Odisha Elections 2024
Posted inଫୁରସତ

କ’ଣ ଏହି ଫ୍ରାଇଡ ରାଇସ ସିଣ୍ଡ୍ରୋମ, ଯାହାଦ୍ୱାରା ଚାଲିଗଲା ଜଣେ ଯୁବକଙ୍କ ଜୀବନ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଟ୍ରେଣ୍ଡ କରୁଥାଏ। ଯାହାକୁ ନେଇ ସୋସିଆଲ ମିଡିଆରେ ଏସମ୍ପର୍କିତ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳିଥାଏ। ଶନିବାର ଫ୍ରାଇଡ ରାଇସ ସିଣ୍ଡ୍ରୋମ ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି।
ଜଣେ ୟୁଜର @jpall20 ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ଜଣେ ଯୁବକଙ୍କ ବିଷୟରେ କହିଛନ୍ତି ଯିଏକି ୫ଦିନ ପୁରୁଣା ପାସ୍ତା ଖାଇବାରୁ ମୃତ୍ୟୁ ହୋଇଥିଲା। ତେବେ ଏହି କାହାଣୀ ୧୫ବର୍ଷ ପୁରୁଣା। ହେଲେ ଯୁବକ ଜଣକ ଏହି ଫଟୋ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୧ରେ ଜର୍ନାଲ ଅଫ ଫଲିନିକାଲ ମାଇକ୍ରୋବାୟୋଲଜି ଯୁବକଙ୍କ ମୃତ୍ୟୁର ରହସ୍ୟ ପ୍ରକାଶିତ କରିଥିଳା। ରିପୋର୍ଟରେ କୁହାଯାଇଥିଲା କି, ୨୦୦୮ରେ ଏହି ୨୦ବର୍ଷିୟ ଯୁବକ ଟମାଟର ସସ ସହ ପାଞ୍ଚଦିନ ପୁରୁଣା ରେଫ୍ରିଜେଟର ପାସ୍ତା ଖାଇବା ଦ୍ୱାରା ମୃତ୍ୟୁ ହୋଇଛି। ପାସ୍ତାକୁ ଦ୍ୱିତୀୟ ଥର ପାଇଁ ଗରମ କରି ଖାଇବା ଦ୍ୱାରା ତାଙ୍କର ବାନ୍ତି ହେବା ସହ ଗ୍ୟାଷ୍ଟ୍ରୋଇନଟେଷ୍ଟିନିଆଲ ହୋଇଥିଲା। ଖାଇବାର ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା।
ବିଶେଷଜ୍ଞଙ୍କ କହିବାନୁସାରେ ବ୍ରାସିଲସ ସେରସସ ଖାଦ୍ୟରେ ରହିବା ଯୋଗୁ ଖାଦ୍ୟ ବିଷାକ୍ତ ହୋଇଯାଏ। ଏହାକୁ ଖାଇଲେ ଫ୍ରାଇଡ ରାଇସ ସେଣ୍ଡ୍ରୋମ ହୋଇଥାଏ। କୋଠରୀର ତାପମାତ୍ରାରେ ଖୋଲାରେ ଘଣ୍ଟାଘଣ୍ଟା ଯାଏଁ ଏହି ଖାଦ୍ୟ ରହିଲେ ଶରୀରରେ ବ୍ରାସିଲସ ସେରସସ ସଂକ୍ରମଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri