Home

ଓଡ଼ିଶାରେ ୬୪ ଜୀବନ ନେଇଛି ଫନୀ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ବାତ୍ୟା ‘ଫନୀ’ ଯୋଗୁ ଓଡ଼ିଶା ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ଏଥିରେ ୬୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ମୋଟ ୧.୪ ଲକ୍ଷ ହେକ୍ଟର ଚାଷଜମି ଏହାଦ୍ୱାରା ପ୍ରଭାବିତ ହୋଇଥିବା ମଙ୍ଗଳବାର ରିପୋର୍ଟରେ…

‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର ଏଠାରେ ସାଲୋନ୍‌ ବ୍ରାଣ୍ଡ୍‌ର ରେଟ୍ରୋ ରେମିକ୍ସ କଲେକ୍ସନ୍‌ ଲଞ୍ଚ୍‌ ଅବସରରେ ସୋନାକ୍ଷୀ ଏହା ପ୍ରକାଶ…

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ ଏସ୍‌. ପାଣ୍ଡେ ଅନ୍ଧେରୀର ଟେନ୍‌ଥ କୋର୍ଟରେ ଖାନ୍‌ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ…

ତାମିଲନାଡୁର ୬ ରାଜ୍ୟ ସଭା ଆସନ: ଜୁଲାଇ ୧୮ରେ ନିର୍ବାଚନ

ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୁଲାଇ ୨୪ରେ ତାମିଲନାଡ଼ୁର…

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ଅହମଦାବାଦରେ ସୋମବାର ସନ୍ଧ୍ୟାରେ…

‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଶିକ୍ଷକଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗିଦେଲେ

କୋଲକାତା,୨୬ା୬ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗର ଜଣେ ମଦ୍ରାସା ଶିକ୍ଷକ ‘ଜୟ ଶ୍ରୀରାମ’ ନ କହିବାରୁ ତାଙ୍କୁ ମାଡ଼ ମରାଯିବା ସହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦିଆଯାଇଛି। ୨୨ ବର୍ଷୀୟ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟକରି ୧୮…

ସ୍ବାମୀ ସତ୍ୟମିତ୍ରାନନ୍ଦ ଗିରିଙ୍କ ପରଲୋକ

ଡେରାଡୁନ,୨୬।୬(ପି.ଟି.): ଭାରତମାତା ଜନହିତ ଟ୍ରଷ୍ଟ୍‌ର ମୁଖ୍ୟ ତଥା ବିଶିଷ୍ଟ ସନ୍ଥ ସ୍ବାମୀ ସତ୍ୟମିତ୍ରାନନ୍ଦ ଗିରି ମହାରାଜ ମଙ୍ଗଳବାର ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ। ତାଙ୍କୁ ୮୭ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ସ୍ଥାନୀୟ ହସ୍ପିଟାଲ୍‌ରେ…

ରୁଷିଆ ସହ ପ୍ରତିରକ୍ଷା ସମ୍ପର୍କକୁ ଏଡ଼ାଇପାରିନି ଭାରତ

ନୂଆଦିଲ୍ଲୀ,୨୬ା୬(ପି.ଟି.): ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କକୁ ନୂଆଦିଲ୍ଲୀ ଏଡ଼ାଇ ଦେଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଙ୍ଗଳବାର କହିଛନ୍ତି। ସାଧାରଣ ନିର୍ବାଚନ ପରେ ଏହା ହେଉଛି ଭାରତକୁ କୌଣସି ଦେଶର ନେତାଙ୍କ ପ୍ରଥମ…

ଇମର୍ଜେନ୍ସି ବେଳେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିବ ପେନ୍‌ସନ

ମୁମ୍ବାଇ, ୨୬ା୬: ଇମର୍ଜେନ୍ସି ସମୟରେ ଗିରଫ ହୋଇ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ କହିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ସମୟରେ ସେ କହିଛନ୍ତି ଯେ, ବିନା ଦୋଷରେ ଗିରଫ…

ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରକୁ ବିପଦ

ନୂଆଦିଲ୍ଲୀ, ୨୬ା୬: ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରର ସଫଳତା ଲାଗି ବିପଦ ସୃଷ୍ଟି କରିଥାଏ। ଇମର୍ଜେନ୍ସି ଲଗାଇ ସରକାର ନିଜ ଲୋକଙ୍କୁ ଜେଲ୍‌ ପଠାଇ ନିର୍ଯାତନା ଦେବା ଅନୁଚିତ। ଏହା ଅଦାଲତଙ୍କ କାମ, ସେ ହିଁ ଜେଲ୍‌ କିମ୍ବା ବେଲ୍‌ ଲାଗି ନିର୍ଦ୍ଦେଶ…

ଆସିଲାଣି ବର୍ଷା ଋତୁ: ମରାମତି ହେଉନି ନଦୀବନ୍ଧ, ବିପଦ ଆଶଙ୍କାରେ ନଦୀକୂଳିଆ ଲୋକେ

ନୟାଗଡ଼ ଅଫିସ,୨୬ା୬- ନୟାଗଡ଼ ଜିଲା ଦେଇ ପ୍ରବାହିତ ହେଉଥିବା ଅନେକ ନଦୀବନ୍ଧ ବର୍ତ୍ତମାନ ମରାମତି ନ ହୋଇ ପଡ଼ିରହିଛି। ବର୍ଷା ଋତୁ ଆସୁଥିବାରୁ ନଦୀଜଳ କୂଳ ଖାଇ ବନ୍ଧରେ ଘାଇ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଜଳସେଚନ ବିଭାଗ ଏହି…

ମିଳିଲାନି ମ୍ୟାଚୁରିଟି ଟଙ୍କା: ଅର୍ଥାଭାବରୁ ଦିବ୍ୟାଙ୍ଗ ଝିଅଙ୍କ ବିବାହ ବନ୍ଦ, ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ନିରାକାରପୁର,୨୬ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ଶ୍ରୀରାମ ବଜାର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଫାଟକରେ ମଙ୍ଗଳବାର ଜମାକାରୀମାନେ ତାଲା ପକାଇଦେଇଛନ୍ତି। ମ୍ୟାଚୁରିଟି (ପୂର୍ଣ୍ଣ ଅବଧି) ପରେ ଗ୍ରାହକମାନେ ଟଙ୍କା ଫେରି ନ ପାଇବାରୁ ଉତ୍ତ୍ୟକ୍ତ ହୋଇ ଏଭଳି କରିଥିଲେ। ଏହା ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?