ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….
ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ ପଦାଧିକାରୀଙ୍କ ସହ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର, ଚିଫ୍ ସିଲେକ୍ଟର…
ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…
ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର ସର୍କିଟ ହାଉସରୁ ବାହାରି ଭୁବନେଶ୍ୱର ଅଭିମୁଖେ ଗସ୍ତ କରିଛନ୍ତି ବୋଲି ଜଣା ପଡ଼ିଛି।…
ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା
ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍ଏସ୍ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ ନଡ଼ିଆ ବାହୁଙ୍ଗାରେ ନିର୍ଧୂମ ପିଟିବା ଘଟଣାର ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା…
ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%
କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ପରୀକ୍ଷାରେ ମୋଟ୍ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି। ସୂଚନା…
କାର୍ଗିଲ୍ ଯୁଦ୍ଧର ଯୋଦ୍ଧା ଏବେ ରାମ ମନ୍ଦିରର CEO! ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ଲାଗିଲା ମୋହର
ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି । ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା ନିଯୁକ୍ତି ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ…
ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…
ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ ଓ ନଗଦ ୧୧୦୦ ଟଙ୍କା ମଧ୍ୟ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ,…
ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ
କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ। ବୀରମିତ୍ରପୁର…
MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍ୱେ ଷ୍ଟେଶନରୁ ମିଳିଲା ମୋବାଇଲ
ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ (୨୧)…
ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…
କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା। ବୁଧବାର, ସଂସଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ଏଭଳି ବଡ଼ ବିପର୍ଯ୍ୟୟ…
ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…
ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ ନେଲେ, ଯାହା ତାଙ୍କୁ ନିଜ ମାମଲାରେ ବିଜୟ ଦେଲା ସତ, କିନ୍ତୁ ଶେଷରେ…
ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ
ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ ସାଥୀମାନେ ଗୁଣପୁର ବିକ୍ରମପୁର ଅଞ୍ଚଳରେ ବଂଶଧାରା ନଦୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବାବେଳେ ବ୍ୟକ୍ତି…
ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ
ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ ପରିସରରେ ଶୋକର ଛାୟା ଖେଳିଯାଇଛି। ବୁଧବାର ସକାଳୁ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି।…

