Posted inଜାତୀୟ

Ayodhya Deepostav-2023: ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆପଣ ବି ଜାଳି ପାରିବେ ନିଜ ନାମର ଦୀପ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା…

ଲକ୍ଷ୍ନୌ,୧୧।୧୧: ଚଳିତ ବର୍ଷ ଅଯୋଧ୍ୟାରେ ଜଳିବ ୧୪ ଲକ୍ଷ ଦୀପ। ଦୀପାବଳିକୁ ବେଶ ଭବ୍ୟ କରିବା ଲାଗି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏଭଳି ପ୍ରସ୍ତୁତି କରି ବିଶ୍ୱ ରେକର୍ଡ କରିବାର ଯୋଜନା କରୁଛି। ତେବେ ଏହି କାର୍ଯ୍ୟକ୍ରମରେ ସାଧାରଣଲୋକେ ଘରେ ଥାଇ ମଧ୍ୟ ଭାଗ ନେଇପାରିବେ। ଏଥିଲାଗି ବିଭାଗ ପକ୍ଷରୁ ‘ହୋଲି ଅଯୋଧ୍ୟା(Holy Ayodhya) ଆପ୍‌ ମାଧ୍ୟମରେ ନିଜ ନାମରେ ଦୀପକୁ ବୁକିଂ କରିବା ଲାଗି କୁହାଯାଇଛି।

‘ହୋଲି ଅଯୋଧ୍ୟା’ ମୋବାଇଲ ଆପ୍‌ରେ ଗୋଟିଏରୁ ଆରମ୍ଭ କରି ୫୧ ଦୀପ ଦାନ ଦେଇପାରିବେ। ଗୋଟିଏ ଦୀପ ଲାଗି ୧୦୧ ଟଙ୍କା ଖର୍ଚ୍ଚ କରିବାକୁ ହେବ। ୧୧ ଦୀପ ଲାଗି ୨୫୧ ଟଙ୍କା, ୨୧ ଦୀପ ଲାଗି ୫୦୧ ଏବଂ ୫୧ ଦୀପ ଲାଗି ୧୧୦୦ ଟଙ୍କା ଅନ୍‌ଲାଇନ୍‌ରେ ଦେଇପାରିବେ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ଆପ୍‌ ଆଣ୍ଡ୍ରୋଏଡ୍‌ ଏବଂ ଆପଲ୍‌ ପ୍ଲାଟଫର୍ମରେ ଉପଲବ୍ଧ। ଏହାକୁ ଯେକେହି ଡାଉନ୍‌ଲୋଡ କରି ଗୋଟିଏ କିମ୍ବା ତହିଁରୁ ଅଧିକ ଦୀପ ନିଜ ନାମରେ ବୁକ୍‌ କରିପାରିବ। ଦୀପାବଳି ପରେ ପର୍ଯ୍ୟଟନ ବିଭାଗ ଦୀପ ଦାନ କରିଥିବା ବ୍ୟକ୍ତିଙ୍କ ଠିକଣାରେ ଉକ୍ତ ଦୀପ ଏବଂ ସରୟୁ ନଦୀର ଜଳ ପ୍ରସାଦ ରୂପେ ପଠାଇବ। ତେବେ କେବଳ ଦେଶରେ ନୁହେଁ ବିଦେଶରେ ରହୁଥିବା ଲୋକ ମଧ୍ୟ ଏହି ଦୀପାବଳିରେ ଆପ୍‌ ମାଧ୍ୟମରେ ଦୀପଦାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri