୫ ଜିଲାରେ ବନ୍ୟା, ୯ ମୃତ
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷାରେ ଦକ୍ଷିଣ-ପଶ୍ଚିମ ଓଡ଼ିଶା ସ୍ଥିତି ସଙ୍ଗିନ ହୋଇପଡ଼ିଛି। ବିଶେଷ କରି ୫ ଜିଲା ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଓ କନ୍ଧମାଳରେ ଅଧିକ ବର୍ଷା ହୋଇ ବନ୍ୟା ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକରେ…
୭୩ତମ ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା :ଲାଲକିଲ୍ଲାରୁ ଲାଲଚୌକ ଅଭେଦ୍ୟ
ନୂଆଦିଲ୍ଲୀ,୧୪ା୮: ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେଉଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଶ୍ରୀନଗର କେନ୍ଦ୍ରସ୍ଥଳ ଲାଲଚୌକରେ ଜାତୀୟ ପତାକା ଉଡ଼ାଉଥିବେ। ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ବେଳେ ଏଭଳି ଐତିହାସିକ…
ଲଘୁଚାପ ବରଷାର ପରଭାବ:ଭାଂଗଲା ଅନେକ ଘର, ବିଦ୍ୟୁତ ସେବା ଠପ୍
ବିଜେପୁର, ୧୪।୮ (ଡି.ଏନ୍.ଏ.): ଲଘୁଚାପ ପରଭାବରେ ବରଗଡ଼ ଜିଲା ବିଜେପୁର ଅଂଚଲରେ ଗଲା ରଏବାର ବେଲବୁଡାନୁ ସୋମବାର ଦୁଇପହର ତକ୍ ବରଷା ଲାଗି ରହିଥିଲା। ବରଷାରେ ଅଂଚଲର ବହୁତ୍ ଲୁକ୍କର ଘରଦୁଆର ଭାଂଗି ଯାଇଥିବାର ଜନାଯାଇଛେ। ହେଲେ ଇଥ୍ରେ କେହି ଖଁଡ଼ିଆଡଁଡ଼ିଆ…
୩୦ ଟନ୍ କ୍ରୋମାଇଟ ଜବତ, ୨ ଅଟକ
ଭୁବନ, ୧୪।୮(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ ୨ଟି ଟ୍ରକ୍ ସହ ୩୦ ଟନ୍ କ୍ରୋମାଇଟ୍ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ,…
ବାହୁଡ଼ିଲା ନରହନ୍ତା ଦନ୍ତା
ପରଜଙ୍ଗ, ୧୪।୮(ଡି.ଏନ୍.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା ସତ୍ତ୍ୱେ ଏହାର ହିଂସ୍ର ଆଚରଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଜନବସତିରେ ପଶି ଘରଦ୍ୱାର ଭାଙ୍ଗି…
ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା
ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ। କାମାକ୍ଷାନଗର ବ୍ଲକ ବାଉଁଶପାଳ ଗ୍ରାମର ସୂର୍ଯ୍ୟକାନ୍ତି ଷେଣ୍ଢ (୬୦) ସୋମବାର ପକ୍ଷାଘାତରେ ଆକ୍ରାନ୍ତ ହୋଇ…
ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି
ପାଲଲହଡା,୧୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର ଡ୍ରେନ ପାଣି ପଶିଯିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହୋଇଛନ୍ତି। ସୋମବାରଠାରୁ ଲାଗି ରହିଥିବା ବର୍ଷା ଯୋଗୁ ଡ୍ରେନ୍ ପାଣି ନିଷ୍କାସନ ହୋଇ ନ ପାରି ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା…
ପିଜି ଆବେଦନ ଫର୍ମରେ ତ୍ରୁଟି ଅଭିଯୋଗ: ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ର
ଅନୁଗୋଳ ଅଫିସ, ୧୪।୮-ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି ଫର୍ମରେ ତ୍ରୁଟି ଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା କଲେଜର କେତେଜଣ ଛାତ୍ର ଅଭିଯୋଗ କରିଛନ୍ତି। ଏ ନେଇ ସମ୍ପୃକ୍ତ ଛାତ୍ରମାନେ ମଙ୍ଗଳବାର ଜିଲା…
ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯାଞ୍ଚ କଲେ ବିଧାୟକ
ବଇଣ୍ଡା,୧୪।୮(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମଙ୍ଗଳବାର କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବଇଣ୍ଡା ରାମଦେଓ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ବିଧାୟକ ମଧ୍ୟାହ୍ନଭୋଜନ ଯାଞ୍ଚ କରିଥିଲେ। ପରେ ବିଦ୍ୟାଳୟର ସମସ୍ତ କାଗଜପତ୍ର ଓ ଶିକ୍ଷକମାନଙ୍କ ଉପସ୍ଥାନ…
ପାଣି ସ୍ରୋତରେ ନଷ୍ଟ ହେଉଛି ରାସ୍ତା
ଗୋପାଳପୁର,୧୪ା୮-ରାସ୍ତା ଓ କୋଠାବାଡ଼ି (ଆର ଆଣ୍ଡ ବି) ବ୍ରହ୍ମପୁର-୧ ବିଭାଗ ପକ୍ଷରୁ ବ୍ରହ୍ମପୁର ଓ ହରିପୁରକୁ ସଂଯୋଗ କରୁଥିବା ଏକ ଝୁଲା ବ୍ରିଜ୍ ନିର୍ମାଣ ଚାଲିଛି। ଏଥିପାଇଁ ୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ବ୍ରିଜ ନିର୍ମାଣ…
ଗଜପତି, ଗଞ୍ଜାମରେ ସବୁଠୁ କମ୍ ବର୍ଷା
ବ୍ରହ୍ମପୁର ଅଫିସ୍,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ ଜିଲା ଗଜପତି ଏବଂ ଗଞ୍ଜାମରେ ସବୁଠୁ କମ୍ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି।…
ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି
କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି କଟାଉଛନ୍ତି । ହାତୀ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ହାନି ଘଟୁଥିବାରୁ…
Archives


