ପିଏଲ୍‌ଏଫ୍‌ଆଇ ଏରିଆ କମ୍ପାଣ୍ଡର ଗିରଫ

ରାଉରକେଲା ଅଫିସ,୨୦-୯:ରାଉରକେଲା ପୋଲିସ ସୀମାନ୍ତରେ ଆତଙ୍କ ଚଳାଇଥିବା ଆଉ ଜଣେ ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ଏରିଆ କମାଣ୍ଡରଙ୍କୁ ଗିରଫ କରିଛି। ତାଙ୍କ ନଁା ସୁଦାମ ସିଂ(୩୪)। ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସହ ଗୁଳି ଜବତ କରାଯାଇଛି। ସେ ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳ ବାନୋ ଥାନା ଅନ୍ତର୍ଗତ ବଡାଇକ ଟୋଲା ବାସିନ୍ଦା ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କହିଛି। ସୁଦାମ ପିଏଲ୍‌ଏଫ୍‌ଆଇ ଲିଡର ଦୀନେଶ ଗୋପଙ୍କ ନିର୍ଦ୍ଦେଶରେ କାମ କରୁଥିଲେ। ଗତ ୨୦୦୭ରୁ ସେ ଝାଡ଼ଖଣ୍ଡର ବାନୋ ସମେତ ଓଡିଶା ସୀମା ହାତିବାରୀ ଓ ବିଶ୍ରା ଅଞ୍ଚଳରେ ସକ୍ରିୟ ରହିଥିଲେ। ଜଣେ ପେସାଦାର ଅପରାଧୀ ଭାବେ ସେ ଏକାଧିକ ହତ୍ୟା, ଲୁଣ୍ଠନ ଓ ବଟି ଆଦାୟ ଘଟଣାରେ ସମ୍ପୃକ୍ତ ରହିଥିଲେ। ତାଙ୍କ ଆତଙ୍କରେ ବାନୋ ଓ ଏହାର ନିକଟବର୍ତ୍ତୀ ବାସିନ୍ଦା ସର୍ବଦା ଭୟଭୀତ ରହୁଥିଲେ। ରାଜନେତାଙ୍କୁ ଟାର୍ଗେଟ କରିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା। ବନ୍ଧୁକ ଦେଖାଇ ନିରୀହ ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ସୁଦାମଙ୍କ ନଁାରେ ଭୟରେ କେହି ଅଭିଯୋଗ କରୁ ନ ଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଏଥିରେ ୭ଟି କେବଳ ହତ୍ୟାକାଣ୍ଡ ସମ୍ପର୍କିତ ବୋଲି ଜଣାଯାଇଛି। ବାନୋ ପୋଲିସ ଷ୍ଟେଶନରେ ୬ଟି ମାମଲା ରହିଥିବାବେଳେ ଜଲଡେଗା ଥାନାରେ ଗୋଟିଏ ପଞ୍ଜୀକରଣ କରାଯାଇଛି। ଗୋଟିଏ ମାମଲା ବିଶ୍ରା ଥାନାରେ ରହିଛି। ଅନ୍ୟ ୫ଟି ମାମଲା ଝାଡ଼ଖଣ୍ଡରେ ଥିବା ପୋଲିସ ସୂଚନା ଦେଇଛି। ଗତ ୨୦୧୭ରେ ମିଟକୁନ୍ଦୁରୀ (ବିଶ୍ରା) ଅଞ୍ଚଳରେ ହତ୍ୟା ଉଦ୍ୟମ ସହ ହାତୀବାରି କୋ ଅପରେଟିଭ ବ୍ୟାଙ୍କ ଲୁଟ୍‌ ଭଳି ସଙ୍ଗିନ ମାମଲାରେ ସୁଦାମ ସମ୍ପୃକ୍ତ ଥିବା ଜଣାଯାଇଛି। ଗତ ୨୬।୧୨। ୨୦୧୭ ବିଶ୍ରା ଥାନା ମାମଲା ନଂ ୪୮ ଆଧାରରେ ତାଙ୍କୁ ୧୨। ୬। ୨୦୧୭ରେ ପୋଲିସ ଗିରଫ କରିଥିଲା। ସୁପାରି ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସୁଦାମ ଷଡଯନ୍ତ୍ର କରିଥିଲେ। ଏହି ଘଟଣାରେ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ ରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂସେଇଖାନା ଇଦ୍‌ର ଅଂଶ ନୁହେଁ : ହାଇକୋର୍ଟ

କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ…

ସଂସ୍କାର ଆଣି ଲୋକଙ୍କ ଜୀବନକୁ ସହଜ କର, ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୫(ପି.ଟି.): ଜନସାଧାରଣଙ୍କ ଜୀବନକୁ ଆରାମଦାୟକ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାରମୂଳକ ପଦକ୍ଷେପ ନେବାକୁ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri