ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ମିଳିନି ପରିଚୟ
ବାହାନଗା,୨୭।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ପଟାପୋଲ ନିକଟରେ ମୋଟରସାଇକେଲ ଦୁର୍ଘଟଣା ଘଟି ଶନିବାର ଅପରାହ୍ନରେ ଜଣେ ଯୁବକ ରେବାନଦୀରେ ଖସିପଡ଼ି ନିଖୋଜ ଥିଲେ। ତେବେ ଏନ୍ଡିଆର୍ଏଫ୍ ଟିମ୍ ଦ୍ବାରା ରବିବାର ଅପରାହ୍ନରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।…
ବସ-ଟ୍ରକ୍ ଦୁର୍ଘଟଣା : ୧୫ ଆହତ, ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର
ଚୌଦ୍ୱାର,୨୭।୧୦(ଡି.ଏନ୍.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ବ୍ୟାଙ୍କଛକଠାରେ ବସ୍-ଟ୍ରକ୍ ଧକ୍କାରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ…
ଅଯୋଧ୍ୟାରେ ୫.୫ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ
ଦୀପଦାନ କରିବାକୁ ନେଇ ଗିନିଜ୍ ଓ୍ବାଲ୍ଡ ରେକର୍ଡ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅଯୋଧ୍ୟାରେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱାରା ସରଜୁ ନଦୀ କୂଳରେ ସମୂହ ଦୀପଦାନ କରିବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ପର୍ଯ୍ୟଟନ…
୭୫ ମଣ୍ଡପରେ ବିରାଜିବେ ମା’କାଳୀ
କଟକ ଅଫିସ, ୨୭।୧୦: ରବିବାର ମଧ୍ୟ ରାତ୍ରିରୁ ଆରମ୍ଭ ହେବ କାଳୀପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ମା’ଙ୍କର ପୂଜାର୍ଚ୍ଚନା ଚାଲିଛି। ଏଥିରୁ ବାଦ ପଡିନି କଟକ ସହର। ଚଳିତବର୍ଷ ସହରର ୭୫ଟି ପୂଜା ମଣ୍ଡପରେ ମା’ଙ୍କର ପୂଜା ହେବାର ଯୋଜନା ରହିଛି।…
ଦୀପାବଳି : ପୁରାଣରୁ ବର୍ତ୍ତମାନ…
ଦୀପାବଳି ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ। ପ୍ରକୃତରେ ଏହା ଏକ କୃଷିଭିତ୍ତିକ ପର୍ବ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ ହେଉଥିବା ଅନୁମାନ କରାଯାଏ। ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ ଜନବସତିରେ…
ଲଘୁଚାପଜନିତ ବର୍ଷା ଉଜାଡିଲା ଧାନଚାଷ
ବାହାନଗା, ୨୭ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ଲଗାଣ ଲଘୁଚାପଜନିତ ବର୍ଷାରେ ବିଲଗୁଡିକ ଜଳମଗ୍ନ ହୋଇଥିବାରୁ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଲୋକମାନେ ନୟନଯୋରିକୁ ପୋତି ଦେଇଥିବାରୁ ବିଲଗୁଡିକରୁ ଜଳ ନିଷ୍କାସନ ହୋଇ ନ ପାରି ଚାଷ ଜମିରେ ଲହଡି ମାରୁଛି।…
ବିନା ଲାଇସେନ୍ସରେ ଚାଲିଛି ବାଣ ଦୋକାନ : ପୋଲିସ, ଅଗ୍ନିଶମ ବିଭାଗ ଚୁପ୍
ରୂପ୍ସା, ୨୭ା୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସମେତ ରୂପ୍ସା ଥାନା ଅଞ୍ଚଳରେ ୨ ଦିନ ଧରି ଶହ ଶହ ବେଆଇନ ବାଣ ଦୋକାନ ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ବାଣ ତିଆରି ଓ ବିକ୍ରୀ ଉପରେ କଡାକଡି କଟକଣା ଲାଗୁ ହୋଇଥିଲେ ହେଁ…
ଭାରତ ବିପକ୍ଷ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ଘୋଷିତ
ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୧୦(ପି.ଟି.) : ଆସନ୍ତା ମାସରେ ହେବାକୁଥିବା ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରବିବାର ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଦଳକୁ ଅଭିଜ୍ଞ ଶେମାଇନ କ୍ୟାମ୍ପବେଲ ଓ ଚିଡିଅନ ନେସନଙ୍କୁ ଡାକରା ଦିଆଯାଇଛି। ଏହି…
ପୋର୍ତା ଜିତିଲେ ମୋଟୋ୩ ବିଶ୍ୱ ଟାଇଟଲ
ଫିଲିପ୍ ଆଇସଲାଣ୍ଡ(ଅଷ୍ଟ୍ରେଲିଆ), ୨୭।୧୦(ଏଏଫପି): ଇଟାଲୀର ହୋଣ୍ଡା ରାଇଡର ଲରେଞ୍ଜୋ ଡେଲା ପୋର୍ତା ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଜିତିବା ସହ ମୋଟୋ୩ ବିଶ୍ୱ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରନ କାନେଟ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ପୋର୍ତା ଟାଇଟଲ…
ଦୀପାବଳୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆଜି ପବିତ୍ର ଦୀପାବଳି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଦୀପାବଳି ଏବଂ କାଳିପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆଲୋକର ପର୍ବକୁ ଆନନ୍ଦ ଉଲ୍ଲାସରେ…
ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ
ଧାମନଗର,୨୭।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ ଥୋଡ଼ ବାହାରିବା ସମୟରେ ପାଣିରେ ବୁଡ଼ିଯିବାରୁ ଧାନ ଅଗାଡ଼ି ହେବା ନିଶ୍ଚିତ ହୋଇଛି। ଏହି…
ଅନାଥ ଶିଶୁଙ୍କ ଗହଣରେ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ପବିତ୍ର ଦୀପାବଳିକୁ ନେଇ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଏହାକୁ କିଭଳି ନିଆରା ଢଙ୍ଗରେ ପାଳନ କରିବେ ତାହାକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ଓଏସ୍ ଭିଲେଜ୍ରେ ଥିବା ଅନାଥ ଶିଶୁମାନଙ୍କ ସହ…
Archives


