ମହିଳାଙ୍କୁ ମରଣାନ୍ତକ ଆକ୍ରମଣ: ଶାଶୁ, ଶ୍ୱଶୁର, ଦିଅରଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

କୋରେଇ,୨୧।୧୧ (ସ୍ବ.ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତର ତାଜପୁର(ଗୋବିନ୍ଦପୁର) ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିଅରଙ୍କ ଆକ୍ରମଣରେ ଭାଉଜ ଚେତାଶୂନ୍ୟ ହେବା ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଶାଶୁ, ଶ୍ୱଶୁର ଓ ଦିଅରଙ୍କୁ ଗ୍ରାମରାସ୍ତାରେ ଚଲାଇଚଲାଇ ନେଇ ପୋଲିସ ଜିମା ଦେଇଛନ୍ତି। ପୋଲିସ ଥାନାରେ ୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ତାଜପୁର ଗ୍ରାମର କାଳନ୍ଦୀ ସ୍ବାଇଁଙ୍କ ପରିବାରେ ଦୀର୍ଘଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ଯେଉଁଥିପାଇଁ ବଡ଼ପୁଅ ଜୟୀରାମ ଓ ବୋହୁ ସରୋଜିନୀ ଅଲଗା ହୋଇ ରହୁଥିଲେ। ଏପରି କି ପୂର୍ବରୁ ଗ୍ରାମର କେତେଜଣ ଭଦ୍ର ଲୋକଙ୍କ ଜରିଆରେ ଘଟଣାର ସମାଧାନ କରାଯାଇଥିଲା। ତେବେ ଗତ ସୋମବାର ସକାଳେ ଏହି ପାରିବାରିକ କଳହ ଗଣ୍ଡଗୋଳର ରୂପ ନେଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ସରୋଜିନୀଙ୍କ ମାଡ଼ରେ ଶାଶୁ,ଶ୍ୱଶୁର ଓ ଦିଅର ଗୁରୁତର ହୋଇଥିବା ନେଇ ଥାନାରେ ଗୋଟିଏ ଅଭିଯୋଗ ହୋଇଥିଲା। ଅପରପକ୍ଷେ ସରୋଜିନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଶାଶୁ, ଶ୍ୱଶୁର ଓ ଦିଅରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ସରୋଜିନୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୨୨୬/୧୯) ରୁଜୁକରି ତଦନ୍ତ ଚଳାଇଥିଲା। ଆଉ ଏଥିରେ ଉତ୍‌କ୍ଷୀପ୍ତ ହୋଇ ବୁଧବାର ସକାଳେ ଦିଅର ମହେନ୍ଦ୍ର ଭାଉଜ ସରୋଜିନୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସରୋଜିନୀ ଚେତାଶୂନ୍ୟ ହୋଇପଡିଥିଲେ। ଦୀର୍ଘ ସମୟଧରି ଚେତାଶୂନ୍ୟ ଅବସ୍ଥାରେ ସରୋଜିନୀ ଦାଣ୍ଡ ଦୁଆରେ ପଡିଥିବାବେଳେ ମହେନ୍ଦ୍ର ଏକ ଠେଙ୍ଗାଧରି ସେଠାରେ ଜଗି ବସିଥିଲେ। ଏହାଦେଖି ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ସରୋଜିନୀଙ୍କୁ ମେଡ଼ିକାଲ ପଠାଇଥିଲେ। ଏଥିସହ ମହେନ୍ଦ୍ରଙ୍କୁ ଘର ନିକଟରେ ଥିବା ଟ୍ରାକ୍ଟର ଲଙ୍ଗଳରେ ବାନ୍ଧି ଦେଇଥିଲେ। ଖବର ପାଇ ବାପା କାଳନ୍ଦୀ ସେଠାରେ ପହଞ୍ଚତ୍ଥିଲେ। ଗ୍ରାମବାସୀ ବାପ ଓ ପୁଅଙ୍କୁ ବାନ୍ଧିବା ସହ ମା’ଙ୍କୁ ଧରି ରାସ୍ତାରେ ଚଲାଇଚଲାଇ ଥାନାକୁ ଆଣିବା ବାଟରେ ପୋଲିସ ପହଞ୍ଚତ୍ବାରୁ ଗ୍ରାମବାସୀ ସେମାନଙ୍କୁ ପୋଲିସ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍

ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?