ଗାନ୍ଧୀ ଜୟନ୍ତୀରେ ପ୍ଲାଷ୍ଟିକ ବିରୋଧୀ ସଚେତନତା ବାର୍ତ୍ତା

ଆନନ୍ଦପୁର,୨।୧୦(ସ୍ବ.ପ୍ର.): ପ୍ଲାଷ୍ଟିକ୍‌ ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜଗତ ପ୍ରତି ବିପଦ ଦେଖାଦେଇଛି। ତେଣୁ ସରକାରୀସ୍ତରରେ ପ୍ଲାଷ୍ଟିକ୍‌ ବ୍ୟବହାର ପ୍ରତି ରୋକ ଲଗାଯାଇଛି। ଏହିକ୍ରମରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବୁଧବାର ଆନନ୍ଦପୁର ମହାବିଦ୍ୟାଳୟ ଜାତୀୟ ସେବା ସମିତି ଆନୁକୂଲ୍ୟରେ ପ୍ଲାଷ୍ଟିକ୍‌ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଛି। ଏନ୍‌ଏସ୍‌ଏସ୍‌ ସଂଯୋଜକ ଅଧ୍ୟାପକ ରଘୁଦୀପ୍ତ ନାୟକଙ୍କ ନେତୃତ୍ୱରେ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ର ମହାବିଦ୍ୟାଳୟ ପରିସରରୁ ଏକ ରାଲିରେ ବାହାରି ପ୍ଲାଷ୍ଟିକ୍‌ ବର୍ଜନର ବାର୍ତ୍ତା ପ୍ରଦାନ ସହିତ ରାସ୍ତାଘାଟରେ ପଡ଼ିଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସାଉଁଟିଥିଲେ। ସେହିପରି ଆନନ୍ଦପୁର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ନେତୃତ୍ୱରେ ପୌର କର୍ମଚାରୀମାନେ ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ପାକିସ୍ତାନ ରାଜନୀତିରେ ହଇଚଇ! ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କ ଦାବି, ଜାଣନ୍ତୁ ସତ

ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri