Home

ଭାରତରେ ପ୍ରଥମଥର ପାଇଁ ଆରମ୍ଭ ହେବ ମସଲା କ୍ଲଷ୍ଟର

କଟକ ଅଫିସ, ୧୯ା୯:ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ପ୍ରତିଷ୍ଠାନ ପକ୍ଷରୁ କଲେଜଛକସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିକାଶଭବନରେ ଗୁରୁବାର ମସଲା ଉଦ୍ୟୋଗପତିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ଏସ୍‌ଏମ୍‌ଇ ସହନିର୍ଦ୍ଦେଶକ ପି.କେ. ମିଶ୍ର ଯୋଗଦେଇ ଭାରତରେ ପ୍ରଥମଥର ପାଇଁ…

୭ଥର ଜେରା ହୋଇଥିଲେ ଆଶୀର୍ବାଦ

ଭୁବନେଶ୍ୱର, ୨୦-୯ (ବ୍ୟୁରୋ):ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥା (ଏଟି ଗ୍ରୁପ୍‌) ମହାଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ତେବେ ଓସିଏ ନିର୍ବାଚନ ପୂର୍ବରୁ ଏହି ଗିରଫଦାରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।…

ଭୁବନେଶ୍ୱର ରେଳ ଷ୍ଟେଶନ:ବିଶ୍ୱସ୍ତରୀୟ ପାଇଁ ସଜବାଜ

ଭୁବନେଶ୍ୱର, ୨୦|୯(ସ୍ଥିତ ପ୍ରଜ୍ଞ ମିଶ୍ର):ଦେଶର ପ୍ରଥମ ମଲ୍ଟି ମୋଡାଲ ହବ୍‌ (ବହୁମୁଖି ପରିବହନ କେନ୍ଦ୍ର) ହେବ ଭୁବନେଶ୍ୱର ରେଳ ଷ୍ଟେଶନ। ଯାତ୍ରୀଙ୍କୁ ଏଠାରେ ବିମାନବନ୍ଦର ଅପେକ୍ଷା ଅଧିକ ସୁବିଧା ମିଳିବ। ରେଳ ଷ୍ଟେଶନକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱସ୍ତରୀୟ କରାଯିବାକୁ ରେଲଓ୍ବେ ସହିତ…

ନନ୍ଦନକାନନରେ ହାତୀ ମଡ଼କ:ଆଖି ବୁଜିଲା କମଳା,୨୫ ଦିନରେ ୩ ହାତୀଙ୍କ ମୃତ୍ୟୁ

ବାରଙ୍ଗ,୨୦-୯(ଡି.ଏନ୍‌.ଏ.):ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈ ହାତୀ କମଳାର ମୃତ୍ୟୁ ଘଟିଛି। ହର୍ପିସ ଭୂତାଣୁଜନିତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ କମଳାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଏହି ଭୂତାଣୁ ଜନିତ…

ବ୍ରାଣ୍ଡ୍‌ ଓଡ଼ିଶାର ପ୍ରସାର ପାଇଁ ନୂଆ ଅଭିଯାନ:ଓଡ଼ିଶା ନୁହେଁ…ଓଡ଼ିଶା ଆଃ

ଭୁବନେଶ୍ୱର,୨୦-୯(ବ୍ୟୁରୋ):ପ୍ରଥମେ ‘ଓଡ଼ିଶା ବାଇ ମର୍ର୍ନିଂ, ହକି ବାଇ ଇଭିନିଂ’। ଆଉ ଏବେ ‘ଓଡ଼ିଶା ଆଃ’। ରାଜ୍ୟ ଏବଂ ଦେଶ ବାହାରେ ବ୍ରାଣ୍ଡ୍‌ ଓଡ଼ିଶାର ପ୍ରମୋଶନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଓଡ଼ିଶାକୁ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ…

ଷ୍ଟ୍ରେଚର ଅଭାବ, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ, ୨୦-୯:କଟକ ଏସ୍‌ସିବି ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ୫ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ହସ୍ପିଟାଲରେ ଆଡମିଶନ ହୋଇଥାନ୍ତି। ପ୍ରତିଦିନ ରୋଗୀ ସଂଖ୍ୟା ବଢୁଥିବାବେଳେ…

ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ

ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ ଦୁଇଦିନ ବାକି ଥିବାବେଳେ ଗୁରୁବାର ପ୍ରଶାସନକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳରେ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ,ଭିତ୍ତିଭୂମି ପରଖିବା ପରେ ସମାଧାନର ପ୍ରତିଶ୍ରୁତି

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ତାର ଉଚିତ୍‌ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉନି। ବିଶ୍ୱବିଦ୍ୟାଳୟର ବିକାଶରେ ସେ ଅର୍ଥ ଲାଗି ପାରୁନାହିଁ। ତୁରନ୍ତ ସେ ପାଣ୍ଠିକୁ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବିନିଯୋଗ କର…

ମହାରାଷ୍ଟ୍ରରେ ନିର୍ବାଚନୀ ବିଗୁଲ୍‌ ବଜାଇଲେ ମୋଦି

ନାଶିକ୍‌,୨୦-୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସେଠାରେ ଭାଜପା ପାଇଁ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ପାକିସ୍ତାନ ସପକ୍ଷବାଦୀ ମନ୍ତବ୍ୟ ପାଇଁ ମୋଦି ତାଙ୍କ ଉପରେ ବର୍ଷିଛନ୍ତି।…

୨୧ରେ ପୂରିବ ବିକ୍ରମ ଆୟୁଷ

ହ୍ୟୁଷ୍ଟନ,୨୦-୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମର ଆୟୁଷ ଆଉ ମାତ୍ର ଦୁଇଦିନ ବାକି। ବିକ୍ରମ ସୂକ୍ଷ୍ମ ଅବତରଣ କରିବାରେ ବିଫଳ ହେବା ପରେ ଏହାସହ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ସମ୍ପର୍କ ପୁନଃ ସ୍ଥାପନ…

ରାକେଶ ଭଦୌରିଆ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.): ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ହାଲୁକା ଲଢ଼ୁଆ ବିମାନ ତେଜସ୍‌ର ପରୀକ୍ଷାମୂଳକ ଉଡାଣ ସହ ସମ୍ପୃକ୍ତ ଥିବା ରାକେଶଙ୍କର ୨୬ଟି ଲଢ଼ୁଆ ବିମାନ ଓ ପରିବହନ ବିମାନ…

କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ହଟହଟା

କୋଲକାତା,୨୦-୯(ପି.ଟି.):ଏବିଭିପି ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ କଳାପତାକା ଦେଖାଇ ଠେଲାପେଲା କରିଥିଲେ। ଘଟଣାସ୍ଥଳରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଜଗଦୀପ ଧନ୍‌ଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?