Posted inଭଦ୍ରକ

ଲୁଣାପାଣି ଅଟକାଇବା ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ଆରଡ଼ି, ୨୧।୧୧ (ଡି.ଏନ.ଏ.)-ପ୍ରଥମେ ମରୁଡ଼ିର ପଦଧ୍ୱନି। ପରେ ବାତ୍ୟାର ତାଣ୍ଡବ। ଯାହା କିଛି ଫସଲ ଥିଲା ଏବେ ବି ପାଣିରେ ଭାସୁଛି। ଖରିଫ ଫସଲ ନଷ୍ଟ ପରେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। ଏବେ ଟାଇଚୁଙ୍ଗ ଚାଷ ଲାଗି ଆଗଭର ହେଲା ବେଳକୁ ଚାଷୀଙ୍କ ମନରେ ଲୁଣାପାଣି ଭୟ। ଗତବର୍ଷ ଲୁଣାପାଣି ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଫସଲ ଉଜୁଡ଼ି ଯାଇଥିଲା। ଚଳିତବର୍ଷ ଯେପରି ଅନୁରୂପ ସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି ଚାଷୀ। ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ତିହିଡ଼ି ବ୍ଲକର ତଳଦୁମୁକା ଗଁାରେ ପ୍ରାୟ ୬୦ ଜଣ ଚାଷୀ ଗଁା ନିକଟ ଦେଇ ବହି ଯାଇଥିବା ସାଳନ୍ଦୀ ଶାଖା ନଦୀ ହଂସଡିଅଁା ନଦୀ ପାର୍ଶ୍ୱରେ ବନ୍ଧ ବାନ୍ଧିଛନ୍ତି। ନିଜସ୍ବ ଖର୍ଚ୍ଚରେ ସେମାନେ ବାଉଁଶ କିଣିବା ସହ ମାଟି ହାଣି ବନ୍ଧ କରିଛନ୍ତି।
ପୂର୍ବରୁ ଏହି ନଦୀ ଉପରେ ସ୍ଲୁଇସ୍‌ଗେଟ୍‌ କରିବାକୁ ବିଧାୟକ, ମନ୍ତ୍ରୀ, ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ମିଳିନି ବୋଲି ଚାଷୀମାନେ କହିଛନ୍ତି। ଏହି ନଦୀ ଉପରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ କେବଳ ତଳଦୁମୁକା ନୁହେଁ ଧାମନଗର ଓ ଚାନ୍ଦବାଲି ବ୍ଲକର ୧୫ ଖଣ୍ଡ ଗଁାର ଚାଷୀ ଏହାଦ୍ୱାରା ଉପକୃତ ହୋଇପାରନ୍ତେ ବୋଲି ସେମାନେ ପ୍ରକାଶ କରିଥିଲେ। ଏବେ ଯେଉଁ ବନ୍ଧ ବନ୍ଧା ଯାଉଛି ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଲେ ବନ୍ଧର ଉପରିଭାଗରେ ପଛାଲ କାଟି(ମାହାରା କରି) ନଦୀର ଅପରପାର୍ଶ୍ୱକୁ ପାଣି ଛଡ଼ାଯିବ। ଚାଷୀମାନେ ସେହି ଜଳକୁ ନିଜ ଚାଷ କିଆରିରେ ମଡ଼ାଇ ପାରିବେ। ଆଉ ଲୁଣା ଜୁଆର ଆସିଲେ ବନ୍ଧ ଥିବାରୁ ଫସଲର କୌଣସି କ୍ଷତି ହେବ ନାହିଁ ବୋଲି ସେମାନେ ସୂଚନା ଦେଇଛନ୍ତି। ତେବେ ଏଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଚଳିତବର୍ଷ ସେମାନଙ୍କ ଦାବିକୁ ଉପେକ୍ଷା କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲ ଗଲେ, ଭଦ୍ରକରୁ ସଞ୍ଜୀବ ଆସିଲେ

ଭଦ୍ରକ(ସନାତନ ରାଉତ)/ବନ୍ତ(ହରି ନାରାୟଣ ମହାନ୍ତି),୨୮ା୩ବୁଧବାର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଜିଲାର ଭଦ୍ରକ ଓ ଭଣ୍ଡାରିପୋଖରୀରେ ବିଧାୟକଙ୍କ ଅଦଳ ବଦଳକୁ ନେଇ ଚର୍ଚ୍ଚା...

ଭଦ୍ରକ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ିବେ ଅଭିମନ୍ୟୁ

ଭଦ୍ରକ,୨୫।୩(ସନାତନ ରାଉତ):  ଭାଜପା ୫ମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାରେ ୨୧ ଲୋକ ସଭା ଆସନରୁ ୧୮ ଲୋକ ସଭାରେ ପ୍ରାର୍ଥୀଙ୍କ...

ଭାଜପାରେ ୫ ଆଶାୟୀ: ଚର୍ଚ୍ଚାରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ

ଭଦ୍ରକ,୨୫।୩(ସନାତନ ରାଉତ): ଆସନ୍ତା ସାଧାରଣ ନିର୍ବାଚନରେ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି।...

ବିଏସ୍‌ଇଟି ସୋସାଇଟି ସଭାପତି ପଦ ଛାଡ଼ିଲେ ପ୍ରୟାସକାନ୍ତି

ଭଦ୍ରକ,୨୪।୩(ସନାତନ ରାଉତ): ଦୀର୍ଘଦିନ ଧରି ବିବାଦରେ ଥିବା ଭଦ୍ରକ ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଟେକ୍ନୋଲୋଜି (ବିଏସ୍‌ଇଟି) ସୋସାଇଟି ସଭାପତି ପଦରୁ ପ୍ରୟାସକାନ୍ତି ସାମଲ ଶନିବାର...

ଟ୍ରକ୍‌ରେ ପିଟି ହୋଇ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ତିହିଡି,୨୧।୩(ସଞ୍ଜିତ ବଳ): ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ୨ଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri