Home

ପୃଥକ ଭାବେ ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରିପାରନ୍ତି ଭାଜପା-ଶିବସେନା

ମୁମ୍ବାଇ,୨୮।୧୦: ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ଅଙ୍କ କଷା ଛିଡିପାରୁ ନାହିଁ। ଉଭୟଙ୍କ ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି କଥା ସ୍ପଷ୍ଟ ହୋଇ ପାରୁନାହିଁ। ଏହି…

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଦୀପାବଳିରେ ଟ୍ରିପଲ୍‌ ମର୍ଡ଼ର

ପାଟନା,୨୮।୧୦: ବିହାରରେ ଦୀପାବଳିରେ ରକ୍ତ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସ୍ଥାନୀୟ ବେଗୁସରାଇରେ ଟ୍ରିପଲ୍‌ ମର୍ଡ଼ର ଘଟିଛି। ଭାଇଙ୍କ ଗୁଳିରେ ଭାଇ-ଭାଉଜ ଏବଂ ଝିଆରୀଙ୍କ ମୃତ୍ୟୁ ହୋଇଛି। ଦୀପାବଳି ସନ୍ଧ୍ୟାରେ ସିଙ୍ଗୌଳ ଥାନା ଅନ୍ତର୍ଗତ ମଚହା ଗାଁରେ କୁଣାଳ ସିଂ, ତାଙ୍କ…

ବଗଦାଦିଙ୍କ ମୃତ୍ୟୁର ଖେଳ: ଟ୍ରମ୍ପ୍‌ ଦେଖିଲେ ଲାଇଭ୍‌

ଓ୍ବାଶିଂଟନ,୨୮।୧୦: ଆଇଏସ୍‌ ଆତଙ୍କବାଦୀ ଅବୁ ବକର ଅଲ୍‌ ବଗଦାଦିଙ୍କ ମୃତ୍ୟୁ ଘଟିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ ଏଭଳି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସିଆଇଏ ସହାୟତାରେ ବଗଦାଦିଙ୍କ ସମ୍ପର୍କରେ ଆମେରିକା…

ଆଇଏସ୍‌ ମୁଖ୍ୟ ବଗଦାଦି ୩ ସନ୍ତାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟ୍‌ରେ ଉଡ଼ାଇଲେ: ଟ୍ରମ୍ପ୍‌

ଓ୍ବାଶିଂଟନ,୨୮।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦି ୩ ସନ୍ତାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟ୍‌ରେ ଉଡ଼ାଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ସିରିଆରେ ହୋଇଥିବା ଆମେରିକା ସୈନ୍ୟ ବାହିନୀ…

ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୨୮।୧୦: ସମସ୍ତ ବାରଣ ସତ୍ତ୍ୱେ ବି ରାଜଧାନୀ ଦିଲ୍ଲୀରେ ରବିବାର ଲୋକେ ବାଣ ଫୁଟାଇ ପାଳନ କଲେ ଦୀପାବଳି। ଆଉ ଏହାର ଫଳ ସ୍ବରୂପ ସୋମବାର ସକାଳେ ଲୋକେ ନିଃଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଲେ। କାରଣ ଏଠାରେ ପ୍ରଦୂଷଣ…

ମଦ୍ରାସାରେ ଗୋମାତାଙ୍କ ସେବା କରନ୍ତି ଶିକ୍ଷାର୍ଥୀ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ଲାଗି ରହିଥିବା ତୁମଡା ଗାଁରେ ଗଢି ଉଠିଥିବା ଦାରୁଲ ଉଲୁମ ହୁସେନିୟା ମଦ୍ରାସା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ମୁସଲମାନ ପିଲାମାନେ କେବଳ ପାଠ ପଢୁ ନାହାଁନ୍ତି ବରଂ ସେଠାରେ ଥିବା ଏକ ଗୋଶାଳାରେ…

ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର ଡେଙ୍ଗୁରୁ ରହିବେ ଦୂରେଇ…

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ କାର୍ବୋହାଇଡ୍ରେଟ୍‌, ପଟାସିୟମ୍‌, କପର, ଜିଙ୍କ୍‌ ଆଦି ପଦାର୍ଥ ରହିଛି। ଏହା ସହିତ…

ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍‌ରୋଗ…

ପିଆଜର ଉପକାରୀ ଗୁଣ

ଆୟୁର୍ବେଦ ଅନୁଯାୟୀ ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ଏଥିରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ। -ନିୟମିତ ଖାଦ୍ୟରେ କଞ୍ଚା…

ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ବଲ୍‌ର ସମ୍ମୁଖୀନ ହୋଇଥିବା ଖେଳାଳି ଜଣଙ୍କ କିଏ ଜାଣନ୍ତି

କ୍ରିକେଟ୍‌ରେ ଅନେକ ରେକର୍ଡ ସୃଷ୍ଟି ଏବଂ ଭାଙ୍ଗେ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କୌଣସି ଖେଳାଳିଙ୍କ ପାଇଁ କଷ୍ଟକର। ସେମିତି ଏକ ରେକର୍ଡ ରହିଛି ଭାରତୀୟ ଦଳର ‘ଦ ଓ୍ବାଲ୍‌’ କୁହାଯାଉଥିବା ରାହୁଲ ଦ୍ରାବିଡଙ୍କ ନାଁରେ। ଟେଷ୍ଟ…

ମହାରାଷ୍ଟ୍ର ରାଜନୀତି: ଉଦ୍ଧବଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ; କହିଲା ଶିବସେନା

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏବେ ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ ଉଦ୍ଧବ ଠାକ୍‌ରେଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ ରହିଥିବା ରବିବାର ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି। ସାମନାର ରୋକ୍‌ଠୋକ୍‌…

ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌: ଗୋଟିଏ ବର୍ଷରେ ଆସିଛନ୍ତି ୨୬ ଲକ୍ଷ ପର୍ଯ୍ୟଟକ

ନୂଆଦିଲ୍ଲୀ,୨୭।୧୦: ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି। ଏହାକୁ ଦେଖିବାକୁ ଗୋଟିଏ ବର୍ଷରେ ୨୬ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri