ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପ୍ଲାଣ୍ଟରେ ଫାଟିଲା ଟ୍ୟାଙ୍କ: ବହୁ ଗଁ।କୁ କରାଗଲା ଖାଲି
ଉନ୍ନାଓ,୧୨।୯: ଉତ୍ତରପ୍ରଦେଶ ଉନ୍ନାଓରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ଲାଣ୍ଟରେ ଗୁରୁବାର ବିସ୍ଫୋରଣ ହୋଇଛି। ହଠାତ୍ ଟ୍ୟାଙ୍କ ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ହୁ ହୁ ହୋଇ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଏହି ଦୁର୍ଘଟଣା ଯୋଗୁ ପ୍ଲାଣ୍ଟରେ…
ଆନନ୍ଦ ମହିନ୍ଦ୍ରାଙ୍କ ହସ୍ତକ୍ଷେପ ପରେ ମାତ୍ର ୧ ଟଙ୍କାରେ ଇଡ଼ଲି, ସମ୍ବର ବିକୁଥିବା ୮୦ବର୍ଷୀୟ ମାଉସୀଙ୍କୁ ମିଳିଲା ଗ୍ୟାସ୍ କନେକ୍ସନ
କୋଏମ୍ବାଟୁର, ୧୨।୯:ତାମିଲନାଡୁ କୋଏମ୍ବାଟୁର୍ରେ ମାତ୍ର ୧ ଟଙ୍କାରେ ଇଡ଼ଲି, ସମ୍ବର ବିକୁଥିବା ୮୦ବର୍ଷୀୟ ମାଉସୀ କମଲାଥଲଙ୍କୁ ଗ୍ୟାସ୍ କନେକ୍ସନ ଯୋଗାଇ ଦିଆଯାଇଛି।ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇପାରିଛି। ସୂଚନାଯୋଗ୍ୟ, ଆନନ୍ଦ ମହିନ୍ଦ୍ରା ମଙ୍ଗଳବାର କମଲାଥର ମାଉସୀଙ୍କ…
ଚିଦାମ୍ବରମଙ୍କ ଜାମିନ ଆବେଦନକୁ ନେଇ ସିବିଆଇକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇ କୋର୍ଟ
ନୂଆଦିଲ୍ଲୀ,୧୨।୯: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚାଦାମ୍ବରମ ଏବେ ଜେଲ୍ରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି। ତେବେ ଚିଦାମ୍ବରମ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟୋଡିରେ ରହିବାକୁ…
ନିଆରା ବିବାହ : ମନ୍ତ୍ରରେ ନୁହେଁ, ଫିଲ୍ମ ଗୀତରେ ବିବାହ କାର୍ଯ୍ୟ ସମାପନ କଲେ ପଣ୍ଡିତ; ଦେଖନ୍ତୁ ଭିଡିଓ…
ସାଧାରଣତଃ ବିଧି ବିଧାନ ସହ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏଥିରେ ଅଧିକ ବି ସମୟ ଲାଗିଥାଏ। କିନ୍ତୁ ଏପରି ଏକ ବିବାହ ଉତ୍ସବର ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ନ ହସି ରହିପାରିବେନି।…
୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଲା ଝାଡ଼ଖଣ୍ଡ: ଶୁକ୍ରବାର ସ୍ବତନ୍ତ୍ର ଅଧିବେଶନ
ରାଞ୍ଚି,୧୨।୯: ଝାଡ଼ଖଣ୍ଡ ୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନୂଆ ବିଧାନସଭା ଭବନକୁ ଉଦ୍ଘାଟନ କରିଛନ୍ତି। ୩୯ ଏକର ଜମିରେ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ୪୬୫ କୋଟି ଟଙ୍କା ଖର୍ଚ୍ଚ…
ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ଆପୋଲୋ ହସ୍ପିଟାଲକୁ ୪ ସପ୍ତାହ ମହଲତ
ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ଥାନୀୟ ଆପୋଲୋ ହସ୍ପିଟାଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ଏପରିକି ୪ ସପ୍ତାହ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଲେ
ହାଇଦ୍ରାବାଦ,୧୨।୯: ହାଇଦ୍ରାବାଦ୍ର ଚାର୍ମିନାର୍ରେ ଜଣେ ପୋଲିସ୍ କନଷ୍ଟେବଳ ନିଜ ପାଇଁ କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଇଛନ୍ତି। କନଷ୍ଟେବଳ ଚାକିରି ଯୋଗୁ ତାଙ୍କୁ ଝିଅ ମିଳିବାରେ ବିଳମ୍ବ ହେଉଥିଲା। ଏଥିପାଇଁ ମୁଁ ଚାକିରି ଛାଡିଦେଲି ବୋଲି ନିଜ ପ୍ରତିକ୍ରିୟାରେ ସେ…
ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି ପାଇଁ ମନା କଲେ କୋର୍ଟ
ଚେନ୍ନାଇ,୧୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି କରିବାକୁ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି। ପୂର୍ବରୁ ୨୨ ଅଗଷ୍ଟରେ ମାଡ୍ରାସ ହାଇକୋର୍ଟ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୭ ଦୋଷୀଙ୍କ ମଧ୍ୟରୁ ନଳିନୀଙ୍କ…
ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହର ମିଳିଲା ସନ୍ଧାନ: ହବଲ୍ ଟେଲିସ୍କୋପ୍ ଦେଲା ସୂଚନା
ଓ୍ବାଶିଂଟନ,୧୨।୯: ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହ କେ-୨-୧୮-ବିର ସନ୍ଧାନ ମିଳିଛି। ଏନେଇ ନାସାର ହବଲ୍ ଟେଲିସ୍କୋପ୍ ସୂଚନା ଦେଇଛି। ପୃଥିବୀଠାରୁ ୧୧୦ ଆଲୋକ ବର୍ଷ ଦୂରରେ ଏହି ଗ୍ରହ ରହିଥିବା ନାସା ପକ୍ଷରୁ କୁହାଯାଇଛି। ଗ୍ରହଟ ଲିଓ…
ମାୟା ଲଗାଇବ ମାୟା ନଗରୀ
ଆଉ ଏକ ନବଗଠିତ ଅପେରା ପାର୍ଟି ଲଢ଼େଇ ମଇଦାନକୁ ଓହ୍ଲାଉଛି। ଚଳିତ ମାସ ୧୬ରେ ଏହି ପାର୍ଟି ନିଜର ଯାତ୍ରା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ‘ଯାତ୍ରା ମାୟାନଗରୀ’ ନାମରେ ନାମିତ ଉକ୍ତ ପାର୍ଟିର ସଫଳତାକୁ ନେଇ ବେଶ୍ ଆଶା ରଖିଛନ୍ତି…
ମହୁମାଛି କଥା ମନେ ପଡ଼େ
ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ଣ୍ଣ ଟୁ ଫାଇଟ୍’ରୁ ଓଲିଉଡ୍ର ନବାଗତ ତାଲିକାରେ ନିଜର ନାମ ଏଣ୍ଟ୍ରି କରିବାକୁ ଯାଉଥିବା…
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୩ ଗିରଫ
ଶ୍ରୀନଗର,୧୨।୯: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ମିଳିତ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ୩ ଆତଙ୍କବାଦୀଙ୍କୁ ପଞ୍ଜାବ-ଜମ୍ମୁ-କଶ୍ମୀର ସୀମା ଲଖନପୁରଠାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪ ଏକେ-୫୬, ୨ ଏକେ-୪୭, ୬ ମାଗାଜିନ୍, ୧୮୦ ରାଉଣ୍ଡ ଗୁଳି ଜବତ ହୋଇଥିବା କଠୁଆ…
Archives


