ସୀତାରାମନ୍ଙ୍କୁ ମାରୁତି ଅଧ୍ୟକ୍ଷଙ୍କ ସମର୍ଥନ
ନୂଆଦିଲ୍ଲୀ,୨୦-୯: ଓଲା ଓ ଉବର କ୍ୟାବ୍ ଆଧାରିତ ଟ୍ୟାକ୍ସି ସୁବିଧା ଯୋଗୁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ବୟାନକୁ ଶେଷରେ ମାରୁତି ସୁଜୁକି ମଧ୍ୟ ସମର୍ଥନ କରିଛି। ମିଡିଆକୁ ଏକ ସାକ୍ଷତାକାର ଦେଇ କମ୍ପାନୀ…
ଚିଟିକାମାଲରେ ଦମ୍ପତିଙ୍କୁ ହତ୍ୟା ଘଟଣା:ଗୁଣିଗାରେଡ଼ିରୁ ହତ୍ୟା ସ୍ପଷ୍ଟ
ବଲାଙ୍ଗୀର ଅଫିସ/ ପାଟଣାଗଡ଼,୨୦-୯ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗତ ୧୬ ତାରିଖରେ ସଂଘଠିତ ଦମ୍ପତି ହତ୍ୟା ଘଟଣା ଗୁଣିଗାରେଡିରୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ଏସ୍ପି ମାଡକର ସନ୍ଦୀପ ସମ୍ପତ୍ ପାଟଣାଗଡ଼…
୪୦୦ ଜିଲାରେ ଆୟୋଜିତ ହେବ ଋଣମେଳା:୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍ପିଏ ଘୋଷିତ ହେବନି ଏମ୍ଏସ୍ଏମ୍ଇ ଋଣ
ନୂଆଦିଲ୍ଲୀ,୨୦-୯: ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂରକରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏମ୍ଏସ୍ଏମ୍ଇଙ୍କ ଋଣକୁ ଅନାଦାୟ ଋଣ ବା ଏନ୍ପିଏ…
ପିଏଲ୍ଏଫ୍ଆଇ ଏରିଆ କମ୍ପାଣ୍ଡର ଗିରଫ
ରାଉରକେଲା ଅଫିସ,୨୦-୯:ରାଉରକେଲା ପୋଲିସ ସୀମାନ୍ତରେ ଆତଙ୍କ ଚଳାଇଥିବା ଆଉ ଜଣେ ପିଏଲ୍ଏଫ୍ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍ ଇଣ୍ଡିଆ) ଏରିଆ କମାଣ୍ଡରଙ୍କୁ ଗିରଫ କରିଛି। ତାଙ୍କ ନଁା ସୁଦାମ ସିଂ(୩୪)। ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସହ ଗୁଳି ଜବତ…
ସୌଦି ତେଲ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା:ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହେବନି
ନୂଆଦିଲ୍ଲୀ,୨୦-୯: ସୌଦି ଆରବ ତେଲ ଉତ୍ପାଦନ ପ୍ରଭାବିତ ହେବା ପରେ ଏହାର ପ୍ରଭାବ ଭାରତ ଉପରେ ପଡିଛି। ଆଗାମୀ ଦିନରେ ଏହି ସମସ୍ୟା ଲାଗି ରହିବା ନେଇ ଆଶଙ୍କା କରାଯାଇଛି। ଉକ୍ତ ସମସ୍ୟାର ଦୂରୀକରଣ ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…
ପିଆଜ ଜ୍ୱାଳାରେ ଲୋକେ ଛଟପଟ:ଦର ଛୁଇଁଲାଣି ୪୫
ଭୁବନେଶ୍ୱର,୨୦-୯(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତିଦିନ ଦର ବଢ଼ି ବଢ଼ି ଚାଲଛି । ବଜାରରେ ଏହାର ଖୁଚୁରା ଦର ୪୫ ଟଙ୍କା ଛୁଇଁଲାଣି। ଘରଖର୍ଚ୍ଚ ପାଇଁ କିଲୋ ଜାଗାରେ ଅଢ଼େଇଶ…
ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଅସୁରକ୍ଷିତ: ଛାତରୁ ଖସୁଛି ପ୍ଲାଷ୍ଟର, ଝରୁଛି ବର୍ଷା ପାଣି
କଣିହାଁ,୨୦।୯(ଡି.ଏନ.ଏ.)-ଛାତରୁ ପ୍ଲାଷ୍ଟର ଖସୁଛି। ଅନେକ ସ୍ଥାନରେ ଲୁହା ରଡ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେଉ ନାହିଁ। ଏପରି ଅବସ୍ଥାରେ ବି ଉକ୍ତ ଅସୁରକ୍ଷିତ ଗୃହରେ ଚାଲିଛି କଣିହାଁ ବ୍ଲକରେ…
ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ,୨ମାସରେ ୪ଜଣଙ୍କୁ ଫାଶୀ
କଟକ ଅଫିସ/ନିଶ୍ଚିନ୍ତକୋଇଲି,(ଡି.ଏନ୍.ଏ.),୨୦-୯:ବହୁଚର୍ଚ୍ଚିତ ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ପୋକ୍ସୋ ଅଦାଲତ ଦୋଷୀ ସାବ୍ୟସ୍ତ କରି ଗୁରୁବାର ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ବତନ୍ତ୍ର ପୋକ୍ସୋ…
ସହର ଅଳିଆକୁ ନେଇ ତୁଟୁନି ବିବାଦ: ଆବର୍ଜନା ଗାଡ଼ି ଅଟକାଇଲେ ଲୋକେ
ଅନୁଗୋଳ ଅଫିସ, ୨୦।୯-ଅନୁଗୋଳ ପୌରପାଳିକାର ଅଳିଆ ବିବାଦ ଥମିବାର ନା ଧରୁନି। ଯୁଆଡ଼େ ଅଳିଆ ନେଇ ଗଲେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଫଳରେ ଅନୁଗୋଳ ପୌରପାଳିକା କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ହଟହଟା ହେଉଥିବା ଦେଖିବାକୁ ମିଳୁଛି।…
ତୁଟିବ ରାଜସ୍ବ ଓ ଜଙ୍ଗଲ ବିଭାଗ ବିବାଦ: ଜିପିଏସ୍ରେ ହେବ ସୀମା ନିର୍ଦ୍ଧାରଣ
ଅନୁଗୋଳ ଅଫିସ, ୨୦।୯- ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ଏଣିକି ଆଉ ରହିବନି ଜମି ବିବାଦ। ଜିପିଏସ୍ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରାଯାଇ ବର୍ଷ ବର୍ଷର ଏହି ସମସ୍ୟାର ସମାଧାନ କରିଦିଆଯିବ। ପ୍ରଶାସନ ଓ ବନଖଣ୍ଡ ସମନ୍ବୟରେ ଏହି…
ବୃଦ୍ଧା ମା’ ଉପରେ ପୁଅର ବୋଝ
ନୟାଗଡ଼ ଅଫିସ,୨୦ା୯- ପୁଅ ବଡ଼ ହୋଇ ଘର ଚଳାଇବ। ମା’ ବାପାଙ୍କ ଦାୟିତ୍ୱ ନେବ। ସବୁ ମା’ବାପାଙ୍କ ପରି ସ୍ବପ୍ନ ଦେଖିଥିଲେ ଜଣେ ମା’। ହେଲେ ଭାଗ୍ୟର ବିଡ଼ମ୍ବନା, ପୁଅ ଘର ଚଳାଇବା ପରିବର୍ତ୍ତେ ମା’ ଉପରେ ବୋଝ ପାଲଟିଛନ୍ତି। ଖାଲି…
ମିଳୁନି ସାର, କଳାବଜାର ଅଭିଯୋଗ
ବଇଣ୍ଡା,୨୦।୯(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର ଫାଇଦା ଉଠାଇ କେତେକ ଅସାଧୁ ବ୍ୟବାସୀୟ ଚଢ଼ା ଦରରେ ସାର ବିକ୍ରି କରୁଥିବାବେଳେ ପ୍ରଶାସନ…

