ପୁରୀ,୧୮।୧୦(ଅଜିତ କୁମାର ମହାନ୍ତି): ପୁରୀରେ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ବାପି ପ୍ରଧାନ ଓ ସୁବ୍ରତ ସାହୁ । ସେମାନେ ପୁରୀର ରାମମନ୍ଦିର ଜାଲି ସାହି ଓ ବଳିଆପଣ୍ଡା ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବଳିଆପଣ୍ଡା ଥାନା ଅଞ୍ଚଳରେ ଟିଭି କେବୁଲ୍ କାମ କରୁଥିବା ସମୟରେ ଦୁଇ ଯୁବକ ଅସାବଧାନତାବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

