ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର
କେନ୍ଦ୍ରାପଡ଼ା,୧୮ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର କାରବାର କାୟା ମେଲିଛି। ମାତ୍ର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁି ବୋଲି ସାଧାରଣରେ ଅସନ୍ତୋଷ…
କଂଗ୍ରେସ ଭୋଟ ଉପରେ ସମସ୍ତଙ୍କ ନଜର
ଜଗତ୍ସିଂହପୁର, ୧୮ା୮(ପ୍ରମୋଦ କୁମାର ନାୟକ): ୨୦୨୪ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ଚର୍ଚ୍ଚା ମଧ୍ୟ ସେତିକି ହେଉଛି। ଏ ପରିସ୍ଥିତିରେ ଜଗତ୍ସିଂହପୁର ଜିଲା ପାରାଦୀପ ବିଧାନସଭା…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଭୁଟାନର ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୮।୮: ପାରମ୍ପରିକ ଔଷଧର ପ୍ରଚାର ପାଇଁ ଭୁଟାନର ସ୍ବାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଶ୍ୱ ବର୍ତ୍ତମାନ କୋଭିଡରୁ ସୁସ୍ଥ ହୋଇଥିବାରୁ ପାରମ୍ପରିକ ଏବଂ ଏଲୋପାଥିକ ଔଷଧର ଏକୀକରଣ ଗୁରୁତ୍ୱପୂର୍ଣ୍ଣ। ଗାନ୍ଧିନଗରରେ ବିଶ୍ୱ ସ୍ବାସ୍ଥ୍ୟ…
ବିପଦପୂର୍ଣ୍ଣ ଅବସ୍ଥାରେ ପୋଲିସ ବିଟ୍ ହାଉସ
ଯାଜପୁରରୋଡ୍,୧୮ା୮(ପବିତ୍ର ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ସହରରେ ଦୁଇଟି ଥାନା ଆବଶ୍ୟକତା ଥିବାବେଳେ ଗୋଟିଏ ଥାନା କାର୍ଯ୍ୟକରୁଛି। ବ୍ୟାସନଗର ସହରଟି ଯାଜପୁରରୋଡ୍ ଥାନା ଅଧୀନରେ ଥିବାରୁ…
ଗୋପନୀୟ ତଥ୍ୟ ଲିକ ହେବା ଭୟରେ ଲାପଟପ ରପ୍ତାନି ବନ୍ଦ: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୮।୮: ଗୋପନୀୟତା ଉଲ୍ଲଂଘନ ବିଶ୍ୱର ଚିନ୍ତାର ବିଷୟ ପାଲଟିଛି। ଆମେରିକା ସମେତ ବିଶ୍ୱର ସମସ୍ତ ବିକଶିତ ଦେଶ ମଧ୍ୟ ସେମାନଙ୍କ ଚିନ୍ତା ପ୍ରକଟ କରିଛନ୍ତି। ଭାରତ ବିରୋଧୀ ଦେଶମାନଙ୍କରୁ ଭାରତ ସରକାର ସତର୍କ ଅଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ…
ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ
ମହାକାଳପଡ଼ା,୧୮ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମର ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ପାଇଁ ୨ କି.ମି. ଦୂର ନିକଟ ଉଚ୍ଚ ବିଦ୍ୟାଳୟକୁ ଯାତାୟାତ ପାଇଁ ବର୍ଷାଦିନରେ…
ବଳରାମପୁରରେ ପୁଣି ଧସିଲା ବୈତରଣୀ ନଦୀବନ୍ଧ
ଝୁମ୍ପୁରୀ/ଦଶରଥପରୁ,୧୮ା୮(ସରୋଜ ନାୟକ/ମନୋଜ ପୃଷ୍ଟି): ପୁଣି ବୈତରଣୀ ନଦୀ ବନ୍ଧରୁ ପ୍ରାୟ ୫୦ ଫୁଟ୍ରୁ ଊର୍ଦ୍ଧ୍ୱ ନଦୀଗର୍ଭରେ ଲୀନ ହୋଇଯାଇଛି। ଫଳରେ ୩ ପଞ୍ଚାୟତର ଅଧିବାସୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ଏପରି ଅବସ୍ଥା ସୃଷ୍ଟି ହୋଇଛି ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତସ୍ଥ…
‘କେସିଆର ପାର୍ଟି ଭାଜପାର ବି-ଟିମ’
ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ତେଲେଙ୍ଗାନା ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର କିଛି ମାସ ପୂର୍ବରୁ ତେଲେଙ୍ଗାନାରେ ରାଜନୀତି ସରଗରମ ହୋଇଛି। କଂଗ୍ରେସକୁ ଟାର୍ଗେଟ କରି ଦାରିଦ୍ର୍ୟ ଦୂରୀକରଣ କରିବା ପରିବର୍ତ୍ତେ ଗରିବ ଲୋକଙ୍କୁ ବିନାଶ…
ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଖର୍ଚ୍ଚ କରି ୨୦୯ କୋଟିରୁ ଅଧିକ ଟଙ୍କା
ନୂଆଦିଲ୍ଲୀ,୧୮।୮: ୨୫ ବର୍ଷରୁ ଅଧିକ ସମୟ ଧରି ଗୁଜରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନରେ ୨୦୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସବିଶେଷ ତଥ୍ୟରେ…
କମିଗଲା ୯ କି.ମି. ରାସ୍ତା ନିର୍ମାଣ
ଯାଜପୁର,୧୮ା୮(ହର୍ଷବର୍ଦ୍ଧନ ବେହେରା): ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲା ଦେଇ ଏକ ନୂତନ ଜାତୀୟ ରାଜପଥ(ଏନଏଚ)ର ପରିକଳ୍ପନା କରାଯାଇଛି । ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା…
ଲେହ-ଲଦାଖରେ ପିତାଙ୍କ ଜନ୍ମଦିନ ପାଳିବେ ରାହୁଲ
ନୂଆଦିଲ୍ଲୀ,୧୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲେହ-ଲଦାଖ ଯାତ୍ରା ବର୍ତ୍ତମାନ ଦୁଇ ଦିନରୁ ୨୫ ଅଗଷ୍ଟକୁ ବୃଦ୍ଧି ପାଇଛି। ପାର୍ଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ରାହୁଲ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ…
ନାଇଜେରିଆରେ ସଂଘର୍ଷ: ୩୬ ସୈନ୍ୟଙ୍କ ମୃତ୍ୟୁ
ଆବୁଜା,୧୮।୮:ନାଇଜେରିଆର ଉତ୍ତର ଅଞ୍ଚଳରେ ସଶସ୍ତ୍ର ଉଗ୍ରବାଦୀଙ୍କ ବିରୋଧରେ ଅପରେଶନ ବେଳେ ଆକ୍ରମଣ ଏବଂ ହେଲିକପ୍ଟର ଦୁର୍ଘଟଣାରେ ୩୬ ଜଣ ନାଇଜେରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ନାଇଜେରିଆ ସେନା କହିଛି ଯେ, ଉତ୍ତର ଅଞ୍ଚଳରେ ସଶସ୍ତ୍ର ଗ୍ୟାଙ୍ଗ ସହ ସଂଘର୍ଷ ବେଳେ ଉଗ୍ରବାଦୀମାନେ…
Archives


