ହକି ବିଶ୍ୱ କପ୍ ପାଇଁ ୬୭ କୋଟି ଖର୍ଚ୍ଚ
ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍ ଆୟୋଜନ କରି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରୁ ପ୍ରଶଂସା ସାଉଁଟିଲେ। ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ଯାଏ ଏହି ହକି ମହାକୁମ୍ଭର ଆୟୋଜନ କରାଯାଇଥିଲା। ତେବେ…
ବାଲ୍ୟ ବିବାହ
ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ସରକାରୀ ନୀତି ନିୟମ ମଧ୍ୟ ପ୍ରଣୟନ ହେଉଛି। ପୋଲିସ ପ୍ରଶାସନ ବି ଏପରି ଅପରାଧ ବନ୍ଦ ପାଇଁ ତତ୍ପର। ହେଲେ ଏବେ ବି…
ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ
ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ଖୁବ୍ଶୀଘ୍ର ମାନବ ସମାଜ ଏଥିପାଇଁ ଅକଥନୀୟ ଯନ୍ତ୍ରଣାର ସମ୍ମୁଖୀନ ହେବା…
ମୋଦି-ଶାହଙ୍କ ପାଖରେ ରହିଛି ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ: ଜୟରାମ ରମେଶ
ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ମୋଦି-ଶାହଙ୍କ ପାଖରେ ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ ରହିଛି। ଏହାର ବଳରେ ବଳୀୟାନ ହୋଇ ସେମାନେ ରାଜନେତାଙ୍କ ଚରିତ୍ର ହରଣ…
ପିଆଜ ବିକିବେ ସରକାର
ଭୁବନେଶ୍ୱର, ୭।୧୧(ବ୍ୟୁରୋ): କି.ଗ୍ରା. ପ୍ରତି ୧୦ରୁ ୧୫ ଟଙ୍କାରେ ମିଳୁଥିବା ପିଆଜ ଏବେ ୬୫ ଟଙ୍କା ଛୁଇଁଲାଣି। ପିଆଜ ଗତ ଦୁଇମାସ ହେବ ଗରିବ ଓ ନିମ୍ନ ଆୟବର୍ଗର ଲୋକମାନଙ୍କୁ କଲବଲ କରୁଛି। ଆସନ୍ତା ମାସକ ମଧ୍ୟରେ ଦର କମିବା ସମ୍ଭାବନା…
ଜାତୀୟ ପୁରସ୍କାର ପାଇବେ ଓଡ଼ିଶାର ୮ ହସ୍ତଶିଳ୍ପୀ
ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଓଡ଼ିଶାର ହସ୍ତଶିଳ୍ପ ତଥା ଓଡ଼ିଆ କାରିଗରଙ୍କ କଳାକୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଛି। ଇତିମଧ୍ୟରେ ଓଡ଼ିଶାର ମୋଟ ୧୮୦ ହସ୍ତଶିଳ୍ପ କାରିଗର ଜାତୀୟସ୍ତରରେ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ…
ଏସ୍ସିବି ମେଡିକାଲରେ ୫-ଟି ସଚିବ: ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ ନେଇ ଆଲୋଚନା
କଟକ ଅଫିସ, ୭।୧୧: ରାତି ପାହିନି, କଟକ ଏସ୍ସିବି ମେଡିକାଲରେ ରାଜ୍ୟର ୩ ଜଣ ଆଇଏଏସ୍ ଅଫିସର ପହଞ୍ଚିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ ବୁଧବାର…
ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର
ରାଞ୍ଚି,୭ା୧୧(ଆଇଏଏନ୍ଏସ୍): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୋଲିସ କହିଛି। ମଙ୍ଗଳବାର ରାତିରେ ଗୋବିନ୍ଦପୁର କଲୋନିରେ ଥିବା ସର୍ଭିସ ସେଣ୍ଟରରେ…
ଏଜେଏଲ୍ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ
ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ (ଏଜେଏଲ୍)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ…
ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ
ୟାଲା,୭ା୧୧(ଏ.ଏଫ୍.ପି./ଆଇଏଏନ୍ଏସ୍): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି। ଏହାକୁ ଏହି ଦକ୍ଷିଣ ଏସୀୟ ଉପକୂଳ ରାଷ୍ଟ୍ରରେ ଉଗ୍ରବାଦର ୧୫ ବର୍ଷ ମଧ୍ୟରେ ସବୁଠୁ…
ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ତଥ୍ୟ ଦେଇ ୨ ଯବାନ ଗିରଫ
ନୂଆଦିଲ୍ଲୀ,୭ା୧୧(ଆଇଏଏନ୍ଏସ୍): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ଦେବା ଅଭିଯୋଗରେ ୨ ଯବାନଙ୍କୁ ଗିରଫ କରାଯାଇଛି। ଲାନ୍ସ ନାଏକ ରବି ବର୍ମା ଏବଂ ଯବାନ ବିଚିତ୍ର ବୋହ୍ରାଙ୍କୁ ସିବିଆଇ ଓ ଆଇବିର ମିଳିତ ଟିମ୍…
ଜେଲ୍ରୁ ମୁକୁଳିଲେ ହନିପ୍ରୀତ୍
ପଞ୍ଚକୁଲା, ୭ା୧୧(ଆଇଏଏନ୍ଏସ୍): ଜେଲ୍ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ହର୍ମିତ୍ ରାମରହିମ୍ ସିଂଙ୍କ ପାଳିତା କନ୍ୟା ହନିପ୍ରୀତ୍ ଇନ୍ସାନ୍ଙ୍କୁ ବୁଧବାର ଅମ୍ବାଲା କେନ୍ଦ୍ରୀୟ ଜେଲ୍ରୁ ମୁକ୍ତି ମିଳିଛି। କୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୨୦୧୭ରେ ହରିୟାଣାର ପଞ୍ଚକୂଲାରେ…
Archives


