‘କାଳିଆ ଯୋଜନା’ରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ: ଅରୁଣ ସାହୁ
ଭୁବନେଶ୍ୱର,୨୨।୮(ବ୍ୟୁରୋ): ‘କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଇତିମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ୨୭ ତାରିଖ ସୁଦ୍ଧା ପଞ୍ଚାୟତସ୍ତରରେ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲାସ୍ତରରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ…
୨୩ରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୮(ବ୍ୟୁରୋ): ଆସନ୍ତା ୨୩ରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୬ରେ ଅନୁଷ୍ଠିତ ହେବାକୁ ଥିବା ନକ୍ସଲ ସଂକ୍ରାନ୍ତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ବ୍ୟତୀତ ଛତିଶଗଡ଼,…
ଇସ୍ରୋ ଅଧ୍ୟକ୍ଷ ଶିବନଙ୍କୁ ମିଳିଲା କଲାମ ପୁରସ୍କାର
ଚେନ୍ନାଇ,୨୨।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଡ. କେ ଶିବନଙ୍କୁ ଡ.ଏପିଜେ ଅବଦୁଲ କଲାମ ପୁରସ୍କାର ମିଳିଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଶିବନଙ୍କ ଅବଦାନକୁ ଦେଖି ଏହି…
ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର
ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା ସମ୍ପର୍କର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସ୍କଟଲାଣ୍ଡରେ। ଉଲ୍ଲେଖଯୋଗ୍ୟ, ମାଲିକଙ୍କ ମୃତ୍ୟୁର ୧୫ ମିନିଟ୍…
ବହୁ ଉପକାରୀ ଛେଳି କ୍ଷୀର, ଭଲ ହୋଇଥାଏ ଏସବୁ ରୋଗ
କ୍ଷୀର ସ୍ବାସ୍ଥ୍ୟ ପ୍ରତି ବହୁ ଉପକାରୀ। ଏଥିରେ କ୍ୟାଲସିୟମ, ପ୍ରୋଟିନ୍, ପଟାସିୟମ ଏବଂ ଭିଟାମିନ୍ ଡି ପ୍ରଚୁରମାତ୍ରାରେ ରହିଛି। ଅଧିକାଂଶ ଲୋକ ଗାଈ, ମଇଁଷି କ୍ଷୀର ପିଇଥାନ୍ତି। କିନ୍ତୁ ଛେଳି କ୍ଷୀର ବି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏହା ଇମିନୋ…
ଆଇଏନ୍ଏକ୍ସ୍ ମାମଲା: ଇଡ଼ି ଅଧିକାରୀ ରାକେଶ ଆହୂଜାଙ୍କ ବଦଳି
ନୂଆଦିଲ୍ଲୀ,୨୨।୮: ଆଇଏନ୍ଏକ୍ସ୍ ମାମଲାରେ ଇଡ଼ିର ସହାୟକ ଯାଞ୍ଚ୍ ଅଧିକାରୀ ରାକେଶ ଆହୂଜାଙ୍କୁ ଗୁରୁବାର ବଦଳି କରାଯାଇଛି। ଇଡ଼ିରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏପରି କରାଯାଇଥିବା କୁହାଯାଉଛି। ତାଙ୍କୁ ଦିଲ୍ଲୀ ପୋଲିସକୁ ପୁଣି ଫେରାଇ ଅଣାଯାଇଛି। ୩ ସପ୍ତାହ ପୂର୍ବରୁ ତାଙ୍କର…
ବନ୍ୟାରେ ୩୦୨ ହେକ୍ଟର ଚାଷଜମି ବାଲିଚର : ୧୨ଟି ପଞ୍ଚାୟତ ପ୍ରଭାବିତ
କର୍ଲାମୁଣ୍ଡା,୨୨।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଗତ ସପ୍ତାହରେ ପ୍ରବଳ ବର୍ଷାହେବା ଯୋଗୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବ୍ଲକର ୧୨ଟି ପଞ୍ଚାୟତର ଅଧିକାଂଶ ଗ୍ରାମ ପ୍ରଭାବିତ ହେବା ସହ ଚାଷୀଙ୍କ ରୁଆଧାନ ନଷ୍ଟ ହେବା ସାଙ୍ଗକୁ ମାଟିଘରଗୁଡିକ ଭୁଶୁଡ଼ି…
ଫ୍ରାନ୍ସ୍-ସୌଦି-ବାହାରିନ୍ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍-ସୌଦି-ବାହାରିନ୍ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଉଛି। ମୋଦି ଅଗଷ୍ଟ ୨୬ ପର୍ଯ୍ୟନ୍ତ ବିଦେଶ ଗସ୍ତରେ…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ମଧ୍ୟପ୍ରଦେଶରୁ ୫ ଗିରଫ; ଆଇଏସ୍ଆଇ ସହ ସମ୍ପୃକ୍ତି ସନ୍ଦେହ
ଭୋପାଳ,୨୨।୮: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ମଧ୍ୟପ୍ରଦେଶ ସତନାରେ ଏଟିଏସ୍ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କର ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ସହିତ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ରେ ୧୩ ପାକିସ୍ତାନ…
ପାର୍ଲିିଆମେଣ୍ଟରେ ଶିଶୁକୁ କ୍ଷୀର ପିଆଇ ଚର୍ଚ୍ଚାରେ ବାଚସ୍ପତି
ଖ୍ରୀଷ୍ଟଚର୍ଚ୍ଚ, ୨୨।୮: ନ୍ୟୁଜିଲାଣ୍ଡ ପାର୍ଲିଆମେଣ୍ଟରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାର୍ଲିଆମେଣ୍ଟରେ ଡିବେଟ୍ ଚାଲିଥିବାବେଳେ ବାଚସ୍ପତି ଏକ ଶିଶୁକୁ କ୍ଷୀର ପିଆଉଥିବା ଦେଖାଯାଇଥିଲା। ରିପୋର୍ଟ ମୁତାବକ, ସଦନରେ କାର୍ଯ୍ୟ ଚାଲିଥିବାବେଳେ ଏମ୍ପି ତାମତି କଫି ଗୃହକୁ ନିଜ…
ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ
ନୂଆଦିଲ୍ଲୀ,୨୨।୮: ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍ର ଏହି ଆଇଏଏସ୍ ଅଫିସର ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଶେଷ କାର୍ଯ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ୧୯୮୨ ବ୍ୟାଚ୍ ଆଇଏଏସ୍ ଅଫିସର ରାଜୀବ ଗୌବା…
ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ
ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ ଗେଡେସ୍ ନାମକ ଜଣେ ମହିଳା ସମଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ ଏକ…
Archives


