Posted inଫୁରସତ

ବିଶ୍ୱର ୫ ଅଦ୍ଭୁତ ଜୀବ: ଯେଉଁମାନଙ୍କ ରକ୍ତର ରଙ୍ଗ ସବୁଜ, ହଳଦିଆ, ନୀଳ

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି ରକ୍ତର ରଙ୍ଗ ଲାଲ୍‌। ହେଲେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି କିଛି ଜୀବ ଅଛନ୍ତି, ଯେଉଁମାନଙ୍କ ରକ୍ତର ରଙ୍ଗ ଲାଲ ପରିବର୍ତ୍ତେ ସବୁଜ, ହଳଦିଆ ଏବଂ ନୀଳ ରହିଛି। ଜାଣିବା ସେସବୁ ଜୀବଙ୍କ ବିଷୟରେ:


ଅକ୍ଟୋପସ୍‌: ଏହା ଏକ ସାମୁଦ୍ରିକ ଜୀବ। ଏହାକୁ କିଛି ଦେଶର ଲୋକେ ଖାଇଥାନ୍ତି। ୮ ଗୋଡ଼ବିଶିଷ୍ଟ ଏହି ଜୀବର ରକ୍ତର ରଙ୍ଗ ନୀଳ। ଏହାର କାରଣ ହେଲା ଅକ୍ଟୋପସ୍‌ ରକ୍ତରେ ତମ୍ବାର ପରିମାଣ ଅଧିକ ଥାଏ। ଏହି କାରଣରୁ ସେମାନଙ୍କ ରକ୍ତର ରଙ୍ଗ ନୀଳ।


ସି-କୁକୁମ୍ବର: ଏହା ଏକ ସାମୁଦ୍ରିକ ଜୀବ। ଏହି ଜୀବ ଦେଖିବାକୁ ସବୁଜ ରଙ୍ଗର । ମାତ୍ର ଏହାର ରକ୍ତ ହଳଦିଆ ରଙ୍ଗର। ଏହା ପଛର କାରଣ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରିନାହାନ୍ତି।


ପିନଟ ଓ୍ବାର୍ମ: ପିନଟ ଓ୍ବାର୍ମ ପୋକର ରଙ୍ଗ ବାଇଗଣୀ। ଏହାର ଶରୀରରେ ଥିବା ହିମୋରିଥରିନ ନାମକ ପ୍ରୋଟିନ୍‌ରେ ଯେତେବେଳେ ଅକ୍ସିକରଣ (କଳଙ୍କି ଲାଗିଯାଏ) ହୋଇଥାଏ ସେତେବେଳେ ତା’ର ରଙ୍ଗ ବାଇଗଣୀ ଏବଂ ବେଳେବେଳେ ଗୋଲାପି ମଧ୍ୟ ହୋଇଥାଏ।


ନ୍ୟୁ ଜିନିଆ: ନ୍ୟୁ ଜିନିଆ ନାମକ ବହୁରୂପୀ ଏଣ୍ଡୁଅ ରକ୍ତର ରଙ୍ଗ ହେଉଛି ସବୁଜ। ଏହି କାରଣରୁ ଏହି ଏଣ୍ଡୁଅର ମାଂସପେଶୀ ଏବଂ ଜିଭର ରଙ୍ଗ ମଧ୍ୟ ସବୁଜ।


କ୍ରୋକୋଡାଇଲ ଆଇସ୍‌ଫିଶ୍‌: ଏହା ଏକପ୍ରକାର ମାଛ। ବିଶେଷକରି ଆଣ୍ଟାର୍କଟିକା ମହାସାଗରରେ ଏହା ଦେଖାଯାଇଥାଏ। ଏହି ମାଛର ରକ୍ତ ରଙ୍ଗହୀନ। ଆଇସ୍‌ଫିଶ୍‌ର ରକ୍ତରେ ହିମୋଗ୍ଲୋବିନ ଏବଂ ହିମୋସାଇନିନ ନ ଥାଏ। ଏହି କାରଣରରୁ ଏହି ମାଛର ରକ୍ତର କୌଣସି ରଙ୍ଗ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri