ମିଳୁନି ସାର, କଳାବଜାର ଅଭିଯୋଗ

ବଇଣ୍ଡା,୨୦।୯(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର ଫାଇଦା ଉଠାଇ କେତେକ ଅସାଧୁ ବ୍ୟବାସୀୟ ଚଢ଼ା ଦରରେ ସାର ବିକ୍ରି କରୁଥିବାବେଳେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟ ଦିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତର ୮ ହଜାର ୭୫୬ ଏକର ଧାନ ଚାଷ ଜମି ରହିଛି। ୬୦ ପ୍ରତିଶତ ଲୋକ ଚାଷକୁ ଜୀବିକା କରିଥିବା ବେଳେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଏବଂ ସବ୍‌ସିଡି ମାଧ୍ୟମରେ ଉପକରଣ ଯୋଗାଇ ଦିଆଯାଉ ନାହିଁ। ଚଳିତ ବର୍ଷ ଯେତିକି ବର୍ଷା ହୋଇଛି ସେଥିରେ ଚାଷୀମାନେ ଧାନ ଚାଷ କରିଛନ୍ତି। ହେଲେ ଏବେ ସାର ମିଳୁ ନ ଥିବା ଯୋଗୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବ୍ଲକ ପାଇଁ ୩ ହଜାର କୁଇଣ୍ଟାଲ ସାର ଆବଶ୍ୟକ ଥିବାବେଳେ ମାତ୍ର ୧୬୬୩ କୁଇଣ୍ଟାଲ ୟୁରିଆ ଆସିଛି। ଏଥିସହ ଡିଏପି ୫୦ କୁଇଣ୍ଟାଲ ଆସିଛି। ୮ଟି ସୋସାଇଟି ଓ ନକଟିନାଳୀ, ଘୋଷର, ରାଇବାହାଳ, କରମଳକଟା, ତାଳପଦର, ନାକିଚି ଆଦି ୬ଟି ଗ୍ରାମ(ଦୋକାନ ଗୁଡ଼ିକ)ରେ ସାର ବିକ୍ରି କରିବା ପାଇଁ ସରକାରଙ୍କ ପକ୍ଷରୁ ଲାଇସେନ୍ସ ବଣ୍ଟନ କରାଯାଇଛି। ହେଲେ ଲୁହାମୁଣ୍ଡା ସୋସାଇଟିରେ ଚଳିତ ବର୍ଷ ସାର ବିକ୍ରି କରାଯାଉ ନାହିଁ। ସୋସାଇଟିର ସମସ୍ତ ଗୃହ ରାଜପଥ ସମ୍ପ୍ରସାରଣ ପାଇଁ ଭଙ୍ଗା ଯାଇଥିବାରୁୁ ସାର ଅଣାଯାଇ ନାହିଁ। ଫଳରେ ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ନେଇ ବଇଣ୍ଡା ଅଞ୍ଚଳରେ ସାର ୨ଗୁଣା ଦରରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ୟୁରିଆ ୫୦ କେଜି ବସ୍ତା ୫୦୦ ଟଙ୍କା ଲେଖାଏଁ ବିକ୍ରି କରାଯାଉଛି। ଲୁହାମୁଣ୍ଡା ସୋସାଇଟିରେ ନୁନୁକାପଶି, ଲୁହାମୁଣ୍ଡା, ଜାମ୍ବୁନାଳୀ, ଗାଁ ବଇଣ୍ଡା ଆଦି ୫ ପଞ୍ଚାୟତର ଚାଷୀ ନିର୍ଭର କରୁଛନ୍ତି। ହେଲେ ସାର ମିଳି ନ ଥିବାରୁ ବଇଣ୍ଡା ଅଞ୍ଚଳର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ସାରକୁ ନେଇ ବ୍ୟବହାର କରୁଛନ୍ତି। କୃଷି ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ କଳା ବ୍ୟବସାୟୀମାନେ ଏହାର ଫାଇଦା ଉଠାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ଚାଷୀ ସନାତନ ବେହେରା, ନବୀନ ନାୟକ, କନ୍ଦର୍ପ ମୁଖୀ ପ୍ରମୁଖ କହିଛନ୍ତି, ଆବଶ୍ୟକ ପରିମାଣର ୟୁରିଆ ମିଳୁନାହିଁ। ସୋସାଇଟିରେ ସାର ନ ଥିବାବେଳେ ବାହାର ଦୋକାନ ଗୁଡ଼ିକରୁ ୨ ଗୁଣ ଦରରେ କିଣି ବ୍ୟବହାର କରାଯାଉଛି। ସରକାର ଓ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ବଇଣ୍ଡା କୃଷି ଅଧିକାରୀ ଚଣ୍ଡି ପ୍ରସାଦ ମହାଳିକ କହିଛନ୍ତି, ସାରର କଳାବଜାରକୁ ନେଇ ବିଭାଗ ପକ୍ଷରୁ ଚଢାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri