Posted inଜାତୀୟ

ଇମର୍ଜେନ୍ସି ବେଳେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିବ ପେନ୍‌ସନ

ମୁମ୍ବାଇ, ୨୬ା୬: ଇମର୍ଜେନ୍ସି ସମୟରେ ଗିରଫ ହୋଇ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ କହିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ସମୟରେ ସେ କହିଛନ୍ତି ଯେ, ବିନା ଦୋଷରେ ଗିରଫ ହୋଇ ବହୁ ଲୋକ ଚାକିରି ହରାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଏବେ ଗରିବ। ତେଣୁ ସେମାନଙ୍କୁ ପେନ୍‌ସନ ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି। ଏଥିଲାଗି ୩,୨୬୭ ଆବେଦନକୁ ଗ୍ରହଣ କରାଯାଇଛି। ଏହାକୁ ଜିଲାପାଳଙ୍କ ନେତୃତ୍ୱରେ ଗଠିତ କମିଟି ତଦାରଖ କରିବା ପରେ ବିଚାର କରାଯିବ। ଏହି ପେନ୍‌ସନ ଲାଗି ୪୨ କୋଟି ଟଙ୍କାର ବଜେଟ୍‌ ଚୂଡାନ୍ତ ହୋଇଥିବା ଜଣାପଡ଼ିଛି। ଇମର୍ଜେନ୍ସି ବେଳେ ମାସେ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ମାସିକ ୫ ହଜାର ଟଙ୍କା ଓ ମାସାଧିକ କାଳ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କାର ପେନ୍‌ସନ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଜେଲରେ ରହି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୨,୫୦୦ରୁ ୫୦୦୦ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri