ପିଏଲ୍‌ଏଫ୍‌ଆଇ ଏରିଆ କମ୍ପାଣ୍ଡର ଗିରଫ

ରାଉରକେଲା ଅଫିସ,୨୦-୯:ରାଉରକେଲା ପୋଲିସ ସୀମାନ୍ତରେ ଆତଙ୍କ ଚଳାଇଥିବା ଆଉ ଜଣେ ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ଏରିଆ କମାଣ୍ଡରଙ୍କୁ ଗିରଫ କରିଛି। ତାଙ୍କ ନଁା ସୁଦାମ ସିଂ(୩୪)। ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସହ ଗୁଳି ଜବତ କରାଯାଇଛି। ସେ ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳ ବାନୋ ଥାନା ଅନ୍ତର୍ଗତ ବଡାଇକ ଟୋଲା ବାସିନ୍ଦା ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କହିଛି। ସୁଦାମ ପିଏଲ୍‌ଏଫ୍‌ଆଇ ଲିଡର ଦୀନେଶ ଗୋପଙ୍କ ନିର୍ଦ୍ଦେଶରେ କାମ କରୁଥିଲେ। ଗତ ୨୦୦୭ରୁ ସେ ଝାଡ଼ଖଣ୍ଡର ବାନୋ ସମେତ ଓଡିଶା ସୀମା ହାତିବାରୀ ଓ ବିଶ୍ରା ଅଞ୍ଚଳରେ ସକ୍ରିୟ ରହିଥିଲେ। ଜଣେ ପେସାଦାର ଅପରାଧୀ ଭାବେ ସେ ଏକାଧିକ ହତ୍ୟା, ଲୁଣ୍ଠନ ଓ ବଟି ଆଦାୟ ଘଟଣାରେ ସମ୍ପୃକ୍ତ ରହିଥିଲେ। ତାଙ୍କ ଆତଙ୍କରେ ବାନୋ ଓ ଏହାର ନିକଟବର୍ତ୍ତୀ ବାସିନ୍ଦା ସର୍ବଦା ଭୟଭୀତ ରହୁଥିଲେ। ରାଜନେତାଙ୍କୁ ଟାର୍ଗେଟ କରିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା। ବନ୍ଧୁକ ଦେଖାଇ ନିରୀହ ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ସୁଦାମଙ୍କ ନଁାରେ ଭୟରେ କେହି ଅଭିଯୋଗ କରୁ ନ ଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଏଥିରେ ୭ଟି କେବଳ ହତ୍ୟାକାଣ୍ଡ ସମ୍ପର୍କିତ ବୋଲି ଜଣାଯାଇଛି। ବାନୋ ପୋଲିସ ଷ୍ଟେଶନରେ ୬ଟି ମାମଲା ରହିଥିବାବେଳେ ଜଲଡେଗା ଥାନାରେ ଗୋଟିଏ ପଞ୍ଜୀକରଣ କରାଯାଇଛି। ଗୋଟିଏ ମାମଲା ବିଶ୍ରା ଥାନାରେ ରହିଛି। ଅନ୍ୟ ୫ଟି ମାମଲା ଝାଡ଼ଖଣ୍ଡରେ ଥିବା ପୋଲିସ ସୂଚନା ଦେଇଛି। ଗତ ୨୦୧୭ରେ ମିଟକୁନ୍ଦୁରୀ (ବିଶ୍ରା) ଅଞ୍ଚଳରେ ହତ୍ୟା ଉଦ୍ୟମ ସହ ହାତୀବାରି କୋ ଅପରେଟିଭ ବ୍ୟାଙ୍କ ଲୁଟ୍‌ ଭଳି ସଙ୍ଗିନ ମାମଲାରେ ସୁଦାମ ସମ୍ପୃକ୍ତ ଥିବା ଜଣାଯାଇଛି। ଗତ ୨୬।୧୨। ୨୦୧୭ ବିଶ୍ରା ଥାନା ମାମଲା ନଂ ୪୮ ଆଧାରରେ ତାଙ୍କୁ ୧୨। ୬। ୨୦୧୭ରେ ପୋଲିସ ଗିରଫ କରିଥିଲା। ସୁପାରି ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସୁଦାମ ଷଡଯନ୍ତ୍ର କରିଥିଲେ। ଏହି ଘଟଣାରେ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ ରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri