କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବୀରେନ୍ଦ୍ର କୁମାର
ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର କାମଚଳା ବାଚସ୍ପତି ଭାବେ ଭାଜପା ଏମ୍ପି ବୀରେନ୍ଦ୍ର କୁମାର ସୋମବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକମଗଢ଼ ଲୋକ ସଭା…
ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା
ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି। ମାଲିକ ଅନନ୍ତ ସାହୁ(୪୦) ଏବଂ ରୋଷେଇ କରୁଥିବା ଯୁବତୀ ମଞ୍ଜରୀ ମୁଣ୍ଡା (୩୦) ।…
ହରତାଳରେ ବସିଲେ ୫ ଲକ୍ଷ ଡାକ୍ତର: ରୋଗୀ ସେବା ବାଧାପ୍ରାପ୍ତ
ନୂଆଦିଲ୍ଲୀ,୧୭।୬: ସାରା ଦେଶରେ ଡାକ୍ତର ଆନ୍ଦୋଳନ ଜୋର ଧରିଛି। ପଶ୍ଚିମବଙ୍ଗରୁ ଆରମ୍ଭ ହୋଇ ଏହା ସାରା ବ୍ୟାପିଛି। ସୋମବାର ପ୍ରାୟ ୫ ଲକ୍ଷ ଡାକ୍ତର ହରତାଳରେ ବସିଛନ୍ତି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟରେ ଦିଲ୍ଲୀ ମେଡିକାଲ ଆସୋସିଏସନ୍ର…
୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଛନ୍ତି ଗ୍ରାମବାସୀ
ଦିସ୍ପୁର୍,୧୭।୬: ଆସାମରେ ଥିବା ୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ସେମାନେ ପ୍ରତିବର୍ଷ ବରଗଛର ଜନ୍ମଦିନ ଆଡମ୍ବରରେ ପାଳନ କରୁଛନ୍ତି। ସ୍ଥାନୀୟ ବାରପେଟା ଜିଲାର ଜଲିଖେତି ଗାଁରେ ଏହି ବରଗଛ ରହିଛି। ପ୍ରତିବର୍ଷ ପରିବେଶ ଦିବସ…
ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡ: ୧୨ ମୃତ
ଆଲେପ୍ପୋ, ୧୭।୬: ସିରିଆରେ ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଲେପ୍ପୋ ପ୍ରଦେଶର ଦକ୍ଷିଣରେ ଥିବା ରାଶିଦ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପହରା ସତ୍ତ୍ୱେ ଏଭଳି କାଣ୍ଡ ଆତଙ୍କବାଦୀ ଭିଆଇଛନ୍ତି। ଆତଙ୍କବାଦୀମାନେ ଅଲ୍ଓ୍ବାଦିହି ଗାଁକୁ…
ସାମ୍ସଙ୍ଗ ଆଣିଲା ନୂଆ ଗାଲାକ୍ସି ଏମ୍୪୦
ନୂଆଦିଲ୍ଲୀ,୧୭-୬: ପ୍ରମୁଖ କମ୍ପାନୀ ସାମ୍ସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏମ୍୪୦ ମଡେଲ ବଜାରକୁ ଆସିଛି। ଏଥିରେ ୬.୩ ଇଞ୍ଚ ଏଫ୍ଏଚ୍ଡି ଇନଫିନିଟି ଓଡିସ୍ପଲେ, ଶକ୍ତିଶାଳୀ ସ୍ନାପଡ୍ରାଗନ ୬୭୫ ଅକ୍ଟାକୋର ପ୍ରୋସେସର, ଟ୍ରିପଲ ରିୟର କ୍ୟାମେରା ଭଳି ପ୍ରମୁଖ ବୈଶିଷ୍ଟ୍ୟ ରହିଛି। ଯୁବବର୍ଗଙ୍କୁ…
ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର ସକାଳେ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ପ୍ରଥମେ ଗୁଳିଚାଳନା…
ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଗୁରୁତର, ପିସ୍ତଲ ଜବତ୍
ବଲାଙ୍ଗୀର ଅଫିସ, ୧୭ା୬: ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା-ଦୁହେଲ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣାଙ୍କୁ ପୋଲିସ ଏନ୍କାଉଣ୍ଟର କରିଛି। ଏଥିରେ ସୀତାରାମ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ…
ସରିନି ଧାନକିଣା, କଟକଣା ଆରମ୍ଭ
ବରଗଡ଼ ଅଫିସ୍,୧୭।୬: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟକୁ ଆଉ ସପ୍ତାହକ ପରେ ଦେଢ଼ମାସ ବିତିବ । ଏହି ପ୍ରକ୍ରିୟାରେ ଜିଲାରେ ଖୋଲା ଯାଇଥିବା ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଉଭୟ ଧାନ ସଂଗ୍ରହ ଓ ଉଠାଣ ଚାଲିଛି…
ମୌସୁମୀ ବିଳମ୍ବ: ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ
ମାଲକାନଗିରି,୧୭ା୬(ଡି.ଏନ.ଏ.)- ଜୁନ ୧୭ରେ ବିଶ୍ୱ ଅନାବୃଷ୍ଟି ଓ ମରୁଡ଼ି ପ୍ରତିରୋଧ ଦିବସ ପାଳନ ହେବାକୁ ଯାଉଛି। ଏହି ଦିବସ କୃଷକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ। ବିଭିନ୍ନ କୃଷିଜନିତ ଖାଦ୍ୟଶସ୍ୟ ଉତ୍ପାଦନରେ ଜଳର ଆବଶ୍ୟକତା ଅପରିହାର୍ଯ୍ୟ। ଜଳ ବିନା କୃଷିକାର୍ଯ୍ୟ ଅସମ୍ଭବ।…
ବିଚ୍ଛିନ୍ନତାବାଦୀ ନେତାଙ୍କୁ ଅର୍ଥ ଯୋଗାଉଛି ପାକ୍: ଏନ୍ଆଇଏ
ନୂଆଦିଲ୍ଲୀ,୧୭ା୬(ପି.ଟି.): ଜମ୍ମୁ-କଶ୍ମୀର କଠୋରପନ୍ଥୀ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପାକିସ୍ତାନ ବିପୁଳ ଅର୍ଥ ଯୋଗାଇ ଦେଉଛି। ସେହି ଅର୍ଥକୁ ସେମାନେ ନିଜର ବ୍ୟକ୍ତିଗତ ସ୍ବାର୍ଥ ଲାଗି ବ୍ୟୟ କରୁଛନ୍ତି। ସେମାନେ ନିଜ ପାଇଁ ସମ୍ପତ୍ତି ଠୁଳ କରିବା ସହ ପିଲାମାନଙ୍କୁ ବିଦେଶରେ ପାଠ ପଢ଼ାଉଛନ୍ତି।…
୨,୩୦୦ ଜଣଙ୍କୁ ସ୍ବଦେଶ ଫେରାଇ ଆଣିଥିଲା ଭାରତ
ନୂଆଦିଲ୍ଲୀ,୧୭ା୬ (ପି.ଟି.): ୨୦୦୬ରେ ଇସ୍ରାଏଲ୍-ଲେବାନନ୍ ଯୁଦ୍ଧବେଳେ ଭାରତ ସରକାର ନିଜର ୨୩୦୦ ନାଗରିକଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଆଣିଥିଲେ। ‘ଚ୍ୟାଲେଞ୍ଜସ୍ ଅଫ୍ ଗଭର୍ନାନ୍ସ: ଆନ୍ ଇନ୍ସାଇଡର୍ସ ଭିଉ’ ପୁସ୍ତକରେ ପୂର୍ବତନ କ୍ୟାବିନେଟ୍ ସେକ୍ରେଟାରି ବି.କେ. ଚତୁର୍ବେଦୀ ଉକ୍ତ ଯୁଦ୍ଧବେଳର ଅନୁଭୂତି ବର୍ଣ୍ଣନା…
Archives


