Posted inଭଦ୍ରକ

ଲୁଣାପାଣି ଅଟକାଇବା ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ଆରଡ଼ି, ୨୧।୧୧ (ଡି.ଏନ.ଏ.)-ପ୍ରଥମେ ମରୁଡ଼ିର ପଦଧ୍ୱନି। ପରେ ବାତ୍ୟାର ତାଣ୍ଡବ। ଯାହା କିଛି ଫସଲ ଥିଲା ଏବେ ବି ପାଣିରେ ଭାସୁଛି। ଖରିଫ ଫସଲ ନଷ୍ଟ ପରେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। ଏବେ ଟାଇଚୁଙ୍ଗ ଚାଷ ଲାଗି ଆଗଭର ହେଲା ବେଳକୁ ଚାଷୀଙ୍କ ମନରେ ଲୁଣାପାଣି ଭୟ। ଗତବର୍ଷ ଲୁଣାପାଣି ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଫସଲ ଉଜୁଡ଼ି ଯାଇଥିଲା। ଚଳିତବର୍ଷ ଯେପରି ଅନୁରୂପ ସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି ଚାଷୀ। ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ତିହିଡ଼ି ବ୍ଲକର ତଳଦୁମୁକା ଗଁାରେ ପ୍ରାୟ ୬୦ ଜଣ ଚାଷୀ ଗଁା ନିକଟ ଦେଇ ବହି ଯାଇଥିବା ସାଳନ୍ଦୀ ଶାଖା ନଦୀ ହଂସଡିଅଁା ନଦୀ ପାର୍ଶ୍ୱରେ ବନ୍ଧ ବାନ୍ଧିଛନ୍ତି। ନିଜସ୍ବ ଖର୍ଚ୍ଚରେ ସେମାନେ ବାଉଁଶ କିଣିବା ସହ ମାଟି ହାଣି ବନ୍ଧ କରିଛନ୍ତି।
ପୂର୍ବରୁ ଏହି ନଦୀ ଉପରେ ସ୍ଲୁଇସ୍‌ଗେଟ୍‌ କରିବାକୁ ବିଧାୟକ, ମନ୍ତ୍ରୀ, ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ମିଳିନି ବୋଲି ଚାଷୀମାନେ କହିଛନ୍ତି। ଏହି ନଦୀ ଉପରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ କେବଳ ତଳଦୁମୁକା ନୁହେଁ ଧାମନଗର ଓ ଚାନ୍ଦବାଲି ବ୍ଲକର ୧୫ ଖଣ୍ଡ ଗଁାର ଚାଷୀ ଏହାଦ୍ୱାରା ଉପକୃତ ହୋଇପାରନ୍ତେ ବୋଲି ସେମାନେ ପ୍ରକାଶ କରିଥିଲେ। ଏବେ ଯେଉଁ ବନ୍ଧ ବନ୍ଧା ଯାଉଛି ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଲେ ବନ୍ଧର ଉପରିଭାଗରେ ପଛାଲ କାଟି(ମାହାରା କରି) ନଦୀର ଅପରପାର୍ଶ୍ୱକୁ ପାଣି ଛଡ଼ାଯିବ। ଚାଷୀମାନେ ସେହି ଜଳକୁ ନିଜ ଚାଷ କିଆରିରେ ମଡ଼ାଇ ପାରିବେ। ଆଉ ଲୁଣା ଜୁଆର ଆସିଲେ ବନ୍ଧ ଥିବାରୁ ଫସଲର କୌଣସି କ୍ଷତି ହେବ ନାହିଁ ବୋଲି ସେମାନେ ସୂଚନା ଦେଇଛନ୍ତି। ତେବେ ଏଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଚଳିତବର୍ଷ ସେମାନଙ୍କ ଦାବିକୁ ଉପେକ୍ଷା କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri