ପିଆଜ ଜ୍ୱାଳାରେ ଲୋକେ ଛଟପଟ:ଦର ଛୁଇଁଲାଣି ୪୫

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତିଦିନ ଦର ବଢ଼ି ବଢ଼ି ଚାଲଛି । ବଜାରରେ ଏହାର ଖୁଚୁରା ଦର ୪୫ ଟଙ୍କା ଛୁଇଁଲାଣି। ଘରଖର୍ଚ୍ଚ ପାଇଁ କିଲୋ ଜାଗାରେ ଅଢ଼େଇଶ କିମ୍ବା ଅଧା କେ.ଜି.ରେ କାମ ଚଳାଇବାକୁ ପଡୁଛି। ଆସନ୍ତା ନଭେମ୍ବର ଯାଏ ବଜାରରେ ପିଆଜ ଦର କମିବା ଆଶା କ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା ବ୍ୟବସାୟୀମାନେ କହିଲେଣି । ଏହି ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ସରକାରୀ ଉଦାସୀନତା ମଧ୍ୟ ଅବସ୍ଥାକୁ ଆହୁରି ଜଟିଳ କରିଛି। ଖୁଚୁରା ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ ନ ଥିବାରୁ ମନଇଚ୍ଛା ଦର ବଢ଼ାଇ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ଓଡ଼ିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ପିଆଜ ଆମଦାନୀ ହୋଇଥାଏ। ଏହାଛଡ଼ା ଆନ୍ଧ୍ର ଏବଂ କର୍ନାଟକର ବାଙ୍ଗାଲୋରରୁ ମଧ୍ୟ ପିଆଜ ରାଜ୍ୟକୁ ଆସିଥାଏ। ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଫେଇ ଦେଉଛି। ଏହି ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦରକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ପିଆଜ ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ । ନୂଆ ପିଆଜ ବଜାରକୁ ଆସିଲେ ଦର କମିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ରୋକିବା ପାଇଁ ସରକାରଙ୍କ ପାଖରେ କିଛି ବିକଳ୍ପ ନାହିଁ। ଉତ୍ପାଦନ ବୃଦ୍ଧି ଓ ଦର କମିବା ଯାଏ ଖାଉଟିଙ୍କୁ ଅପେକ୍ଷା କରିବାକୁ ପଡ଼ିବ।
ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ କେନ୍ଦ୍ର ସରକାର ୨୦୧୫ରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ କୋଟି ଟଙ୍କା ଲେଖାଏ ଅଂଶଧନ ବହନ କରିବା ବ୍ୟବସ୍ଥା ରହିଛି। ୧୦୦ କୋଟି ଟଙ୍କାରେ ଅଗଷ୍ଟ ମାସ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଏବଂ ଡାଲିଜାତୀୟ ଶସ୍ୟ କିଣି ଗଚ୍ଛିତ ରଖିବେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପିଏସ୍‌ଏଫ୍‌ର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ତିରୋଟ ସମୟରେ ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ପାଇଁ ବଜାରକୁ ଛଡ଼ାଯିବ । ଫଳରେ ଖାଉଟିମାନଙ୍କୁ ମୂଲ୍ୟ ବୃଦ୍ଧି କଷ୍ଟରୁ ମୁକ୍ତି ମିଳିପାରିବ। ମାତ୍ର ଏହି ପାଣ୍ଠି ଗଠନ ହେବାର ୪ ବର୍ଷ ବିତିଯିବାକୁ ବସିଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉ ନାହିଁ। ଫଳରେ ବଜାର ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହୁନାହିଁ। ଖାଉଟିଙ୍କୁ ବାଧ୍ୟହୋଇ ଅନ୍ୟ ରାଜ୍ୟର ଉତ୍ପାଦନ ଓ ଦର ଉପରେ ନିର୍ଭର କରିବାକୁ ପଡୁଛି। ପରିସ୍ଥିତି ସ୍ବାଭାବିକ ହେବା ଯାଏ ଖାଉଟିମାନେ ଚଢ଼ା ଦରରେ ପିଆଜ କିଣିବାକୁ ବାଧ୍ୟ ହେବେ । ଯୋଗାଣ ବିଭାଗ ଅଧିକାରୀଙ୍କ କହିବା କଥା ହେଲା ଚାଷୀଙ୍କଠାରୁ ଆଳୁ ରଖିବା ପାଇଁ ସରକାର ଶୀତଳଭଣ୍ଡାରଗୁଡ଼ିକ ଭଡ଼ାରେ ନେଇଥିଲେ। ରାଜ୍ୟର ଚାଷୀଙ୍କଠାରୁ ଆଳୁ ସଂଗ୍ରହ କରି ରଖାଯାଇଥିଲା। ଆଳୁ ଅଭାବରୁ କେତେକ ଶୀତଳଭଣ୍ଡାର ଖାଲି ପଡ଼ି ରହିଲା। ଆଳୁ ଦର ଖସିଯିବାରୁ ଗଚ୍ଛିତ ଆଳୁକୁ କମ୍‌ ଦରରେ ବିକ୍ରି କରାଗଲା। ଏଥିଯୋଗୁ ସରକାରଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଲା। ଏଥିଯୋଗୁ ଶୀଘ୍ର ନଷ୍ଟ ହେଉଥିବା ପିଆଜକୁ ଗଚ୍ଛିତ ରଖିବା ସମ୍ଭବ ନୁହେଁ। ବର୍ଷା କମିଗଲେ ପିଆଜ ଦର ଆପେ କମିଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ତଥା ଓଡ଼ିଶା ବ୍ୟବସାୟୀ ସଂଘର ଆବାହକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ବନ୍ୟା ଓ ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ର, ଆନ୍ଧ୍ର କିମ୍ବା କର୍ନାଟକରେ ପିଆଜ ଉତ୍ପାଦନ ହ୍ରାସ ପାଇଛି। ଏହାଛଡ଼ା ବର୍ଷା ଯୋଗୁ ପରିବହନ ବେଳେ ପିଆଜରେ ପାଣି ପଶି ନଷ୍ଟ ହୋଇଯାଉଛି। ଏଥିଯୋଗୁ ଦର ବୃଦ୍ଧି ଘଟିଛି। ଆସନ୍ତା ମାସେ ଯାଏ ପିଆଜ ଦର କମିବା ଆଶା କ୍ଷୀଣ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ସରକାର ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ ଶୀତଳଭଣ୍ଡାର କରିଥିବାରୁ ଚଳିତ ବର୍ଷ ଆଳୁ ଦର ନିୟନ୍ତ୍ରଣରେ ରହିପାରିଛି। ରାଜ୍ୟରେ ବ୍ୟବସାୟୀମାନଙ୍କୁ କିମ୍ବା ସରକାର ନିଜେ ପିଆଜ ରଖିବା ପାଇଁ ବ୍ୟବସ୍ଥା କଲେ ଲୋକଙ୍କୁ ଦର ବୃଦ୍ଧିର କଷ୍ଟ ଭୋଗିବାକୁ ପଡ଼ନ୍ତା ନାହିଁ ବୋଲି ସେ କହିଛନ୍ତି।
ରାଜ୍ୟରେ ଯେତିକି ପିଆଜ ଉତ୍ପାଦନ ହେଉଛି ତାହା ସଂରକ୍ଷଣ ଅଭାବରୁ ଅନ୍ୟ ରାଜ୍ୟକୁ ଚାଲି ଯାଉଛି। ରାଜ୍ୟରେ ପିଆଜ ଚାଷକୁ ପ୍ରୋତ୍ସାହନ ଦେବା ସହ ସଂରକ୍ଷଣ ପାଇଁ ବ୍ୟବସ୍ଥା ନ କଲେ ପ୍ରତ୍ୟେକ ବର୍ଷ ଲୋକଙ୍କୁ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଅଁା ଦରରେ ପେଷି ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?