ହାତରୁ ବନ୍ଧୁକ ଛଡ଼ାଇଲା ପ୍ରେମ

ବନ୍ତଳା, ୨୧।୧୧ – ଏକଦା ଲାଲ୍‌ଗଡ଼ରେ ଥିଲା ସେମାନଙ୍କ ରାଜୁତି। ଦୁର୍ନୀତି ବିରୋଧରେ ଉଠାଇଥିଲେ ବନ୍ଧୁକ। ମାଓବାଦୀ ସଙ୍ଗଠନ ବିଷୟରେ ମତାଉଥିଲେ ଲୋକଙ୍କୁ। ହେଲେ ହିଂସା ଯେ ସମସ୍ୟା ସମାଧାନର ବାଟ ନୁହେଁ, ତାହା ଅନୁଭବ ହେଲା ଯେତେବେଳେ ସେମାନଙ୍କ ଭିତରେ ଗଢ଼ି ଉଠିଲା ପ୍ରେମ। ଏହାପରେ ବନ୍ଧୁକ ଛାଡ଼ି ଦୁହେଁ ଫେରିଆସିଥିଲେ ମୁଖ୍ୟସ୍ରୋତକୁ। ମାଓବାଦୀ ଇଲାକାରୁ ଆରମ୍ଭ ହୋଇଥିବା ଏପରି ଏକ ପ୍ରେମ କାହାଣୀ ବିବାହରେ ନେଇଛି ପୂର୍ଣ୍ଣାଙ୍ଗ ରୂପ। ସାତଜନ୍ମ ପାଇଁ ବଞ୍ଚତ୍ବା ମରିବାର ଶପଥ ନେଇଛନ୍ତି ଦୁହେଁ। ଏପରି ଏକ ନିଆରା ବିବାହର ସାକ୍ଷୀ ରହିଛନ୍ତି ପୋଲିସ ସମେତ ହଜାର ହଜାର ଜନସାଧାରଣ। ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କଠାରୁ ଆଶୀର୍ବାଦ ନେଇ ନୂଆ ଜୀବନ ଆରମ୍ଭ କରିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ କ୍ୟାଡର ଛୁଟୁ ଗଞ୍ଜୁ ଏବଂ ଜଲି ଦେହୁରୀ।
ସାତକୋଶିଆ ଅଭୟାରଣ୍ୟରେ ଏସଡିଏସ ମାଓବାଦୀ ସଙ୍ଗଠନକୁ ବଢ଼ାଇବା ପାଇଁ ଝାଡ଼ଖଣ୍ଡ ରାଞ୍ଚତ୍ ଅଞ୍ଚଳର ଛୁଟୁ (୨୬)ଙ୍କ କାନ୍ଧରେ ଦିଆଯାଇଥିଲା ଦାୟିତ୍ୱ। ସେକ୍ସନ କମାଣ୍ଡର ଭାବେ ସେ ଶିବିର ପରିଚାଳନା କରୁଥିଲେ। ଗଁା ଗଁାରେ ବୈଠକ କରିବା, ସରକାରୀ କାର୍ଯ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ବର ଉଠାଇବା ଭଳି କାର୍ଯ୍ୟ ଜାରି ରଖିଥିଲେ ଛୁଟୁ। ଏକଦା ଟିକରପଡ଼ା ପଞ୍ଚାୟତ ମଝିପଡ଼ା ଗ୍ରାମରେ ମାଓବାଦୀମାନେ ଗ୍ରାମବାସୀଙ୍କୁ ନେଇ ବୈଠକ କରୁଥିବାବେଳେ ସେଠାରେ ଉପସ୍ଥିତ ଜଲିଙ୍କ ସହ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ମାଓବାଦୀଙ୍କ କଥାରେ ପ୍ରଲୋଭିତ ହୋଇ ୨୦୧୮ରେ ଜଲି ଘର ଛାଡ଼ି ପଳାଇ ଆସି ସଙ୍ଗଠନରେ ଯୋଗଦେଇଥିଲେ। ଜଙ୍ଗଲରେ ଘୂରିବୁଲିବା ସମୟରେ ଦୁହିଁଙ୍କ ପ୍ରେମ ଆହୁରି ମଜଭୁତ୍‌ ହୋଇଥିଲା।

ହେଲେ କ୍ୟାଡରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମକୁ ନେଇ ସଙ୍ଗଠନରେ ଆରମ୍ଭ ହୋଇଥିଲା ବିରୋଧାଭାସ। ଏଥିରେ ଅସନ୍ତୁଷ୍ଟ ଥିବା ଜଲି କ୍ୟାମ୍ପରେ ଯୋଗଦେବାର ମାସେ ଭିତରେ ସଙ୍ଗଠନ ଛାଡ଼ିବାକୁ ମନସ୍ଥ କଲେ। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ପ୍ରେମୀଯୁଗଳ ରେଢ଼ାଖୋଲ ଜଙ୍ଗଲରୁ ପଳାଇ ଆସି ତତ୍କାଳୀନ ଏସ୍‌ପି ଏବଂ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ। ଉଭୟଙ୍କୁ ପ୍ରଥମେ ଛେଳିଆପଡା ରିଜର୍ଭ ପୋଲିସ କ୍ୟାମ୍ପରେ ରଖାଗଲା। ସରକାରୀ ନିୟମ ମୁତାବକ ସହାୟତା ମଧ୍ୟ ପ୍ରଦାନ କରାଗଲା। ଏହାପରେ ଜଲି ରିଜର୍ଭ ପୋଲିସ କ୍ୟାମ୍ପରୁ ଘରକୁ ଫେରି ଆସିଥିଲେ। ଛୁଟୁ ରିଜର୍ଭ କ୍ୟାମ୍ପରେ ରହୁଥିଲେ। ହେଲେ ମାଓବାଦୀ ସଙ୍ଗଠନ ହିଂସା ଘଟାଇବା ଆଶଙ୍କାରେ ଉଭୟେ ଭୟଭୀତ ଅବସ୍ଥାରେ ଦିନ କାଟୁଥିଲେ। ଏପରି ସ୍ଥିତିରେ ଦୁହିଁଙ୍କ ପ୍ରେମକୁ ସାକାର କରିବାକୁ ଅଣ୍ଟା ଭିଡ଼ିଥିଲା ପୋଲିସ। ବୁଧବାର ମଝିପଡା ଗ୍ରାମ ମହାନଦୀ ଗଣ୍ଡ ନିକଟ ଚମ୍ପେଶ୍ୱର ଶିବମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ସେମାନଙ୍କ ସୁରକ୍ଷା ପାଲଟିଥିଲା ଚ୍ୟାଲେଞ୍ଜ। କୌଣସି ପ୍ରକାର ବିଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ପୋଲିସ ପକ୍ଷରୁ ୩ଦିନ ଧରି ଟିକରପଡା ପଞ୍ଚାୟତର ଚତୁଃପାର୍ଶ୍ୱରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗ୍ରାମର ପ୍ରବେଶ ପଥକୁ ସିଲ୍‌ କରାଯାଇଥିଲା। ସର୍ବସମ୍ମତିକ୍ରମେ ମଝିପଡା ଗ୍ରାମ ସଭାପତି ସୁବଳ ପଧାନ ବରପିତା ଦାୟିତ୍ୱ ତୁଲାଇଥିଲେ। ଟିକରପଡା, କରଡ଼ାପଡା, କୁଶଖଳି, ହାତୀବାରି, ବେହେରା ସାହି, କଟରଙ୍ଗ, ପୁରୁଣାକୋଟ, ମଝିପଡ଼ା ଗ୍ରାମର ୨୦୦୦ରୁ ଊର୍ଦ୍ଧ୍ୱ କନ୍ୟାଯାତ୍ରୀ ଏହି ମାଙ୍ଗଳିକ ଉତ୍ସବରେ ସାମିଲ ହୋଇଥିଲେ। ବିବାହର ସମସ୍ତ ଖର୍ଚ୍ଚ ଜିଲା ପୋଲିସ ବହନ କରିଥିଲା। ମନ୍ଦିର କମିଟି ସଭାପତି ଫକୀର ଯାନି, ପ୍ରତାପ ଦେହୁରୀ, ବିରାଜ ଯାନୀ, ସାଇବାଣୀ ପଧାନ, ଚନ୍ଦନ ଦେହୁରୀ, ସରୋଜ ଯାନୀ, ପବିତ୍ର ପଲେଇ, ରାଜକିଶୋର ସାହୁଙ୍କ ସମେତ ଗୁରୁଜନଙ୍କଠାରୁ ନବଦମ୍ପତି ଆଶୀର୍ବାଦ ଗ୍ରହଣ କରି ନୂଆ ଜୀବନ ଆରମ୍ଭ କରିଛନ୍ତି।
ଏ ସମ୍ପର୍କରେ ଛୁଟୁ କୁହନ୍ତି, ଜଲିଙ୍କୁ ସ୍ତ୍ରୀ ଭାବେ ପାଇ ସେ ବହୁତ ଖୁସି। ମାତ୍ର ୧୫ବର୍ଷ ବୟସରେ ସେ ମାଓବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ଦୀର୍ଘ ୧୦ବର୍ଷ ସେ ମାଓବାଦୀ କ୍ୟାମ୍ପରେ କାମ କରିଛନ୍ତି। ଅସନ୍ତୋଷ ବ୍ୟକ୍ତ କରି ସେ ସଙ୍ଗଠନ ଛାଡ଼ିଥିଲେ। ଏବେ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନଯାପନ କରିବେ। ବିବାହ ପରେ ବି ଭୟ ଲାଗୁଛି। ତେଣୁ ଆମ ଦୁଇଜଣକୁ ସୁରକ୍ଷା ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି। ଏ ବିଷୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ କୁହନ୍ତି, ଏହା ଖୁସିର ବିଷୟ। ମାଓବାଦୀ ସଙ୍ଗଠନରେ ମିଶି ସେମାନେ ନିଜର କ୍ଷତି କରିବା ସହ ସମାଜର କ୍ଷତି କରୁଥିଲେ। ବିବାହ ବନ୍ଧନରେ ଆବଦ୍ଧ ହୋଇ ଉଭୟେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ମାଓବାଦୀଙ୍କ ଅତ୍ୟାଚାରରେ କ୍ୟାଡରମାନେ ଅତିଷ୍ଠ ହୋଇପଡ଼ିଲେଣି। ଛୁଟୁ ଏବଂ ଜଲିଙ୍କଠାରୁ ପ୍ରେରଣା ପାଇ ଅନ୍ୟମାନେ ମଧ୍ୟ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆଶା ରଖିଛୁ ବୋଲି ଡିଆଇଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ ବଲ୍‌ରେ ୪୫ ରନ୍‌ ସତ୍ତ୍ୱେ ବୈଭବଙ୍କୁ ମିଳିବନି ସୁଯୋଗ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…

ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…

ବରଗଡ଼,୨୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଏଠାରେ କେବଳ ଧାନ ନୁହେଁ, ଅଣଧାନ ଫସଲରେ ମଧ୍ୟ ଚାଷୀମାନଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ…

ଅଭିଷେକ-ବୈଭବଙ୍କୁ ଦେଖି ଶ୍ରେୟସ ଆୟରଙ୍କ ମୁଣ୍ଡ ଘୂରିଲା: କହୁ କହୁ କହିଦେଲେ…

ୱେଲିଂଟନ,୨୮।୧୦: ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ଶ୍ରେୟସ ଆୟର। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦…

ପ୍ରବଳ ବର୍ଷା-ପବଳ ସମ୍ଭାବନା: ରେଡ୍‌ ଓ୍ବାର୍ନିଂରେ ଓଡ଼ିଶାର ୭ ଜିଲା

ଭୁବନେଶ୍ୱର,୨୮ା୧୦(ବନ୍ଦନା ସେଠୀ/ପିଟି):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ରୂପ ନେବା ପରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ଦକ୍ଷିଣ ୟାନମ…

ସିଜିମାଳିରୁ ସିଆଙ୍ଗ

ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍‌ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ଓ ଭାରତୀୟ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଔଷଧ ଉତ୍ପାଦନକାରୀଙ୍କୁ ଏତେ ଅନୁଗ୍ରହ କାହିଁକି…

ନୂଆଦିଲ୍ଲୀ,୨୮।୧୦ (ପି.ଟି.): ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଥିବା ମୂଲ୍ୟ ମଧ୍ୟରେ ଅତ୍ୟଧିକ ବ୍ୟବଧାନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର…

ଭଲପାଇବା ଆଗରେ ହାର ମାନିଲା ଶତ୍ରୁତା: ଚକିତ କଲା ନିବିଡ଼ ବନ୍ଧୁତାର ଦୃଶ୍ୟ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):ସାଧାରଣଭାବେ କୁକୁରକୁ ଦେଖିଲେ ମାଙ୍କଡ଼ ଗଛ ଉପରକୁ ପଳାଏ। ଅନୁରୂପ ଭାବେ ମାଙ୍କଡ଼କୁ ଦେଖିଲେ କୁକୁର ଭୁକିବାକୁ ଲାଗେ। କିନ୍ତୁ ଏହି ପାରମ୍ପରିକ ଶତ୍ରୁତାକୁ…

ଆନ୍ଧ୍ର-ଓଡ଼ିଶା ୨ ରାଜ୍ୟରେ ଭୋଟ ଦେବୁ: ସୀମାନ୍ତ ଗ୍ରାମବାସୀ

ନନ୍ଦପୁର,୨୮ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା-ଆନ୍ଧ୍ରର ବିବାଦ ବଢ଼ିବାରେ ଲାଗିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାନ୍ତ ଗ୍ରାମଗୁଡ଼ିକରେ ନିର୍ବାଚନୀ ପୋଷ୍ଟର ଲଗାଇବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?