Home

ଶଳାର ବେକ କାଟି ଭିଣେଇ ଫେରାର୍‌

କୋରାପୁଟ/ନାରାୟଣପାଟଣା,୧୨।୯(ଅମିତାଭ ବେହେରା, ରାଜକିଶୋର ଜେନା) କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭିଣେଇ ନିଜ ଶଳାର ବେକକାଟି ଫେରାର୍‌ ହୋଇଯାଇଛନ୍ତି। ମୃତକ ଶଳା ହେଲେ ବନ୍ଧୁଗାଁ ବ୍ଲକର ମାନିଗି ବାଲସା ଗ୍ରାମର ଧର୍ମା ହିମିରିକା(୩୦)। ସୂଚନାଯୋଗ୍ୟ,…

ଆଦିଲଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ ଅଶନୁର

ଡେବ୍ୟୁ କରିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଶନୁର କୌର। ସେ ଆଦିଲ ଖାନ୍‌ଙ୍କ ସହ ଚଳଚ୍ଚିତ୍ରରେ ନାୟିକା ସାଜିବେ। ଛତିଶଗଡ଼ରେ ଏହି ଫିଲ୍ମର ଶୁଟିଂ ହୋଇଛି। ଫିଲ୍ମକୁ‘ଶାଦି ମେ ଜରୁର୍‌ ଆନା’ ଫେମ୍‌ ରତ୍ନା ସିନ୍ହାଙ୍କ ପ୍ରଯୋଜନା ସଂସ୍ଥା ବ୍ୟାନ୍‌ରରେ…

ସ୍ପିନ୍‌ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଣ୍ଠେଇ ଥିବା ଦୁନିଥ କିଏ?ଜାଣନ୍ତୁ…

କଲମ୍ବୋ,୧୨।୯: ପାକିସ୍ତାନ ବିପକ୍ଷ ଏସିଆ କପ୍‌ ସୁପର ୪ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ୨୨୮ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍‌ ପାକିସ୍ତାନ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ୨୪ ଘଣ୍ଟା ପରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ…

ଛାତ୍ରୀନିବାସରେ ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଏକ ବାଳିକା ବିଦ୍ୟାଳୟରେ ଜଣେ ଅନ୍ତେବାସୀ ୭ ମାସର ଗର୍ଭବତୀ ହେବା ଘଟଣାରେ ନାବାଳିକା ଜଣଙ୍କ ଶନିବାର ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହି…

ଆଇରନ ବୋଝେଇ ଟ୍ରକରେ ନିଆଁ

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ଫଳରେ ଟ୍ରକ ଚାଳକ ସେଠାରୁ ଡେଇଁ ଜୀବନ ବଞ୍ଚାଇଥିଲେ। ମଙ୍ଗଳବାର…

ଏତିହାଦ୍‌ ଏୟାରଓ୍ବେଜ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ କଟ୍ରିନା

ନୂଆଦିଲ୍ଲୀ,୧୨।୯: ୟୁଏଇର ଜାତୀୟ ପରିବହନକାରୀ ସଂସ୍ଥା ଏତିହାଦ୍‌ ଏୟାରଓ୍ବେଜ୍‌ ବଲିଉଡ ସୁପଷ୍ଟାର କଟ୍ରିନା କୈଫଙ୍କୁ ଏହାର ନୂତନ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ପୂର୍ବରୁ ୨୦୧୦ରେ କଟ୍ରିନା ଏତିହାଦ୍‌ ସହ କାମ କରିଥିଲେ। ତେବେ ଏବେ କଟ୍ରିନା ପ୍ରଚାର…

ଘର ଛାଡି ବିବାହ କରିବାରୁ ଝିଅର ଶୁଦ୍ଧି କ୍ରିୟା କଲେ ବାପା

ଗଜପତି,୧୨।୯(ସୁକାନ୍ତ କୁମାର ରଥ)ନିଜ ଝିଅ ବଞ୍ଚିଥିବାବେଳେ ଝିଅର ଶୁଦ୍ଧି କ୍ରିୟା କରିଛନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଘଟଣା ପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ…

୨୦୨୩ରେ ୨୮ ଅହମ୍ମଦିଆ ଉପାସନାସ୍ଥଳରେ ହୋଇଛି ଭଙ୍ଗାରୁଜା: ପାକିସ୍ତାନ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୧୨।୯ : ଚଳିତ ୨୦୨୩ ମସିହାରେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଅହମ୍ମଦିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୮ଟି ଉପାସନା ସ୍ଥଳ ଉପରେ ମୌଳବାଦୀ ଇସଲାମୀୟମାନଙ୍କ ଦ୍ୱାରା ଆକ୍ରମଣ ହୋଇଛି କିମ୍ବା ପୋଲିସ ଦ୍ୱାରା ଆଂଶିକ ଭାବେ ଭାଙ୍ଗି ଦିଆଯାଇଛି। ମଙ୍ଗଳବାର ଜାାତିସଂଘର ଏକ…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୧୪ ରନ…

କଲେମ୍ବୋ,୧୨।୯ : ଏସିଆ କପରେ ସୁପର ଫୋରର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କାର କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା…

ଛୁଟିରେ ଗଲେ ଶିକ୍ଷକ

ରାଇକିଆ,୧୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ…

ଆଫଗାନିସ୍ତାନ ଜନତାଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି ତାଲିବାନ: ଜାତିସଂଘ…

ଜେନେଭା,୧୨।୯ : ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମଙ୍ଗଳବାର କହିଛନ୍ତି ତାଲିବାନ ଆଫଗାନିସ୍ତାନର ଲୋକଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି। ସେ କହିଛନ୍ତି ଯେ ତାଲିବାନ ଶାସନରେ ମହିଳା ଓ ବାଳିକା ଅତ୍ୟଧିକ ନିଷ୍ଠୁର ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଜାତିସଂଘର ମାନବ…

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ : ୨ସପ୍ତାହରେ ୫ମୃତ

ବରଗଡ ୧୨।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ସ୍କ୍ରବ ଟାଇଫସ ରୋଗ ଏବେ ଆତଙ୍କ ଖେଳାଇ ଦେଇଛି। ଜିଲାରେ ଗତ ୨ସପ୍ତାହ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଅନେକ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri