ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି । ଜେନାଖାଳରେ ଗୁପ୍ତ ପୂଜା ପରେ ଭୋର ୫ଟାରେ ମା’ଙ୍କ ଛତର ମନ୍ଦିର ଅଭିମୁଖେ ବାହାରିଛି ।
ଛତର ଯାତ୍ରା ଉପଲକ୍ଷେ ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସେହିପରି ହଜାର ହଜାର ସଂଖ୍ୟାରେ ମାନସିକଧାରୀମାନେ ପଶୁ, ପକ୍ଷୀ ବଳି ଦେଉଥିବା ଦେଖିବାକୁ ମିଳିଛି । ଫଳରେ ମୁଖ୍ୟ ରାସ୍ତା ରକ୍ତ ରଞ୍ଜିତ ହୋଇଛି ।
Dharitri – Odisha’s No.1 Odia Daily

