ପୁଲ୍ଓ୍ବାମାରେ ପୁଣି ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୧୮ା୬(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମା ଜିଲାରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସୋମବାର ୪୪ ରାଷ୍ଟ୍ରୀୟ ରାଇଫଲ୍ସର ଗାଡ଼ିଗୁଡିକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆଇଇଡି (ଉନ୍ନତ ମାନର ବିସ୍ଫୋରକ)ରେ…
ଗୀତମ୍ରେ ଏମ୍ବିବିଏସ୍ ନାମଲେଖା
ବିଶାଖାପାଟଣା,୧୮-୬:ଗୀତମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ରିସର୍ଚ୍ଚ( ଜିଆଇଏମ୍ଏସ୍ ଆର୍)ରେ ଏମ୍ବିବିଏସ୍ ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଗୀତମ ଡିମ୍ଡ ୟୁନିଭର୍ସିଟିର ମେଡିକାଲ କଲେଜ ହୋଇଥିବା ବେଳେ ୨୦୧୯-୨୦ ବର୍ଷ ଲାଗି ନାମଲେଖା ହେଉଛି। ମେଡିକାଲ କଲେଜର ସିଟ୍ଗୁଡିକ…
ହାତୀବେଶରେ ମହାପ୍ରଭୁ: ମଙ୍ଗଳବାରଠୁ ପଟିଦିଅଁଙ୍କ ଦର୍ଶନ
ପୁରୀ ଅଫିସ,୧୮ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦୁଲର୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ସ୍ନାନବେଦିରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନ କରି ବିଳମ୍ବିତ ରାତିରେ ଅଣସର…
୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ଅନୁମାନ କରାଯାଇଛି। ବଜେଟକୁ…
ସଞ୍ଜୀବ ଦୁର୍ଗା କ୍ରିକେଟ୍ ଉଦ୍ଯାପିତ: ବେଙ୍ଗଲ ଟାଇଗର୍ ବିଜୟୀ
କୃଷ୍ଣପ୍ରସାଦ,୧୮ା୬(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତର ମା’ ସଞ୍ଜୀବ ଦୁର୍ଗା ଯୁବ ସଂସଦ ତରଫରୁ ରଜ ଉତ୍ସବ ଅବସରରେ ଗ୍ରାମୀଣ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହୋଇଛି। ସୋମବାର ହୋଇଥିବା ଏହି ଖେଳରେ ବେଙ୍ଗଲ ଟାଇଗର୍ ଟିମ ବିଜୟ ଲାଭ…
ଅଧାକପ୍ ତେଜପତ୍ର ପାଣି ରଖେ ବହୁ ରୋଗରୁ ଦୂରେଇ…
ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ। ଏହା ମେଦବହୁଳ ରୋଗୀଙ୍କ ପାଇଁ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି…
ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ
ଟଣ୍ଟନ, ୧୮।୬-ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚରେ ଦଳ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଶାକିବ-ଅଲ-ହାସନଙ୍କ ଶତକ, ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ସହ ୪ର୍ଥ ଉଇକେଟ ଯୋଡ଼ିରେ ଏ…
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା
ଉଲୁଣ୍ଡା, ୧୭ା୬(ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରଠାରେ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ସୋମବାର ସମ୍ପନ୍ନ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁସାରେ ସକାଳ ୫ଟାରେ ଦ୍ୱାରଫିଟା, ୫ା୩୦ଟାରେ ଦ୍ୱାରପାଳ ପୂଜା…
ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ଧର୍ମଶାଳା,୧୭ା୬(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଛି। ଏହି ଅବସରରେ ପ୍ରଥମେ ସ୍ନାନବେଦୀରେ ମହାପ୍ରଭୁ ଜଗନ୍ନାଥ, ବଳଦେବ ଓ ମା’ ଶୁଭଦ୍ରାଙ୍କ ସୁଦର୍ଶନଙ୍କୁ ମନ୍ଦିରରୁ ସ୍ନାନବେଦୀ ପର୍ଯନ୍ତ ନିଆଯାଇଥିଲା। ସ୍ନାନବେଦୀରେ ଠାକୁରଙ୍କ ସ୍ନାନ…
ନିଜସ୍ବ ଅର୍ଥରେ ଲୋକେ ଖୋଳିଲେ ଜଳାଶୟ
ଟିକ୍ରାପଡା, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଟିକ୍ରାପଡା ପଞ୍ଚାୟତ ଅଧିନ ଫଟାମୁଣ୍ଡା ଗ୍ରାମବାସୀ ସ୍ନାନ ପାଇଁ ନିଜ ହାତରୁ ଖର୍ଚ୍ଚ କରି ନିକଟସ୍ଥ ମନ୍ତ୍ରୀକଟାରେ ସୋମବାର ଜଳାଶୟ ଖୋଳିଛନ୍ତି। ଗ୍ରୀଷ୍ମଋତୁରେ ଜଳାଭାବ ହେତୁ ସ୍ନାନ ପାଇଁ ସେମାନେ ବହୁ ଅସୁବିଧାର…
ପ୍ରଥମେ ହନିମୁନ୍ ପରେ ବିବାହ…
ଛତିଶଗଡ଼ ବସ୍ତର ଅଞ୍ଚଳରେ ବାସ କରୁଥିବା ଗୋଣ୍ଡ ଜନଜାତିଙ୍କ ମଧ୍ୟରେ ଏକ ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। ପରମ୍ପରା ଅନୁସାରେ ବରକନ୍ୟାଙ୍କୁ ବିବାହ ପୂର୍ବରୁ ହନିମୁନ୍ର ସୁଯୋଗ ଦିଆଯାଇଥାଏ। ଏଥିଲାଗି ଗାଁ ମୁଣ୍ଡରେ ଗୋଟିଏ କୁଡ଼ିଆ ଘର ତିଆରି ହୋଇଥାଏ।…
ସୁରକ୍ଷା ପ୍ରତିଶ୍ରୁତି ଦେଲେ ମମତା: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡାକ୍ତର ରାଜି
କୋଲକାତା,୧୭ା୬(ପି.ଟି.) ପଶ୍ଚିମବଙ୍ଗରେ ୨ ଜଣ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ପାଇଁ ନୂଆ ସୁରକ୍ଷା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମମତାଙ୍କ ସହ ଆଲୋଚନା ପରେ…
Archives


