ୟ ଜଳ: ଚାଇନା ସମେତ ଅନ୍ୟ ପଡୋଶୀ ଜଣାଇଲେ ଆପତ୍ତି…

ଟୋକିଓ,୩୦।୯ : ଜାପାନ ପୁଣି ଥରେ ରେଡିଓଆକ୍ଟିଭ ଜଳ ସମୁଦ୍ରକୁ ଛାଡ଼ିବାକୁ କରିବାକୁ ଯାଉଛି। ଯେଉଁଥିପାଇଁ ଚାଇନା ସମେତ ଅନେକ ପଡୋଶୀ ଦେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ଜାପାନ ଦାବି କରିଛି ଏହି ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ଏଥିରୁ ରେଡିଓଆକ୍ଟିଭ ଉପାଦାନଗୁଡିକ ବାହାର କରାଯାଇଛି। ଯେଉଁଥିପାଇଁ କୌଣସି ପ୍ରାଣୀଙ୍କର କିଛି କ୍ଷତି ହେବ ନାହିଁ।

ବାସ୍ତବରେ, ଆସନ୍ତା ସପ୍ତାହରୁ ଜାପାନ ଫୁକୁଶିମା ଆଣବିକ କାରଖାନାରୁ ରେଡିଓଆକ୍ଟିଭ ପଦାର୍ଥ ସହିତ ମିଶ୍ରିତ ଜଳକୁ ସମୁଦ୍ରକୁ ଛାଡ଼ିବ। ଜାପାନ ଦ୍ୱିତୀୟ ଥର ପାଇଁ ଏହି ପ୍ରକାର ଜଳକୁ ସମୁଦ୍ରକୁ ଛାଡିବାକୁ ଯାଉଛି। ଏହାପୂର୍ବରୁ, ଅଗଷ୍ଟ ୨୪ ରେ, ସମୁଦ୍ରରେ ୭୮୦୦ ଟନ ପାଣି ଜାପାନ ଢାଳି ସାରିଛି। ଅକ୍ଟୋବର ୫ରେ ଦ୍ୱିତୀୟ ବ୍ୟାଚ ଜଳ ସମୁଦ୍ରକୁ ଛାଡି ଦିଆଯିବ। ଟୋକିଓ ଇଲେକ୍ଟ୍ରିକ ପାୱାର୍‌ କମ୍ପାନୀ ଏ ବିଷୟରେ ସୂଚନା ଦେଇଛି ।

ଯେତେବେଳେ ଜାପାନ ଅଗଷ୍ଟରେ ପ୍ରଥମ ଥର ପାଇଁ ରେଡିଓଆକ୍ଟିଭ ବର୍ଜ୍ୟ ଜଳ ସମୁଦ୍ରକୁ ଛାଡ଼ିଥିଲା। ଏନେଇ ଚାଇନା ଅସନ୍ତୋଷ ପ୍ରକାଶ କରିଥିଲା। ଯେଉଁଥିପାଇଁ ଚାଇନା ଜାପାନରୁ ସମସ୍ତ ସାମୁଦ୍ରିକ ଖାଦ୍ୟ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ସେପ୍ଟେମ୍ବର ୧୧ରୁ ଏହି ପ୍ରତିବନ୍ଧକ ହଟାଯାଇଥିଲା। ବର୍ତ୍ତମାନ ରୁଷିଆ ମଧ୍ୟ ଜାପାନର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି ।

୨୦୧୧ରେ ଜାପାନରେ ଆସିଥିବା ସୁନାମି ଯୋଗୁ ଜାପାନର ଫୁକୁଶିମା ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ସେଠାରେ ବ୍ୟାପକ ଧ୍ୱଂସ ଘଟିଥିଲା। ସୁନାମି ଯୋଗୁଁ ପରମାଣୁ ରିଆକ୍ଟରର କୁଲିଂ ସିଷ୍ଟମ ନଷ୍ଟ ହୋଇଯାଇଥିଲା, ଯେଉଁଥିପାଇଁ ତିନୋଟି ରିଆକ୍ଟର ତରଳି ଯାଇଥିଲା। ତରଳାଯାଇଥିବା ରିଆକ୍ଟରକୁ ଥଣ୍ଡା କରିବା ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୧୩ ଲକ୍ଷ ୪୦ହଜାର ଟନ ଜଳ ବ୍ୟବହାର କରାଯାଇଛି। ଏହାକୁ ବ୍ୟବହାର କରିବା ପରେ ଏହି ଜଳକୁ ସମୁଦ୍ରକୁ ଛାଡିବା ମହଙ୍ଗା ପଡିପାରେ। କାରଣ ରିଆକ୍ଟର ସଂସ୍ପର୍ଶରେ ଆସିବା ପରେ ପାଣିରେ ରେଡିଓଆକ୍ଟିଭ ଉପାଦାନଗୁଡିକ ଦ୍ରବୀଭୂତ ହୋଇଥାଏ ଯାହା ମଣିଷର ବହୁତ ବଡ କ୍ଷତି କରିପାରେ।

ଦ୍ୱିତୀୟ ଥର ଏହି ଜଳକୁ ସମୁଦ୍ରକୁ ଛାଡିବା ବିଷୟରେ ଜାପାନ ଯୁକ୍ତି ବାଢ଼ିଛି ସମୁଦ୍ରକୁ ଛଡା ଯିବାକୁଥିବା ଜଳ ସବୁ କ୍ଷେତ୍ରରେ ନିରାପଦ ଅଟେ, କାରଣ ଜଳରୁ ରେଡିଓଆକ୍ଟିଭ ଉପାଦାନଗୁଡିକ ଫିଲ୍ଟର୍‌ କରାଯାଇଛି। ଯାହା ପରେ ସାମୁଦ୍ରିକ ଜୀବନ ସହିତ ମାନବ ସ୍ବାସ୍ଥ୍ୟ ପାଇଁ କୌଣସି ବିପଦ ନାହିଁ। ଜାପାନର ଦାବି ଉପରେ ମଧ୍ୟ ପ୍ରଶ୍ନ ଉଠିଛି ଯେ ଯେତେ ଜଳ ବିଶୁଦ୍ଧ ହେଉନା କାହିଁକି, ଏଥିରୁ ଟ୍ରାଇଟିୟମ ଉପାଦାନ ଫିଲ୍ଟର୍‌ କରିବା ଅସମ୍ଭବ। ଯେଉଁଥିପାଇଁ ଅନେକ ଦେଶ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଜାପାନ ମଧ୍ୟ ଏହା ଉପରେ ଯୁକ୍ତି କରୁଛି ଏବଂ କହିଛି ପାଣିରେ କମ ପରିମାଣର ଟ୍ରାଇଟିୟମ କୌଣସି କ୍ଷତି କରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?