ଲଗାତର ୭ ଘଣ୍ଟା ଜେରା ପରେ ଗିରଫ ହେଲେ ହେମନ୍ତ ସୋରେନ୍
ରାଞ୍ଚତ୍,୩୧ା୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଜମି ଦୁର୍ନୀତି ମାମଲାରେ ବୁଧବାର ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ପରେ ଗିରଫ କରିଛି। ହେମନ୍ତ ରାତିରେ ରାଜଭବନ ଯାଇ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ଙ୍କୁ ନିଜ ଇସ୍ତଫାପତ୍ର…
ଦ୍ୱିତୀୟ ଟେଷ୍ଟରେ ବି ଭାରତର ନିଦ ହଜାଇବ ଇଂଲଣ୍ଡ
ବିଶାଖାପାଟନମ,୩୧।୧: ଫେବୃଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ପ୍ରସ୍ତୁତ ଅଛି ଇଂଲଣ୍ଡ। ଏଥିପାଇଁ ଦଳ ନୂଆ ଯୋଜନା କରିଛି। ଟମ ହାର୍ଟଲେଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ…
ଚମ୍ପଇ ସୋରେନ୍ କିଏ, ରାତାରାତି ବଦଳିଲା ଯାହାଙ୍କ ଭାଗ୍ୟ
ରାଞ୍ଚି,୩୧।୧:: ଚମ୍ପଇ ସୋରେନ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ନିଷ୍ପତ୍ତି ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏହି ପଦକ୍ଷେପ ନେଇଛନ୍ତି। ଚମ୍ପଇ ହେମନ୍ତ ସୋରେନଙ୍କ ଘନିଷ୍ଠ ସମ୍ପର୍କୀୟ ବୋଲି କୁହାଯାଏ। ଚମ୍ପଇ ବର୍ତ୍ତମାନର ସରକାରରେ…
ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍ଏଚ୍ଆର୍ସିରେ ମାମଲା
କଟକ,୩୧ା୧(କାର୍ତ୍ତିକ ସାହୁ): ମାଲଗୋଦାମ ଥାନା ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର…
ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ…
ପାଟନା,୩୧।୧: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ବିହାରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜଣେ ୬ ବର୍ଷର ୟୁଟ୍ୟୁବର୍ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ଏବେ ମୁଁ କାମ କରୁଛି। ଯେବେ କାମ ଶେଷ…
କେନ୍ଦ୍ର ସରକାର ଫେବୃଆରୀ ପହିଲା ମଧ୍ୟରେ ବକେୟା ନଦେଲେ ଧାରଣାରେ ବସିବି: ମମତା
କୋଲକାତା,୩୧।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ବକେୟା ଦେବାକୁ ନେଇ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଯଦି କେନ୍ଦ୍ର ଫେବୃଆରୀ ପହିଲା ମଧ୍ୟରେ ରାଜ୍ୟର ବକେୟା ନ ଦିଏ ତେବେ ସେ ଧାରଣାରେ ବସିବେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ…
କାଳିଆ ଛାତ୍ରବୃତ୍ତି ଅନ୍ଲାଇନ୍ ଆବେଦନ ସମୟସୀମା ବଢ଼ିଲା
ଭୁବନେଶ୍ୱର,୩୧ା୧(ଅସମାପିକା ସାହୁ): ଅନ୍ଲାଇନ୍ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଜାନୁଆରୀ ୩୧ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ନୂତନ…
ଜ୍ଞାନବାପୀ ମସ୍ଜିଦ୍ ପରିସରରେ ଥିବା ବ୍ୟାସଙ୍କ ବେସ୍ମେଣ୍ଟ କ’ଣ? ହିନ୍ଦୁ ପକ୍ଷ ସପକ୍ଷରେ ଆସିଥିବା ରାୟର ଗୁରୁତ୍ୱ କେତେ…ଜାଣନ୍ତୁ
ବାରାଣସୀ,୩୧।୧: ଜ୍ଞାନବାପୀ ମାମଲାରେ ହିନ୍ଦୁ ପକ୍ଷ ସପକ୍ଷରେ ବାରାଣସୀ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ମସ୍ଜିଦ୍ ପରିସରରେ ଥିବା ବ୍ୟାସ ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ଅନୁମତି ମିଳିଛି। ଜିଲା ପ୍ରଶାସନ ସପ୍ତାହେ ମଧ୍ୟରେ ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ…
ଅଳକାପୁରୀ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୩୧ା୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ରହୁଥିବା ସୁରଜ ବେହେରା (୫୫)ଙ୍କୁ ୨୦୨୨ ଫେବୃଆରୀ ୨୪ ସନ୍ଧ୍ୟାରେ ହତ୍ୟା କରାଯାଇଥିଲା। ବୁଧବାର ଅତିରିକ୍ତ ଜିଲା ଦୌରା ଜଜ୍(ଏଡିଜେ)- ୩ ରାଜକୁମାର ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।…
କେଜ୍ରିୱାଲଙ୍କୁ ପଞ୍ଚମ ସମନ ପଠାଇଲା ଇଡି
ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଡକାଇଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଇଡିର ଏହା ହେଉଛି ପଞ୍ଚମ ସମନ। ଏହାପୂର୍ବରୁ ଚାରିଟି ସମନ ପଠାଇଯାଇଥିଲେ ମଧ୍ୟ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର କହି କେଜ୍ରିଓ୍ବାଲ ଇଡି…
୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ୱର,୩୧ା୧: ଆସନ୍ତା ଫେବୃଆରୀ ୩ରୁ ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଭୁବନେଶ୍ୱରର ଜନତା ମଇଦାନରେ ଏହି ସମ୍ମିଳନୀ ଆରମ୍ଭ ହେବ। ଏହି ସମ୍ମିଳନୀ ଓଡ଼ିଆ ଭାଷାର ପ୍ରାଚୀନତା ଏବଂ ନିରନ୍ତରତାର ଏକ ଉତ୍ସବ। ଯାହା ଭାରତର…
ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇଦେବାକୁ ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ବର,୩୧।୧(ଅସମାପିକା ସାହୁ): ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୟପୁରସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟକ ସମିତି ମଧ୍ୟରେ ଏକ ରାଜିନାମା ବୁଧବାର ସ୍ବାକ୍ଷରିତ ହୋଇଛି। ବିଶ୍ୱ ପ୍ରସିଦ୍ଧ ଜୟପୁର ଫୁଟର ସମ୍ପୃକ୍ତ ସଂଗଠନ ଉପରୋକ୍ତ ଭିନ୍ନକ୍ଷମମାନଙ୍କୁ…

