Posted inଜାତୀୟ

ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଥିବା ବ୍ୟାସଙ୍କ ବେସ୍‌ମେଣ୍ଟ କ’ଣ? ହିନ୍ଦୁ ପକ୍ଷ ସପକ୍ଷରେ ଆସିଥିବା ରାୟର ଗୁରୁତ୍ୱ କେତେ…ଜାଣନ୍ତୁ

ବାରାଣସୀ,୩୧।୧: ଜ୍ଞାନବାପୀ ମାମଲାରେ ହିନ୍ଦୁ ପକ୍ଷ ସପକ୍ଷରେ ବାରାଣସୀ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ମସ୍‌ଜିଦ୍‌ ପରିସରରେ ଥିବା ବ୍ୟାସ  ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ଅନୁମତି ମିଳିଛି। ଜିଲା ପ୍ରଶାସନ ସପ୍ତାହେ ମଧ୍ୟରେ ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବ୍ୟବସ୍ଥା କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଗୋଟିଏ ପଟେ ମୁସଲମାନ ପକ୍ଷଙ୍କ ଲାଗି ଏହା ବଡ଼ ଝଟ୍‌କା ବୋଲି କୁହାଯାଉଥିବା ବେଳେ ହିନ୍ଦୁ ପକ୍ଷ ଏହାକୁ ବଡ଼ ବିଜୟ ବୋଲି କହିଛନ୍ତି।
ବ୍ୟାସ ବେସ୍‌ମେଣ୍ଟ କ’ଣ?
ମସ୍‌ଜିଦ୍‌ ପରିସରରେ ୪ଟି ବେସମେଣ୍ଟ(ତଳମହଲା) ଅଛି। ଏଥିରୁ ଗୋଟିଏ ବେସମେଣ୍ଟ ଉପରେ ବ୍ୟାସ ପରିବାରର ନିୟନ୍ତ୍ରଣ ରହିଛି। ପୂର୍ବରୁ ସୋମନାଥ ବ୍ୟାସଙ୍କ ପରିବାର ଏଠାରେ ରହୁଥିଲେ। ପୂଜାରୀ ସୋମନାଥ ବ୍ୟାସ ୧୯୯୩ ଯାଏ ବେସମେଣ୍ଟରେ ପୂଜାପାଠ କରୁଥିଲେ। ହେଲେ ଅଧିକାରୀଙ୍କ ଆଦେଶ ପରେ ତାଙ୍କ ପୂଜାପାଠ ଉପରେ ରୋକୋ ଲଗାଯାଇଥିଲା। ସୋମନାଥଙ୍କ ବଂଶଜ ହେବା ଯୋଗୁ ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ ବେସମେଣ୍ଟକୁ ଯାଇ ପୂଜା କରିବାକୁ ଅନୁମତି ମାଗିଥିଲେ। ମସ୍‌ଜିଦ କମିଟି ଲୋକ ବେସମେଣ୍ଟକୁ ଆସୁଛନ୍ତି। ସେମାନେ ତାକୁ କବ୍ଜା କରିପାରନ୍ତି ବୋଲି ସେ କହିଥିଲେ।
ବ୍ୟାସ ପରିବାରର ସଦସ୍ୟ କହିଛନ୍ତି, ବେସମେଣ୍ଟରେ ଭଗ୍ନ ମୂର୍ତ୍ତୀ ରହିଛି। ସେଠାରେ ପଦ୍ମ ଏବଂ ତ୍ରିଶୁଳର ଆକୃତି ରହିଛି। ସେଠାରେ ଥିବା ଖମ୍ବର ଆକାର ପ୍ରାଚୀନ ମନ୍ଦିରରେ ଥିବା ଭଳି ରହିଛି। ଏହାଛଡ଼ା ସେଠାରେ ପୂଜାପାଠରେ ବ୍ୟବହୃତ ସାମଗ୍ରୀ ରହିଛି। ଯଦି ସେଠାରେ ଖନନ କରାଯାଏ ତେବେ ବହୁତ ମନ୍ଦିରର ଅବଶେଷ ମିଳିବ। ବେସମେଣ୍ଟ ଆଗରେ ଶୃଙ୍ଗାର ଗୌରୀଙ୍କ ମନ୍ଦିର ଥିବା ସେ କହିଛନ୍ତି।
ଏହି ବିଷୟକୁ ନେଇ ହିନ୍ଦୁ ପକ୍ଷର ଓକିଲ କହିଛନ୍ତି, କୋର୍ଟର ନିଷ୍ପତ୍ତି ସତ୍ୟ ଏବଂ ନ୍ୟାୟର ବିଜୟ। ୧୯୯୩ ପୂର୍ବରୁ ଏଠାରେ ପୂଜାପାଠ ହେଉଥିଲା। ହେଲେ ସେତେବେଳର ମୁଲାୟମ ସିଂହ ସରକାରଙ୍କ ଆଦେଶରେ ପୂଜାପାଠ ଉପରେ ରୋକ ଲଗାଯାଇଥିଲା। ଏହାକୁ ଅବୈଧ ବୋଲି କହି ପୂଜାରୀଙ୍କୁ ବାହାର କରାଯାଇଥିଲା। ଏହି ଆଦେଶର ଲିଖିତ ପ୍ରମାଣ ମୁସଲମାନ ପକ୍ଷଙ୍କ ପାଖରେ ନାହିଁ। ଯଦି ଥାନ୍ତା ତେବେ ସେମାନେ କୋର୍ଟଙ୍କୁ ଦେଖାଇଥାନ୍ତେ। ଏବେ କୋର୍ଟ ୭ ଦିନ ମଧ୍ୟରେ ପୂଜା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri