Posted inରାଜ୍ୟ

ଆସିଲାଣି ବର୍ଷା ଋତୁ: ମରାମତି ହେଉନି ନଦୀବନ୍ଧ, ବିପଦ ଆଶଙ୍କାରେ ନଦୀକୂଳିଆ ଲୋକେ

ନୟାଗଡ଼ ଅଫିସ,୨୬ା୬- ନୟାଗଡ଼ ଜିଲା ଦେଇ ପ୍ରବାହିତ ହେଉଥିବା ଅନେକ ନଦୀବନ୍ଧ ବର୍ତ୍ତମାନ ମରାମତି ନ ହୋଇ ପଡ଼ିରହିଛି। ବର୍ଷା ଋତୁ ଆସୁଥିବାରୁ ନଦୀଜଳ କୂଳ ଖାଇ ବନ୍ଧରେ ଘାଇ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଜଳସେଚନ ବିଭାଗ ଏହି ଦାୟିତ୍ୱରେ ଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇନାହିଁ। ଫଳରେ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟପକ୍ଷେ ନଦୀବନ୍ଧ ମରାମତି ହୋଇ ନ ଥିବାରୁ ନଦୀକୂଳ ବାସିନ୍ଦା ବିପଦ ଆଶଙ୍କାରେ ରହିଛନ୍ତି।
ପ୍ରକାଶ ଯେ, ବର୍ତ୍ତମାନ ଜିଲାର ୭ଟି ସ୍ଥାନରେ ନାବାର୍ଡ ତରଫରୁ ନଦୀବନ୍ଧ ମରାମତି ଓ ପଥର ପ୍ୟାକିଂ କାମ ଚାଲୁଛି। ବର୍ଷାଋତୁ ପୂର୍ବରୁ କାମ ସରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାମ ଅଧାପନ୍ତରିଆ ହୋଇରହିଛି। ଖଣ୍ଡପଡ଼ା ବ୍ଲକ ଚଣ୍ଡୀପ୍ରସାଦ ଗ୍ରାମ ଦେଇ ଯାଇଥିବା ଲୁଣିଝରା ନଦୀରେ ବର୍ତ୍ତମାନ ବିଭାଗ ଅଧା କାମ କରିଛି। ଏଠାରେ ନଦୀବନ୍ଧ ଭାଙ୍ଗିଲେ ଗ୍ରାମକୁ ବିପଦ ରହିଛି। ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ଖେଡ଼ବାରଣା ଗ୍ରାମ ମୁଣ୍ଡରେ କୁସୁମୀ ନଦୀ ପ୍ରବାହିତ ହେଉଛି। ଉକ୍ତ ସ୍ଥାନରେ ମଧ୍ୟ ବିଭାଗ ପଥର ପ୍ୟାକିଂ କାର୍ଯ୍ୟ କରି ଛାଡ଼ିଦେଇଛି। ବର୍ତ୍ତମାନ ବର୍ଷାଋତୁ ଆସୁଥିବାରୁ ଆଉ କାର୍ଯ୍ୟ ଆଗେଇ ପାରିବ ନାହିଁ। ଏହି ନଦୀରେ ଉଚ୍ଚେଇ, ନାଗଝର ଓ ଅନ୍ଧାରୀ ଆଦି ଛୋଟ ନଦୀର ଜଳ ମିଶୁଛି। ଗ୍ରାମମୁଣ୍ଡ ଦେଇ ଯାଇଥିବା ନଦୀ ବନ୍ଧ ଦୁର୍ବଳ ଥିବାରୁ ପୂର୍ବବର୍ଷ ଭାଙ୍ଗି ଯାଇଥିଲା। ଚଳିତବର୍ଷ କାମ ଚାଲିଛି। ନଦୀରେ ବନ୍ୟା ଆସିଲେ କେବଳ ଖେଡ଼ବାରଣା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେବେ ତା’ ନୁହେଁ, ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତର ନାଟୁଗାଁ, ସାଲୁଣୀ, ସଜନାପଡ଼ା, ସୁବଳିଆ, ପାଲାଗୁଣ୍ଡୁଣୀ, ଖଣ୍ଡପଡ଼ା ବ୍ଲକର ଚଣ୍ଡୀପ୍ରସାଦ, ତୋଟାସାହି, ଅଳାମଡ଼ା ଆଦି ୧୦ ଖଣ୍ଡ ଗ୍ରାମର ପ୍ରାୟ ୧୫ହଜାର ଲୋକ ପ୍ରଭାବିତ ହେବେ। ଏହାସହ ପାଖାପାଖି ହଜାର ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର ହୋଇଯିବ। ସ୍ଥାନୀୟ ବ୍ୟକ୍ତିଙ୍କ କହିବା ଅନୁସାରେ ଦୁଇବର୍ଷ ତଳେ ନଦୀ ଜଳ ଆସି ଗ୍ରାମ ମୁଣ୍ଡରେ ବାଡ଼େଇ ହେବାରୁ ନଦୀବନ୍ଧ ଭାଙ୍ଗିଯାଇଥିଲା। ହେଲେ ନଦୀରେ ଅଧିକ ପାଣି ନ ଥିବାରୁ ଗ୍ରାମକୁ ବିପଦ ହେଲା ନାହିଁ। ଚଳିତବର୍ଷ ବନ୍ଧ କରାଯାଇଛି। ସେହିଭଳି ଠିକାଦାର ଭଲ କାମ କରିବା ବଦଳରେ ଅଳ୍ପ ମାଟି ପକାଇ ପଥର ପ୍ୟାକିଂ କରୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟ ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ନୟାଗଡ଼ ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ନାବାର୍ଡ ଦ୍ୱାରା ହେଉଥିବା ପଥର ପ୍ୟାକିଂ କାର୍ଯ୍ୟ ନଭେମ୍ବର କିମ୍ବା ଡିସେମ୍ବର ମାସରେ ସରିବ। ବର୍ଷା ଋତୁ ସୁଦ୍ଧା କାର୍ଯ୍ୟ ସରିବ ନାହିଁ। ତେଣୁ କାମର ଅବଧି ଥିବାରୁ ତାହାକୁ ଆମେ ସାରିବା ପାଇଁ ଠିକାଦାରଙ୍କୁ କହିପାରିବୁ ନାହିଁ। ସେହିଭଳି ଯେଉଁ ବନ୍ଧଗୁଡିକରେ ପଥର ପ୍ୟାକିଂ ହୋଇନାହିଁ ଆଗାମୀ ଦିନରେ ଅର୍ଥ ମଞ୍ଜୁର କରାଯାଇ ତାହା କରାଯିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri